Parikha Pe Charcha 2025: ‘AIକୁ ଚାକର କର, ନିଜେ ମାଷ୍ଟର ହୁଅ’, ପରୀକ୍ଷା ପୂର୍ବରୁ ପିଲାଙ୍କୁ ଟିପ୍ସ
ନୂଆଦିଲ୍ଲୀ: ଫେବ୍ରୁଆରୀ ମାସରୁ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଚାପମୁକ୍ତ ରହିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ୧୨ ପ୍ରତିଷ୍ଠିତ ବ୍ୟକ୍ତି ପରୀକ୍ଷା ପୂର୍ବରୁ ପିଲାଙ୍କୁ ପ୍ରେରିତ କରିବେ । ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବଲିଉଡ ଅଭିନେତ୍ରୀ ଦୀପିକା ପଦୁକୋନ୍ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିଛନ୍ତି । ତୃତୀୟ ପର୍ଯ୍ୟାୟ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଟେକ୍ନିକାଲ୍ ଗୁରୁଜୀ ଗୌରବ ଚୌଧୁରୀ ଏବଂ ଫାଇନାସିଆଲ୍ ଏକ୍ସପର୍ଟ ରାଧିକା ଗୁପ୍ତା ପାଠପଢ଼ାରେ ଟେକ୍ନୋଲଜିକୁ ନେଇ ଟିପ୍ସ ଦେଇଛନ୍ତି ।ଫାଇନାସିଆଲ୍ ଏକ୍ସପର୍ଟ ରାଧିକା ଗୁପ୍ତା ଫ୍ଲପି-ଡିସ୍କରୁ ସିଡି ଡ୍ରାଇଭ୍ ପର୍ଯ୍ୟନ୍ତ ଟିକ୍ନୋଲଜିର ପରିବର୍ତ୍ତନର ଧାରାକୁ ପିଲାଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଏହା ସହିତ ସେ ପୁରୁଣ ବୈଷୟିକ ଜ୍ଞାନ କୌଶଳ ବାବଦରେ ଚର୍ଚ୍ଚା କରି ଡାଏଲଅପ୍, ମୋଡେମ୍, ଏବଂ ଇଣ୍ଟରନେଟ୍ କନେକ୍ସନ କଥା ମଧ୍ୟ କହିଛନ୍ତି । ଯେଉଁ ସମୟରେ ଇଣ୍ଟରନେଟ୍ ଧୀର ଚାଲୁଥିଲା, ସେହି ସମୟରେ ବୋର୍ଡ ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଛାତ୍ରଛା
ନୂଆଦିଲ୍ଲୀ: ଫେବ୍ରୁଆରୀ ମାସରୁ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଚାପମୁକ୍ତ ରହିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ୧୨ ପ୍ରତିଷ୍ଠିତ ବ୍ୟକ୍ତି ପରୀକ୍ଷା ପୂର୍ବରୁ ପିଲାଙ୍କୁ ପ୍ରେରିତ କରିବେ । ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବଲିଉଡ ଅଭିନେତ୍ରୀ ଦୀପିକା ପଦୁକୋନ୍ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିଛନ୍ତି । ତୃତୀୟ ପର୍ଯ୍ୟାୟ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଟେକ୍ନିକାଲ୍ ଗୁରୁଜୀ ଗୌରବ ଚୌଧୁରୀ ଏବଂ ଫାଇନାସିଆଲ୍ ଏକ୍ସପର୍ଟ ରାଧିକା ଗୁପ୍ତା ପାଠପଢ଼ାରେ ଟେକ୍ନୋଲଜିକୁ ନେଇ ଟିପ୍ସ ଦେଇଛନ୍ତି ।
