Paytmକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କଲା ଇଡି, FEMA ଉଲ୍ଲଂଘନ ସହ ଜଡ଼ିତ ମାମଲା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପେଟିଏମ୍‌ର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କରିଛି । ଇଡି ଅନୁସାରେ, ବିଭିନ୍ନ ମାମଲାରେ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (FEMA) ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍‌ର ପେରେଣ୍ଟ କମ୍ପାନିର, ଏହାର ମ୍ୟାନେଜିଂ ଡାଇରେକ୍ଟର ଓ ଏହା ସହ ଜଡ଼ିତ ୟୁନିଟକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପେଟିଏମ୍ ଫାଉଣ୍ଡର ବିଜୟ ଶେଖର ଶର୍ମା ଏହାର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ଅଛନ୍ତି ।ପେଟିଏମ୍ ମାର୍ଚ୍ଚ ୧ରେ ସେୟାର ବଜାରକୁ ଏହି ନୋଟିସ ବାବଦରେ ଅବଗତ କରାଇଥିଲା । କୁହାଯାଇଥିଲା ଯେ ଏହି ନୋଟିସ ଦୁଇ ସହାୟକ କମ୍ପାନି-ଲିଟିଲ ଇଣ୍ଟରନେଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ନିୟରବାୟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କ୍ରୟରେ ଫେମା, ୧୯୯୯ର କିଛି ନିୟମର କଥିତ ଉଲ୍ଲଂଘନ ସହ ଜଡ଼ିତ । ପେଟିଏମ୍ ୨୦୧୭ରେ ଦୁଇ କମ୍ପାନିର ଅଧିଗ୍ରହଣ କରିଥିଲା ।ଇଡି ବୟାନରେ କହିଛି ଯେ ତଦନ୍ତରେ ଜଣାପଡ଼ିଛି ଯେ ୱାନ୯୭ କମ୍ୟୁନିକେସନ୍ ଲିମିଟେଡ୍ ସିଙ୍ଗାପୁରରେ ବିଦେଶୀ ନିବେଶ କରିଛି ଏବଂ ଓଭରସିଜ୍ ଷ୍ଟେପ୍‌ଡାଉନ୍ ସବ୍‌ସିଡାୟରୀ ଗଠନ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୂଚନା ଦିଆଯାଇନଥିଲା । ଏଥିପାଇଁ ଇଡି ଫେମା ନିୟମ ଉଲ୍ଲଂଘନ ପାଇଁ ୱାନ୯୭ କମ୍ୟୁନିକେସନ ଓ ପେଟିଏମର ଅନ୍ୟ ସବସିଡାୟରୀ କମ୍ପାନିକୁ ୬୧୧ କୋଟି ଟଙ୍କ

Paytmକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କଲା ଇଡି, FEMA ଉଲ୍ଲଂଘନ ସହ ଜଡ଼ିତ ମାମଲା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପେଟିଏମ୍‌ର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କରିଛି । ଇଡି ଅନୁସାରେ, ବିଭିନ୍ନ ମାମଲାରେ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (FEMA) ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍‌ର ପେରେଣ୍ଟ କମ୍ପାନିର, ଏହାର ମ୍ୟାନେଜିଂ ଡାଇରେକ୍ଟର ଓ ଏହା ସହ ଜଡ଼ିତ ୟୁନିଟକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପେଟିଏମ୍ ଫାଉଣ୍ଡର ବିଜୟ ଶେଖର ଶର୍ମା ଏହାର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ଅଛନ୍ତି ।

ପେଟିଏମ୍ ମାର୍ଚ୍ଚ ୧ରେ ସେୟାର ବଜାରକୁ ଏହି ନୋଟିସ ବାବଦରେ ଅବଗତ କରାଇଥିଲା । କୁହାଯାଇଥିଲା ଯେ ଏହି ନୋଟିସ ଦୁଇ ସହାୟକ କମ୍ପାନି-ଲିଟିଲ ଇଣ୍ଟରନେଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ନିୟରବାୟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କ୍ରୟରେ ଫେମା, ୧୯୯୯ର କିଛି ନିୟମର କଥିତ ଉଲ୍ଲଂଘନ ସହ ଜଡ଼ିତ । ପେଟିଏମ୍ ୨୦୧୭ରେ ଦୁଇ କମ୍ପାନିର ଅଧିଗ୍ରହଣ କରିଥିଲା ।

ଇଡି ବୟାନରେ କହିଛି ଯେ ତଦନ୍ତରେ ଜଣାପଡ଼ିଛି ଯେ ୱାନ୯୭ କମ୍ୟୁନିକେସନ୍ ଲିମିଟେଡ୍ ସିଙ୍ଗାପୁରରେ ବିଦେଶୀ ନିବେଶ କରିଛି ଏବଂ ଓଭରସିଜ୍ ଷ୍ଟେପ୍‌ଡାଉନ୍ ସବ୍‌ସିଡାୟରୀ ଗଠନ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୂଚନା ଦିଆଯାଇନଥିଲା । ଏଥିପାଇଁ ଇଡି ଫେମା ନିୟମ ଉଲ୍ଲଂଘନ ପାଇଁ ୱାନ୯୭ କମ୍ୟୁନିକେସନ ଓ ପେଟିଏମର ଅନ୍ୟ ସବସିଡାୟରୀ କମ୍ପାନିକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ବୟାନରେ ଅଭିଯୋଗ ଅଣାଯାଇଛି ଯେ ୱାନ୯୭ କମ୍ୟୁନିକେସନ୍ ଆରବିଆଇ ଦ୍ୱାରା ଧାର୍ଯ୍ୟ ନିୟମ ଅନୁପାଳନ ନକରି ବିଦେଶୀ ନିବେଶକଙ୍କଠାରୁ ଏଫଡିଆଇ ହାସଲ କରିଥିଲା । ସେହିପରି ନିୟରବାୟ ଇଣ୍ଡିଆ ଆରବିଆଇର ସମୟସୀମା ମଧ୍ୟରେ କମ୍ପାନିକୁ ହାସଲ କରି ଏଫଡିଆଇ ବାବଦରେ ସୂଚନା ଦେଇନଥିଲା । ଅନ୍ୟପଟେ ଏହି ଅଭିଯୋଗ ଉପରେ ପେଟିଏମ୍ କହିଛି ଯେ କିଛି କଥିତ ଉଲ୍ଲଂଘନ ସେହି ସମୟରେ ହୋଇଛି, ଯେତେବେଳେ ଦୁଇ କମ୍ପାନି ପେଟିଏମର ସହାୟକ କମ୍ପାନି ନଥିଲେ ।