POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ

POCO ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ସ୍ମାର୍ଟଫୋନ୍ ୟୁଜର୍ସଙ୍କ ଖୁସିକୁ ବଢ଼ାଇବା ପାଇଁ POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାର ପ୍ରି-ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ । POCO ଭାରତରେ ଏକ ପାୱାରଫୁଲ୍ ୭୫୫୦mAh ବ୍ୟାଟେରୀ ସହିତ ଏକ ଗେମିଂ ଫୋନ୍ ଲଞ୍ଚ କରିଛି । Pocoର ଏହି ଫୋନ୍ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରାଯାଇଛି । […] The post POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ appeared first on KNews Odisha.

POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ
POCO F7 5G

POCO ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ସ୍ମାର୍ଟଫୋନ୍ ୟୁଜର୍ସଙ୍କ ଖୁସିକୁ ବଢ଼ାଇବା ପାଇଁ POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାର ପ୍ରି-ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

POCO ଭାରତରେ ଏକ ପାୱାରଫୁଲ୍ ୭୫୫୦mAh ବ୍ୟାଟେରୀ ସହିତ ଏକ ଗେମିଂ ଫୋନ୍ ଲଞ୍ଚ କରିଛି । Pocoର ଏହି ଫୋନ୍ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରାଯାଇଛି । ଏହା ଏପର୍ଯ୍ୟନ୍ତ ବ୍ରାଣ୍ଡର ସବୁଠାରୁ ବଡ଼ ବ୍ୟାଟେରୀ ଥିବା ଫୋନ୍ । ଏହା ଗତ ବର୍ଷ ଲଞ୍ଚ ହୋଇଥିବା POCO F6 5Gର ଏକ ଅପଗ୍ରେଡ୍ ହେବ । ଗତ ବର୍ଷ, କମ୍ପାନୀ ଏହି ଫୋନ୍କୁ ୨୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଥିଲା । POCO F7 5G ହେଉଛି ଚୀନ୍ରେ ଲଞ୍ଚ ହୋଇଥିବା Redmi Turbo 4 ର ଏକ ରି-ବ୍ରାଣ୍ଡେଡ୍ ଭର୍ସନ୍ । ଏହାର ଅନେକ ଫିଚର୍ସ Redmi ର Turbo 4 ଫୋନ୍ ସହିତ ସମାନ ।

POCO F7 5G ପ୍ରାଇସ୍ :
ଏହି POCO ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି – ୧୨GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୨GB RAM + ୫୧୨GB ଷ୍ଟୋରେଜ୍ । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୩୧,୯୯୯ ଟଙ୍କା । ସେହିଭଳି, ଏହାର ଟପ୍ ଭାରିଆଣ୍ଟ ୩୩,୯୯୯ ଟଙ୍କାରେ ଉପଲବ୍ଧ । ଏହି ଫୋନ୍ 1 ଜୁଲାଇରୁ ଇ-କମର୍ସ ୱେବସାଇଟ୍ Flipkart ରେ ସେଲ୍ ପାଇଁ ଉପଲବ୍ଧ ହେବ । ଫୋନକୁ କିଣିବା ଉପରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଏହାର ପ୍ରି-ବୁକିଂ ମଧ୍ୟ ଆରମ୍ଭ ହୋଇଯାଛି । POCO F7 5G କୁ ତିନୋଟି କଲର ଅପ୍ସନରେ ଲଞ୍ଚ କରାଯାଇଛି ଯାହା ହେଉଛି- Forst White, Cyber Silver Edition ଏବଂ Phantom Black ।

