Ratna Bhandar: ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଗଣତି ସରିବା ପରେ…

ଭୁବନେଶ୍ୱର,୧୫ା୨: ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର। ରତ୍ନଭଣ୍ଡାର ଖୋଲିବା ପରେ ଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି […] The post Ratna Bhandar: ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଗଣତି ସରିବା ପରେ… appeared first on Dharitri Odia News.

Ratna Bhandar: ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଗଣତି ସରିବା ପରେ…

ଭୁବନେଶ୍ୱର,୧୫ା୨: ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।

ରତ୍ନଭଣ୍ଡାର ଖୋଲିବା ପରେ ଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ  ।

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ । ଗଣତି ମଣତି ପରେ ତଥ୍ୟ ଦିଆଯିବ ।

ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି  ହୋଇଥିଲା। ଏହା ପରଠାରୁ ଅନେକଥର ଦାବି ଉଠିଥିଲେ ମଧ୍ୟ ଗଣତି ହୋଇ ନ ଥିଲା। ରାଜ୍ୟରେ ଭାଜପା ସରକାର ଆସିବା ପରେ ପ୍ରତିଶ୍ରୁତି ଦେଇଥିଲା ରତ୍ନଭଣ୍ଡାର ଖୋଲାଯିବ। ଯାହା କି ଆଜି ପର୍ଯ୍ୟନ୍ତ ଖୋଲାଯାଇ ଗଣତିମଣତି ହୋଇନାହିଁ।

The post Ratna Bhandar: ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଗଣତି ସରିବା ପରେ… appeared first on Dharitri Odia News.