Paytmକୁ ବଡ଼ ଝଟକା
ଫେବ୍ରୁଆରୀ ୨୯ ପରଠୁ Paytmରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ Paytmରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବେ।
Paytm ପେମେଣ୍ଟସ୍ ବ୍ୟାଙ୍କକୁ ବଡ଼ ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। Paytm ପେମେଣ୍ଟସ ବ୍ୟାଙ୍କ ଲିମିଟେଡ଼ ଉପରେ ଆରବିଆଇ କଟକଣା ଲଗାଇଛି। ଏଣିକି Paytmରେ ନୂଆ ଗ୍ରାହକ ଯୋଡ଼ି ହୋଇ ପାରିବେନି। ଫେବ୍ରୁଆରୀ ୨୯ ପରଠୁ Paytmରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ Paytmରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବେ। ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ Paytm ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।