Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ(କର୍ନାଟକ),୬।୩: ଦୁବାଇରୁ ସୁନା ସ୍ମଗ୍‌ଲିଂ କରି ଆଣୁଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଗତ ସୋମବାର ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ(୩୨)। ବେଙ୍ଗାଲୁରୁସ୍ଥିତ ରାନ୍ୟାଙ୍କ ଘରେ ବୁଧବାର ଚଢ଼ାଉ ସମୟରେ ଡିଆର୍‌ଆଇ ବ୍ୟାପକ ସୁନା ଏବଂ ଟଙ୍କା ଜବତ କରିଛି, ଯାହାର ମୂଲ୍ୟ ଅନେକ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଅଭିନେତ୍ରୀ ରାନ୍ୟାଙ୍କ ସାବତ ବାପା ରାମଚନ୍ଦ୍ର ରାଓ ଜଣେ ବରିଷ୍ଠ ପୋଲିସ ଅଧିକାରୀ। […] The post Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ appeared first on Dharitri Odia News.

Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ(କର୍ନାଟକ),୬।୩: ଦୁବାଇରୁ ସୁନା ସ୍ମଗ୍‌ଲିଂ କରି ଆଣୁଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଗତ ସୋମବାର ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ(୩୨)। ବେଙ୍ଗାଲୁରୁସ୍ଥିତ ରାନ୍ୟାଙ୍କ ଘରେ ବୁଧବାର ଚଢ଼ାଉ ସମୟରେ ଡିଆର୍‌ଆଇ ବ୍ୟାପକ ସୁନା ଏବଂ ଟଙ୍କା ଜବତ କରିଛି, ଯାହାର ମୂଲ୍ୟ ଅନେକ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଅଭିନେତ୍ରୀ ରାନ୍ୟାଙ୍କ ସାବତ ବାପା ରାମଚନ୍ଦ୍ର ରାଓ ଜଣେ ବରିଷ୍ଠ ପୋଲିସ ଅଧିକାରୀ। ସେ କର୍ନାଟକ ପୋଲିସ ହାଉସିଂ କର୍ପୋରେଶନର ଡିଜିପି ଭାବେ କାର୍ଯ୍ୟରତ। ରାମଚନ୍ଦ୍ରଙ୍କ ପରିଚୟରେ ରାନ୍ୟା ବହୁ ସମୟରେ ବିମାନବନ୍ଦରରୁ ବିନା ଚେକିଂରେ ବାହାରି ଆସିବାରେ ସମର୍ଥ ହୋଇଥାନ୍ତି ବୋଲି ଡିଆର୍‌ଆଇ ଜାଣିବାକୁ ପାଇଛି। ସୁନା ସ୍ମଗ୍‌ଲିଂ ର଼୍ୟାକେଟ୍‌ ସହ ରାନ୍ୟାଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ଡିଆର୍‌ଆଇ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଦୁବାଇରୁ ଏମିରେଟ୍ସ ବିମାନରେ ଅଭିନେତ୍ରୀ ରାନ୍ୟା ସୁନା ସ୍ମଗ୍‌ଲିଂ କରି ଆଣୁଥିବା ଡିଆର୍‌ଆଇ ଅଧିକାରୀ ଖବର ପାଇଥିଲେ। ତଦନୁଯାୟୀ ବେଙ୍ଗାଲୁରୁ ବିମାନ ବନ୍ଦରରେ ଡିଆର୍‌ଆଇର ୪ଜଣ ଅଧିକାରୀ ପହଞ୍ଚତ୍ ରାନ୍ୟାଙ୍କ ଆସିବାକୁ ଅପେକ୍ଷା କରିଥିଲେ। ରାନ୍ୟାଙ୍କ ବିମାନ ଆସି ପହଞ୍ଚତ୍ବାପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କଠାରୁ ୧୪.୮ କିଲୋ ସୁନା ଜବତ କରାଯାଇଥିଲା। ସେ ତାଙ୍କ ପୋଷାକ ଏବଂ ପ୍ୟାଣ୍ଟ ବେଲ୍‌ଟରେ ସୁନା ବିସ୍କୁଟଗୁଡ଼ିକୁ ଲୁଚାଇ ଆଣୁଥିଲେ। ତାଙ୍କୁ ଗିରଫ କରାଯିବା ପରେ ବେଙ୍ଗାଲୁରୁସ୍ଥିତ ଡିଆର୍‌ଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିନେତ୍ରୀ ରାନ୍ୟା ବାରମ୍ବାର ଦୁବାଇ ଗସ୍ତ କରୁଥିବାରୁ ତାଙ୍କ ଉପରେ ଡିଆର୍‌ଆଇର ସନ୍ଦେହ ବଢ଼ିଥିଲା। ଏପରି କି ଗତ ୧୫ ଦିନରେ ସେ ୪ଥର ଦୁବାଇ ଗସ୍ତ କରିଛନ୍ତି। ତାଙ୍କ ବାପା ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାରୁ ସେ ବିମାନରୁ ଓହ୍ଲାଇବା ପରେ ପୋଲିସ କର୍ମଚାରୀଙ୍କୁ ଡାକି ସେମାନଙ୍କ ମାଧ୍ୟମରେ ବିମାନବନ୍ଦରରୁ ବାହାରକୁ ସହଜରେ ଆସୁଥିବାରୁ କେହି କିଛି ଜାଣିପାରୁ ନ ଥିଲେ। ବୁଧବାର ସେ ଭଡ଼ାରେ ରହୁଥିବା ଲାଭେଲେ ରୋଡ୍‌ସ୍ଥିତ ଫ୍ଲାଟରେ ଚଢ଼ାଉ କରାଯାଇଥିଲା। ସେଠାରୁ ୨.୦୬କୋଟି ଟଙ୍କାର ସୁନା ଏବଂ ୨.୬୭କୋଟି ନଗଦ ଟଙ୍କା ଜବତ କରାଯାଇଛି। ସେ ଉକ୍ତ ଘରକୁ ମାସିକ ୪.୫ଲକ୍ଷ ଟଙ୍କାରେ ଭଡ଼ାରେ ରହୁଥିବା ଜଣାପଡ଼ିଛି।

ସୂଚନାଥାଉ କି, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଡିଜିପି ରାମଚନ୍ଦ୍ର ରାନ୍ୟାଙ୍କ ମା’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରାନ୍ୟା ଗିରଫ ହେବାପରେ ତାଙ୍କଠାରୁ ରାମଚନ୍ଦ୍ର ନିଜକୁ ଦୂରେଇ ରଖିବାକୁ ଚାହିଁଛନ୍ତି। ପ୍ରାୟ ୪ମାସ ହେଲା ଝିଅର ବିବାହ ପରଠାରୁ ସେ ତାଙ୍କ ସହ ସମ୍ପର୍କରେ ନାହାନ୍ତି ବୋଲି ରାମଚନ୍ଦ୍ର କହିଛନ୍ତି। ପ୍ରକାଶ ଯେ, ଅଭିନେତ୍ରୀ ରାନ୍ୟା କନ୍ନଡ଼ ସୁପରଷ୍ଟାର ସୁଦୀପଙ୍କ ସହ ଫିଲ୍ମ ମାଣିକ୍ୟରେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି।

The post Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ appeared first on Dharitri Odia News.