RBIର ପ୍ରତିଷ୍ଠା, ଆପଲ କମ୍ପାନୀର ଶୁଭାରମ୍ଭ…. ଜାଣନ୍ତୁ ୧ ଏପ୍ରିଲରେ କ’ଣ କ’ଣ ହୋଇଥିଲା ?

ନୂଆଦିଲ୍ଲୀ ୦୧।୦୪; ଏପ୍ରିଲ୍ ୧ରେ ଲୋକମାନେ ପରସ୍ପରକୁ ବୋକା ବନେଇ ଥାଆନ୍ତି। କିନ୍ତୁ ଇତିହାସରେ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ଘଟିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିଷ୍ଠା  ଓ ଆମେରିକାରେ ଆପଲ୍ କମ୍ପାନୀର ଶୁଭାରମ୍ଭ ଏହି ଦିନ ଯୋଡି ହୋଇ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ  ୧ ଏପ୍ରିଲ ୧୯୩୫ରେ ପ୍ରତିଷ୍ଠିତ ହୋଇଥିଲା । ୧ ଜାନୁଆରୀ ୧୯୪୯ରେ ଜାତୀୟକରଣ କରାଯାଇଥିଲା। ଏହା ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଅବସ୍ଥିତ।ଆମେରିକୀୟ କମ୍ପାନୀ ଆପଲ୍ ର କାହାଣୀ ଏକ ପରିକଥା ଠାରୁ କମ୍ ନୁହେଁ । ଏପ୍ରିଲ ୧, ୧୯୭୬ରେ, ଷ୍ଟିଭ ଜବ୍ସ , ଷ୍ଟିଭ ୱୋଜନାଇକ ଏବଂ ରୋନାଲ୍ଡ ୱେନ କାଲିଫର୍ଣ୍ଣିଆରେ ଆପଲ ଇଙ୍କ ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭରେ କମ୍ପାନୀର ନାମ ଥିଲା 'ଆପଲ୍ କମ୍ପ୍ୟୁଟର' କିନ୍ତୁ ଜାନୁଆରୀ ୯, ୨୦୦୭ ରେ 'କମ୍ପ୍ୟୁଟର' ଶବ୍ଦକୁ ହଟାଇ ଦିଆଗଲା । ସେହି ସମୟରେ ଷ୍ଟିଭ ଜବ୍ସ ପ୍ରଥମ ଆଇଫୋନ୍ ଲଞ୍ଚ କଲେ। ଅଳ୍ପ ସମୟ ମଧ୍ୟରେ, ଆପଲ୍ ରାଜସ୍ୱ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ହେଲା ଏବଂ ସ୍ମାର୍ଟଫୋନ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା ।୧ ଏପ୍ରିଲର ପ୍ରମୁଖ ଘଟଣା ୧୫୮୨: ଫ୍ରାନ୍ସରେ ଏହି ଦିନ ମୂର୍ଖ

RBIର ପ୍ରତିଷ୍ଠା, ଆପଲ କମ୍ପାନୀର ଶୁଭାରମ୍ଭ…. ଜାଣନ୍ତୁ ୧ ଏପ୍ରିଲରେ କ’ଣ କ’ଣ ହୋଇଥିଲା ?

ନୂଆଦିଲ୍ଲୀ ୦୧।୦୪; ଏପ୍ରିଲ୍ ୧ରେ ଲୋକମାନେ ପରସ୍ପରକୁ ବୋକା ବନେଇ ଥାଆନ୍ତି। କିନ୍ତୁ ଇତିହାସରେ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ଘଟିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିଷ୍ଠା  ଓ ଆମେରିକାରେ ଆପଲ୍ କମ୍ପାନୀର ଶୁଭାରମ୍ଭ ଏହି ଦିନ ଯୋଡି ହୋଇ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ  ୧ ଏପ୍ରିଲ ୧୯୩୫ରେ ପ୍ରତିଷ୍ଠିତ ହୋଇଥିଲା । ୧ ଜାନୁଆରୀ ୧୯୪୯ରେ ଜାତୀୟକରଣ କରାଯାଇଥିଲା। ଏହା ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଅବସ୍ଥିତ।

ଆମେରିକୀୟ କମ୍ପାନୀ ଆପଲ୍ ର କାହାଣୀ ଏକ ପରିକଥା ଠାରୁ କମ୍ ନୁହେଁ । ଏପ୍ରିଲ ୧, ୧୯୭୬ରେ, ଷ୍ଟିଭ ଜବ୍ସ , ଷ୍ଟିଭ ୱୋଜନାଇକ ଏବଂ ରୋନାଲ୍ଡ ୱେନ କାଲିଫର୍ଣ୍ଣିଆରେ ଆପଲ ଇଙ୍କ ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭରେ କମ୍ପାନୀର ନାମ ଥିଲା 'ଆପଲ୍ କମ୍ପ୍ୟୁଟର' କିନ୍ତୁ ଜାନୁଆରୀ ୯, ୨୦୦୭ ରେ 'କମ୍ପ୍ୟୁଟର' ଶବ୍ଦକୁ ହଟାଇ ଦିଆଗଲା । ସେହି ସମୟରେ ଷ୍ଟିଭ ଜବ୍ସ ପ୍ରଥମ ଆଇଫୋନ୍ ଲଞ୍ଚ କଲେ। ଅଳ୍ପ ସମୟ ମଧ୍ୟରେ, ଆପଲ୍ ରାଜସ୍ୱ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ହେଲା ଏବଂ ସ୍ମାର୍ଟଫୋନ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା ।

୧ ଏପ୍ରିଲର ପ୍ରମୁଖ ଘଟଣା 

୧୫୮୨: ଫ୍ରାନ୍ସରେ ଏହି ଦିନ ମୂର୍ଖ ଦିବସ ଭାବରେ ପାଳନ ହେଲା।

୧୭୯୩: ଜାପାନରେ ସେନସାନ୍ ଆଗ୍ନେୟଗିରି ବିସ୍ଫୋରଣ ହେବାପରେ ପ୍ରାୟ ୫୩,୦୦୦ ଲୋକ ପ୍ରାଣ ହରାଇଥିଲେ।

୧୮୬୯: ଏକ ନୂତନ ଛାଡପତ୍ର ନିୟମ ