PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍‌ ଦୁବାଇ ସ୍ଥାନାନ୍ତର

ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି। ପିଏସ୍‌ଏଲ ସିଜିନ ୧୦ର ବାକି ମ୍ୟାଚ୍‌ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ରାତିରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଜଧାନୀ ଇସ୍‌ଲାମାବାଦ ସମେତ […] The post PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍‌ ଦୁବାଇ ସ୍ଥାନାନ୍ତର appeared first on Dharitri Odia News.

PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍‌ ଦୁବାଇ ସ୍ଥାନାନ୍ତର

ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇଛି। ପିଏସ୍‌ଏଲ ସିଜିନ ୧୦ର ବାକି ମ୍ୟାଚ୍‌ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ରାତିରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁର ଉପରେ ମିଳିତ ଅପରେଶନ୍‌ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ସରକାରୀ ବାସଭବନରୁ କିଛି ଦୂରରେ ବିସ୍ପୋରଣର ଶବ୍ଦ ଶୁଣିବାକୁ ମିଳିଛି। ପଞ୍ଜାବରେ ଏମର୍ଜେନ୍ସି ଜାରି ହୋଇଥିବା ବେଳେ ଅନେକ ପ୍ରଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଭଳି ସମୟରେ ୨୦୨୨ରେ ନୌସେନାର ଓ୍ବେଷ୍ଟର୍ନ ନାଭାଲ କମାଣ୍ଡ୍‌ ସାମିଲ ହୋଇଥିବା ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ କରାଚୀରେ ଆକ୍ରମଣ କରିବା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି। ଅପରପକ୍ଷେ ବେଲୁଚ୍‌ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ପାକିସ୍ତାନୀ ସେନାକୁ ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମଧ୍ୟରେ IPL ମ୍ୟାଚ ଅଧା ବାଟରେ ବାତିଲ କରାଯାଇଥିଲା, ଯାହା ଫଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଯୋଗୁଁ ସମଗ୍ର ଲିଗ ବାତିଲ ହେବାର ଆଶଙ୍କା ବୃଦ୍ଧି ପାଇଛି, ଯାହାର ପ୍ରଶାସକମାନେ ପରିବର୍ତ୍ତିତ ପରିସ୍ଥିତି ସମୀକ୍ଷା କରୁଛନ୍ତି।

The post PCBର ବଡ଼ ନିଷ୍ପତ୍ତି: PSLର ବାକି ମ୍ୟାଚ୍‌ ଦୁବାଇ ସ୍ଥାନାନ୍ତର appeared first on Dharitri Odia News.