POCO F7 5Gର ଫିଚର୍ସ :
Pocoର ଏହି ଲାଟେଷ୍ଟ ଗେମିଂ ସ୍ମାର୍ଟଫୋନ୍ Qualcomm Snapdragon 8s Gen 4 ପ୍ରୋସେସରରେ କାମ କରେ । ଏହି ଫୋନରେ ୧୨GB LPDDR5X RAM ଏବଂ ୫୧୨GB ପର୍ଯ୍ୟନ୍ତ UFS 4.1 ଷ୍ଟୋରେଜ୍ ଅଛି । ଏହି ଫୋନରେ ୬୦୦୦mm2 ଭାପର୍ ଚାମ୍ବର କୁଲିଂ ଫିଚର୍ ଅଛି, ଯାହା ଫଳରେ ଫୋନଟି ମଲ୍ଟି-ଟାସ୍କିଂ ଏବଂ ଗେମିଂ ସମୟରେ ଗରମ ହେବ ନାହିଁ । ଏହି ଫୋନର RAMକୁ ଭର୍ଚୁଆଲୀ ୧୨GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।

ଏଥି ସହ ଏହି ସ୍ମାର୍ଟଫୋନ୍ Android 15 ଉପରେ ବେସ୍ଡ Xiaomi HyperOS 2 ରେ କାମ କରେ । ଏହି ଫୋନ ସହିତ, କମ୍ପାନୀ ୪ ବର୍ଷ ପାଇଁ OS ଏବଂ ୬ ବର୍ଷ ପାଇଁ ସିକ୍ୟେୁରିଟି ଅପଡେଟ୍ ପ୍ରଦାନ କରୁଛି । ଏହାକୁ IP66, IP68 ଏବଂ IP69 ରେଟିଂ ଦିଆଯାଇଛି, ଯାହା ଫଳରେ ଫୋନଟି ପାଣି କିମ୍ବା ଧୂଳି ଇତ୍ୟାଦିରେ ବୁଡ଼ି ରହିଲେ ମଧ୍ୟ ଖରାପ ହେବ ନାହିଁ । ଏହି ଫୋନର ମୋଟାଇ ୭.୯୮ ଗ୍ରାମ ଏବଂ ଏହାର ଓଜନ ୨୨୨ ଗ୍ରାମ । ଏଥି ସହ କନେକ୍ଟିଭିଟି ପାଇଁ , ଏହି ଫୋନରେ ଲାଟେଷ୍ଟ WiFi 7 ଏବଂ ବ୍ଲୁଟୁଥ୍ 6 ମିଳିବ ।

ଏହି ପୋକୋ ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ରହିଛି । ଫୋନରେ ୫୦MP ମେନ୍ ଏବଂ ୮MP ସେକେଣ୍ଡାରୀ କ୍ୟାମେରା ଅଛି । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୨୦MP କ୍ୟାମେରା ଅଛି । ଏହି ଫୋନଟି ଏକ ପାୱାରଫୁଲ୍ ୭,୫୫୦mAh ବ୍ୟାଟେରୀ ଏବଂ ୯୦W USB ଟାଇପ୍ C ଫାଷ୍ଟ ଚାର୍ଜିଂ ଫିଚର୍ସକୁ ସପୋର୍ଟ କରେ । ଏଥିରେ ୨୨.୫W ରିଭର୍ସ ଫାଷ୍ଟ ଚାର୍ଜିଂ ଫିଚର ମଧ୍ୟ ଅଛି ।

ଏଥି ସହ ଜାଣିରଖନ୍ତୁ ଯେ, POCO F7 5G ରେ ୬.୮୩ ଇଞ୍ଚ ୧.୫K AMOLED ଡିସପ୍ଲେ ଅଛି । ଏହି ଫୋନଟି HDR10+ ଏବଂ ୩୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିବ । ଏହି ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରେ । ଏଥିରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ କର୍ଣ୍ଣିଂ ଗରିଲା ଗ୍ଲାସ 7ର ପ୍ରୋଟେକ୍ସନ ମଧ୍ୟ ମିଳିବ । ଏଥି ସହ ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।

Also read : ଭାରତୀୟ ବଜାରରେ ଲଞ୍ଚ ହୋଇଛି Vivo T4 Lite 5G, କମ୍ ଦାମରେ ଫିଚର୍ସ ରହିଛି ଜବରଦସ୍ତ

The post POCO ଲଞ୍ଚ କଲା ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ appeared first on KNews Odisha.