PhD ପାଇଁ ଏକ କୋଟି ଖର୍ଚ୍ଚ କଲେ ଭାରତୀୟ ଛାତ୍ରୀ, ଗୋଟିଏ ଝଟକାରେ ବାହାର କରିଦେଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବ୍ରିଟେନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଦୁନିଆର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଗଣାଯାଏ । ଏହି ସଂସ୍ଥା ଦୁନିଆର ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ । ଏହି କାରଣରୁ ଭାରତରୁ ବି ଅନେକ ଛାତ୍ରଛାତ୍ରୀ ଏଠାକୁ ପଢିବାକୁ ଯା'ଆନ୍ତି । କିନ୍ତୁ ଗତ କିଛି ଦିନ ତଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରୀଙ୍କ ସହ ଏପରି କିଛି ଘଟିଲା, ଯାହା ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଛାତ୍ରୀ ଜଣଙ୍କ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲେ ।ବିବିସି ରିପୋର୍ଟ ଅନୁସାରେ, ତାମିଲନାଡ଼ୁର ଜଣେ ଯାତ୍ରୀ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପିଏଚଡି ପାଇଁ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । କିନ୍ତୁ ବିଶ୍ୱବିଦ୍ୟାଳୟ ଜୋର କରି ଛାତ୍ରୀଜଣଙ୍କୁ ତାଙ୍କ କୋର୍ସରୁ ହଟାଇ ଚତୁର୍ଥ ବର୍ଷରେ ତାଙ୍କର ଟ୍ରନ୍ସଫର୍ ଏକ ମାଷ୍ଟର କୋର୍ସରେ କରିଦେଲେ । ବ୍ରିଟିଶ ୟୁନିଭର୍ସିଟି ଏପରି କରିବା ପୂର୍ବରୁ ଭାରତୀୟ ଛାତ୍ରୀଙ୍କ ଅନୁମତି ମଧ୍ୟ ନେଇ ନାହିଁ ।  ଅକ୍ସୋଫୋର୍ଡରେ ଏଭଳି ସ୍ଥିତିର ସାମନା କରିଥିବା ଛାତ୍ରୀଙ୍କ ନାଁ ହେଉଛି ଲକ୍ଷ୍ମୀ ବାଲାକୃଷ୍ଣନ । ଲକ୍ଷ୍ମୀଙ୍କ ପାଖରେ ପୂର୍ବରୁ ଦୁଇଟି ମାଷ୍ଟର ଡିଗ୍ରୀ ରହିଛି । ସେକ୍ସପିୟରଙ୍କ ଉପରେ ରିସର୍ଚ୍ଚ ପିଏଚ୍‌ଡି ସ୍ତରର ନାହିଁ ବୋଲି ଲକ୍ଷ୍ମୀ ବାଲାକୃଷ୍ଣନଙ୍କୁ ଚତୁର୍ଥ ବର୍ଷରେ କୁହାଗଲା । ଏହି କାରଣଙ୍

PhD ପାଇଁ ଏକ କୋଟି ଖର୍ଚ୍ଚ କଲେ ଭାରତୀୟ ଛାତ୍ରୀ, ଗୋଟିଏ ଝଟକାରେ ବାହାର କରିଦେଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବ୍ରିଟେନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଦୁନିଆର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଗଣାଯାଏ । ଏହି ସଂସ୍ଥା ଦୁନିଆର ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ । ଏହି କାରଣରୁ ଭାରତରୁ ବି ଅନେକ ଛାତ୍ରଛାତ୍ରୀ ଏଠାକୁ ପଢିବାକୁ ଯା'ଆନ୍ତି । କିନ୍ତୁ ଗତ କିଛି ଦିନ ତଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରୀଙ୍କ ସହ ଏପରି କିଛି ଘଟିଲା, ଯାହା ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଛାତ୍ରୀ ଜଣଙ୍କ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲେ ।

ବିବିସି ରିପୋର୍ଟ ଅନୁସାରେ, ତାମିଲନାଡ଼ୁର ଜଣେ ଯାତ୍ରୀ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପିଏଚଡି ପାଇଁ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । କିନ୍ତୁ ବିଶ୍ୱବିଦ୍ୟାଳୟ ଜୋର କରି ଛାତ୍ରୀଜଣଙ୍କୁ ତାଙ୍କ କୋର୍ସରୁ ହଟାଇ ଚତୁର୍ଥ ବର୍ଷରେ ତାଙ୍କର ଟ୍ରନ୍ସଫର୍ ଏକ ମାଷ୍ଟର କୋର୍ସରେ କରିଦେଲେ । ବ୍ରିଟିଶ ୟୁନିଭର୍ସିଟି ଏପରି କରିବା ପୂର୍ବରୁ ଭାରତୀୟ ଛାତ୍ରୀଙ୍କ ଅନୁମତି ମଧ୍ୟ ନେଇ ନାହିଁ ।  

ଅକ୍ସୋଫୋର୍ଡରେ ଏଭଳି ସ୍ଥିତିର ସାମନା କରିଥିବା ଛାତ୍ରୀଙ୍କ ନାଁ ହେଉଛି ଲକ୍ଷ୍ମୀ ବାଲାକୃଷ୍ଣନ । ଲକ୍ଷ୍ମୀଙ୍କ ପାଖରେ ପୂର୍ବରୁ ଦୁଇଟି ମାଷ୍ଟର ଡିଗ୍ରୀ ରହିଛି । ସେକ୍ସପିୟରଙ୍କ ଉପରେ ରିସର୍ଚ୍ଚ ପିଏଚ୍‌ଡି ସ୍ତରର ନାହିଁ ବୋଲି ଲକ୍ଷ୍ମୀ ବାଲାକୃଷ୍ଣନଙ୍କୁ ଚତୁର୍ଥ ବର୍ଷରେ କୁହାଗଲା । ଏହି କାରଣଙ୍କୁ ତାଙ୍କୁ ଫେଲ୍ କରିଦିଆଗଲା । ଲକ୍ଷ୍ମୀ କହିଛନ୍ତି, 'ମୋତେ ଜୋର କରି ପିଏଚଡି ପୋଗ୍ରାମରୁ ବାହାର କରି ମୋର ଇଚ୍ଛା ବିରୋଧରେ ମୋତେ ମାଷ୍ଟର୍ସ କୋର୍ସରେ ଭର୍ତ୍ତି କରିଦିଆଗଲା ।' ସେ କହିଛନ୍ତି, 'ମୋ ପାଖରେ ପୂର୍ବରୁ ଦୁଇଟି ମାଷ୍ଟର ଡିଗ୍ରୀ ରହିଛି ଏବଂ ଅକ୍ସଫୋର୍ଡରେ ପିଏଚଡି କରିବା ପାଇଁ ୧,୦୦,୦୦୦ ପାଉଣ୍ଡ ଖର୍ଚ୍ଚ କରିଛି, କୌଣସି ଡିଗ୍ରୀ ପାଇଁ ନୁହେଁ ।' ଲକ୍ଷ୍ମୀ କହିଛନ୍ତି, 'ମୋ ସହ ବିଶ୍ୱାସଘାତକ ହୋଇଛି । ଯେଉଁ ସଂସ୍ଥାକୁ ମୁଁ ବହୁତ ସମ୍ମାନ ଦୃଷ୍ଟିରୁ ଦେଖୁଥିଲି, ସେ ମୋତେ ନିରାଶ କରିଛି ।'