ଫାଇନାସିଆଲ୍ ଏକ୍ସପର୍ଟ ରାଧିକା ଗୁପ୍ତା ଫ୍ଲପି-ଡିସ୍କରୁ ସିଡି ଡ୍ରାଇଭ୍ ପର୍ଯ୍ୟନ୍ତ ଟିକ୍ନୋଲଜିର ପରିବର୍ତ୍ତନର ଧାରାକୁ ପିଲାଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଏହା ସହିତ ସେ ପୁରୁଣ ବୈଷୟିକ ଜ୍ଞାନ କୌଶଳ ବାବଦରେ ଚର୍ଚ୍ଚା କରି ଡାଏଲଅପ୍, ମୋଡେମ୍, ଏବଂ ଇଣ୍ଟରନେଟ୍ କନେକ୍ସନ କଥା ମଧ୍ୟ କହିଛନ୍ତି । ଯେଉଁ ସମୟରେ ଇଣ୍ଟରନେଟ୍ ଧୀର ଚାଲୁଥିଲା, ସେହି ସମୟରେ ବୋର୍ଡ ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଛାତ୍ରଛାତ୍ରୀ । ଏହାଛଡ଼ା ‘ପରୀକ୍ଷା ପେ ଚର୍ଚ୍ଚ’ର ତୃତୀୟ ଅଧ୍ୟାୟରେ କହିଛନ୍ତି, ଟେକ୍ନୋଲଜିରେ AI ଧସେଇ ପଶିବା ପରେ କ୍ରିଏଟିଭିଟି ଦୂରେଇ ଯାଉଛି । ଯଦି ମଣିଷ ସବୁ କାର୍ଯ୍ୟରେ AI ସାମିଲ୍ ହୁଏ ତେବେ ମଣିଷ ମଧ୍ୟରେ ଥିବା ସୃଜନଶୀଳତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ । ତେଣୁ ଟେକ୍ନୋଲଜିଠାରୁ କୃତ୍ରିମ ବୁଦ୍ଧିମତାକୁ ଦୂରେଇ ରଖିବା ଦରକାର ବୋଲି ରାଧିକା ଗୁପ୍ତା କହିଛନ୍ତି । ସେପଟେ ଟେକ୍ନିକାଲ୍ ଗୁରୁଜୀ କହିଛନ୍ତି, ଟେକ୍ ରିୟଲିଟିରେ ବଞ୍ଚିବା ପାଇଁ ଟେକ୍କୁ ପ୍ରସ୍ତୁତ କରି ରଖନ୍ତୁ । ଖାଇବା ବେଳେ ଖାଦ୍ୟ ଥଣ୍ଡା ହେଇ ଯାଉଛି, ହେଲେ ଫଟୋ କ୍ଲିକ୍ ବନ୍ଦ ହେଉନାହିଁ
AIକୁ ଚାକର କର:
ଫାଇନାସିଆଲ୍ ଏକ୍ସପର୍ଟ ରାଧିକା ଗୁପ୍ତା ଏବଂ ଟେକ୍ନିକାଲ୍ ଗୁରୁଜୀ କହିଛନ୍ତି, ଟେକ୍ନୋଲଜିକୁ ନିଜର ଗୁଲାମ କରି ରଖ । AIକୁ ଏକ ଚାକର ଭାବେ ରଖ ଏବଂ ନିଜେ ମାଲିକ ହୁଅ । ରାଧିକା ଗୁପ୍ତା କହିଛନ୍ତି, ସେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପାଠୁପଢ଼ା ବନ୍ଦ କରି ଦେଉଥିଲେ । କାରଣ ଏକ୍ସଜାମ୍ ପାଇଁ ଭଲ ନିଦ ହେବା ଜରୁରୀ । ପରୀକ୍ଷା ପ୍ରସ୍ତୁତି ଭିତରେ ନିଦ ଏବଂ ମାନସିକ ଶାନ୍ତିକୁ ଅଣଦେଖା କରି ଠିକ୍ ନୁହେଁ । ଏହି ଅଧ୍ୟାୟରେ ରାଧିକା ଗୁପ୍ତା ଏବଂ ଟେକ୍ନିକାଲ୍ ଗୁରୁଜୀ ଛାତ୍ରଛାତ୍ରୀମାନଙ୍କୁ ପରୀଡକ୍ଷା ପୂର୍ବରୁ ଟେକ୍ନୋଲଜିର ଉପାଦେୟତା ଏବଂ ଏଆଇ ବାବଦରେ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ।...