Ravenshaw University: ରେଭେନ୍ସାରେ ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ...
ରେଭେନ୍ସା ଭାଇସ୍ ଚାନସଲରଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଲା ବଡ଼ ଆଉ ଅଜବ ବିଜ୍ଞପ୍ତି। କୁହାଗଲା- ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନେ ସନ୍ଧ୍ୟା ସାଢେ ୫ଟା ପୂର୍ବରୁ କ୍ୟାମ୍ପସ୍ ଛାଡ଼। ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ତେବେ ଏହାର ମାତ୍ର ଘଣ୍ଟାକ ପରେ ବଦଳିଗଲା ନିଷ୍ପତ୍ତି।