Paris Olympics 2024: ପରାଜୟ ଦୁଃଖରେ ଅବସର ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍

ପରାଜୟ ପରେ ଅଲିମ୍ପିକ୍ସରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଅଶ୍ୱିନୀ ପୋନାପ୍ପା । ପ୍ୟାରିସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ନିରାଶ ହେବାପରେ ଅବସର ଘୋଷଣା ।

Paris Olympics 2024: ପରାଜୟ ଦୁଃଖରେ ଅବସର ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍

ବିଜୟ ପୁରସ୍କାର ଆଣିଦିଏ ଆଉ ପରାଜୟ ଶିକ୍ଷା ଓ ତ୍ରୁଟି ସୁଧାରିବାକୁ ଅବସର । ପ୍ରତ୍ୟେକ ଖେଳାଳି ଏହାକୁ ଭଲଭାବେ ଜାଣିଥାନ୍ତି । ମାତ୍ର କ୍ରୀଡାର ସବୁଠୁ ବଡ଼ ମଞ୍ଚ ଅଲିମ୍ପିକ୍ସରେ ଦ୍ୱିତୀୟ ସୁଯୋଗ ନଥାଏ । ଜଣେ ଆଥଲେଟର ସ୍ୱପ୍ନ ଥାଏ ଅଲମ୍ପିକ୍ସ ମେଡାଲ୍ ମାତ୍ର ଯେବେ ସ୍ୱପ୍ନ ଭାଙ୍ଗିଯାଏ, ବିଶ୍ୱାସ ତୁଟିଯାଏ ଆଉ ମନ ମରିଯାଏ । ଯାହା ଘଟିଛି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଅଶ୍ୱିନୀ ପୋନାପ୍ପାଙ୍କ କ୍ଷେତ୍ରରେ ।

ପରାଜୟ ପରେ ଅଲମ୍ପିକରୁ ଅବସର ଘୋଷଣା କରିଛନ୍ତି ପୋନାପ୍ପା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ପରାସ୍ତ ହେବାପରେ ଏପରି ନିଷ୍ପତି ନେଇଛନ୍ତି ପୋନାପ୍ପା । ମ୍ୟାଚ ଶେଷ ହେବାପରେ ଭାରତୀୟ ଷ୍ଟାର ସର୍ଟଲର ପୋନାପ୍ପା ଭାବବିହ୍ୱଳ ହୋଇପଡ଼ିଥିଲେ । ଆଉ ସମ୍ଭବ ନୁହେଁ କହିବା ସହ ଏହା ତାଙ୍କର ଶେଷ ଅଲମ୍ପିକ୍ସ ଥିଲା ସ୍ପଷ୍ଟ କରିଛନ୍ତି।

ଅଧିକ ପଢନ୍ତୁ : Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ

ପୋନାପ୍ପା କହିଛନ୍ତି, "ଏହାକୁ ସାମ୍ନା କରିବାକୁ ଅନେକ ଭାବନାତ୍ମକ ଓ ମାନଶିକ ଶକ୍ତି ଆବଶ୍ୟକ । ପୁଣିଥରେ ମୁଁ ଏହାକୁ ଗ୍ରହଣ କରିବା ସମ୍ଭବ ନୁହେଁ । ଏହା ସହଜ ନୁହେଁ, ଯୁବ ବୟସରେ ଏସବୁକୁ ଗ୍ରହଣ କରି ଆଗକୁ ବଢ଼ିବା ହୁଏତ ସହଜ ହୋଇଥାନ୍ତା, ମାତ୍ର ଏତେ ଲମ୍ବା ସମୟ ଧରି ଖେଳିବା ପରେ ଆଉ ସମ୍ଭବ ନୁହେଁ ।"

ମହିଳା ଟିମ ଇଭେଣ୍ଟରେ ଭାରତୀୟ ମହିଳା ବ୍ୟାଡମିଣ୍ଚନ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତାନିସା କ୍ରାଷ୍ଟୋ ଗ୍ରୁପ ସି'ର ମ୍ୟାଚରେ ଲଗାତାର ତୃତୀୟ ପରାଜୟ ପରେ ନିରାଶ ହୋଇଛନ୍ତି । ଫଳରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଯୋଡ଼ି, ଅଷ୍ଟ୍ରେଲିଆର ସେତ୍ୟନା ମାପସା ଓ ଆଞ୍ଜେଲା ୟୁଙ୍କ ଠାରୁ ୧୫-୨୧, ୧୦-୨୧ ସିଧାସଳଖ ସେଟରେ ପରାସ୍ତ ହୋଇଥିଲେ । 

ତେବେ ବ୍ୟାଡମିଣ୍ଟନ ଡବଲ୍ସର ଭାରତୀୟ ପୁରୁଷ ଯୋଡ଼ି ସାତ୍ତିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ, ଇଣ୍ଡୋନେସିଆ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ସିଧାସଳଖ ସେଟରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ ହାତେଇଛନ୍ତି ।

ଅଧିକ ପଢନ୍ତୁ : ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