QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ

ନୂଆଦିଲ୍ଲୀ,୧୩।୪: ପ୍ରାୟତ ଫିଲ୍ମରେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ପିଲା ନିଜ ପରିବାର ଠାରୁ ଅଲଗା ହୋଇଗଲେ କିମ୍ବା ହଜିଗଲେ ପିଲାର ଶରୀରରେ ଥିବା କଳାଜାଇ କିମ୍ବା କୌଣସି ଚିହ୍ନ ଦେଖି ନିଖୋଜ ପିଲାଟିର ପରିବାରକୁ ସନ୍ଧାନ କରାଯାଏ। କିନ୍ତୁ ବାସ୍ତବରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କୌଣସି କଳାଜାଇ କିମ୍ବା ପ୍ରତୀକାତ୍ମକ ଚିହ୍ନ ନୁହେଁ ବରଂ QR କୋଡ୍‌ ଦ୍ୱାରା ହଜିଲା ପୁଅ ମା’ କୋଳକୁ ଫେରି ଆସିଛି। […] The post QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ appeared first on Dharitri Odia News.

QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ

ନୂଆଦିଲ୍ଲୀ,୧୩।୪: ପ୍ରାୟତ ଫିଲ୍ମରେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ପିଲା ନିଜ ପରିବାର ଠାରୁ ଅଲଗା ହୋଇଗଲେ କିମ୍ବା ହଜିଗଲେ ପିଲାର ଶରୀରରେ ଥିବା କଳାଜାଇ କିମ୍ବା କୌଣସି ଚିହ୍ନ ଦେଖି ନିଖୋଜ ପିଲାଟିର ପରିବାରକୁ ସନ୍ଧାନ କରାଯାଏ। କିନ୍ତୁ ବାସ୍ତବରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କୌଣସି କଳାଜାଇ କିମ୍ବା ପ୍ରତୀକାତ୍ମକ ଚିହ୍ନ ନୁହେଁ ବରଂ QR କୋଡ୍‌ ଦ୍ୱାରା ହଜିଲା ପୁଅ ମା’ କୋଳକୁ ଫେରି ଆସିଛି।

ଆଧୁନିକ ଜ୍ଞାନକୌଶଳର ଏକ ତାଜୁବ କରିଦେବା ମାମଲା ମହାରାଷ୍ଟ୍ରର ମୁମ୍ବାଇରେ ଦେଖିବାକୁ ମିଳିଛି। ଯେଉଁଠାରେ ମୁମ୍ବାଇ ପୋଲିସ ଜଣେ ନାବାଳକଙ୍କୁ କ୍ୱୁଆର କୋଡ ଦ୍ୱାରା ତାଙ୍କ ପିତାମାତାଙ୍କୁ ଠାବ କରିଛି। ପୁଅକୁ ପାଇ ପରିବାାର ଖୁସିର ଲହରୀ ଖେଳି ଯାଇଛି।

ସୂଚନାନୁସାରେ, ଏହି ୧୨ ବର୍ଷର ଶିଶୁ ଖେଳୁଥିବା ସମୟରେ ବସରେ ଚଢି ଯାଇଥିଲେ। ପରିବାର ସଦସ୍ୟ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ସନ୍ଧାନ ପାଇପାରି ନ ଥିଲେ ଯେଉଁଥିପାଇଁ ନିରାଶ ହୋଇ ପୋଲିସ ପାଖରେ ନିଖୋଜ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ଶିଶୁଟିକୁ ଖୋଜିବାରେ ଲାଗିପଡିଥିଲା। ପୋଲିସ କହିବାନୁସାରେ. ଶିଶୁଟି ମୁମ୍ବାଇର ଦକ୍ଷିଣ ଭାଗରେ ଥିବା କୋଲାବାରେ ପରିତ୍ୟକ୍ତ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ଲୋକମାନେ କହିଥିଲେ କି, ଶିଶୁଟିକୁ ଯେତେ ପଚାରିଲେ ମଧ୍ୟ ସେ କିଛି କହିପାରୁ ନ ଥିଲା।

ଏହା ପରେ ଜଣେ ବ୍ୟକ୍ତି ପିଲାଟିକୁ ସାଙ୍ଗରେ ନେଇ ପୋଲିସ ଷ୍ଟେସନକୁ ଯାଇଥିଲେ। ଏହି ସମୟରେ ପୋଲିସର ଆଖି ପିଲାଟିର ବେକରେ ଥିବା ଲକେଟ ଉପରେ ପଡିଥିଲା। ଏହା ଭିତରେ ଏକ QR କୋଡ ଥିବା ପୋଲି ଦେଖିବାକୁ ପାଇଥିଲା। ଡେରି ନ କରି ପୋଲିସ ଏକ QR କୋଡ ସ୍କାନ କରିଥିଲା। ସ୍କାନ କରିବାରୁ ଏକ ନମକବର ସାମ୍ନାକୁ ଆସିଥିଲା। ସେହି ନମ୍ବରକୁ ଫୋନ ଲଗାଇ ପୋଲିସ ଶିଶୁଟିର ପରିବାର ଲୋକଙ୍କ ସନ୍ଧାନ ପାଇଥିଲା।

The post QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ appeared first on Dharitri Odia News.