RBI ନୁହେଁ ଏହି ବ୍ୟାଙ୍କ ଛାପୁଛି ଟଙ୍କା ! ୫୦୦ ଟଙ୍କିଆ ନୋଟ୍ରେ ଅନୁପମ ଖେର୍
ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।
ପୋଲିସ ହାତରେ ଲାଗିଲା ବିପୁଳ ପରିମାଣର ଜାଲ୍ ନୋଟ୍। ଗୁଜରାଟ ଅହମ୍ମହାବାଦରୁ ପ୍ରାୟ ୧.୬୦କୋଟି ନକଲି ନୋଟ୍ ଜବତ ହୋଇଛି। ତେବେ ଏହି ନୋଟ୍ରେ ମହାତ୍ମା ଗାନ୍ଧିଙ୍କ ଫଟୋ ବଦଳରେ ରହିଛି ଅଭିନେତା ଅନୁପମ ଖେର୍ଙ୍କ ଫଟୋ। ରିଜର୍ଭ ବ୍ୟାଙ୍କର ନାଁ ବଦଳରେ ରହିଛି ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ।
ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଡା ବିଡା ନୋଟ୍ରେ ମହାତ୍ମା ଗାନ୍ଧିଙ୍କ ବଦଳରେ ଅନୁପମ ଖେର୍ଙ୍କ ଫଟୋ ରହିଛି। ଅଭିନେତା ଅନୁପମ ଖେର୍ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ସାମାନ୍ୟ ସମାନତା ରହିଛି। ଏହାର ଫାଇଦା ନେଇ ସ୍କାମରମାନେ ଅତି ଚତୁରତାର ସହ ନକଲି ନୋଟରେ ଗାନ୍ଧୀଙ୍କ ମୁହଁ ବଦଳରେ ଅନୁପମ ଖେରଙ୍କ ମୁହଁ ଛାପିଛନ୍ତି। ଯାହାକୁ ଆପଣ ନିରିଖେଇ ଦେଖିଲେ ଜାଣିପାରିବେ।
500 रुपीए नोटों पर गांधी बापू की जगह @AnupamPKher की फोटो !!!
अनुपम खेर की तस्वीर वाले 1.30 करोड़ रुपीए देकर 2100 ग्राम गोल्ड की ठगाई
अहमदाबाद में बुलियन के कारोबारी से ठगी का हैरतंगेज मामला सामने आया pic.twitter.com/47mPhKLK3v — Kamit Solanki (@KamitSolanki) September 30, 2024
ସେପ୍ଟେମ୍ବର ୨୨ତାରିଖରେ ସୁରଟରେ ନକଲି ନୋଟ୍ ତିଆରି କରୁଥିବା ଏକ କାରଖାନାରେ ଚଢାଉ କରାଯାଇଥିଲା। ନକଲି ନୋଟ୍ କାରବାର ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଥିଲା ପୋଲିସ। ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଖବର ଅନୁଯାୟୀ ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି। ତେବେ ଅନୁପମ ଖେର୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ଅନୁପମ ଖେର କଙ୍ଗନା ରଣାୱତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଏମର୍ଜେନ୍ସି'ରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା, କିନ୍ତୁ ବର୍ତ୍ତମାନ ସେନସର ବୋର୍ଡ ପ୍ରମାଣପତ୍ର ଦେବାକୁ ମନା କରିବାରୁ ଏହା ରିଲିଜ୍ ହୋଇପାରିନି। ଏହାର ପରବର୍ତ୍ତୀ ଶୁଣାଣି ଆଜି ଅର୍ଥାତ୍ ସେପ୍ଟେମ୍ବର ୩୦ରେ ହେବ।