Puri Rath Yatra: ରଥ, ପଥ ପ୍ରସ୍ତୁତ; ରାତି ପାହିଲେ ବିଶ୍ୱନିୟନ୍ତାଙ୍କ ଗୁଣ୍ଡିଚା ଯାତ
ସିଂହଦ୍ବାର ଆଗରେ ତିନି ରଥଙ୍କ ଅପେକ୍ଷା । କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିବେ କାଳିଆ ସାଆଁନ୍ତ, ବ୍ୟାକୁଳ ଭକ୍ତ ମନ । ଏପଟେ ରତ୍ନବେଦି ଛାଡ଼ି ଜନ୍ମବେଦି ଯାତ୍ରାରେ ବାହାରିବାକୁ ଉଚ୍ଛନ୍ନ ହେଲେଣି ଚତୁର୍ଦ୍ଧାମୂର୍ତ୍ତି । ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ବି ଜୋରଦାର ।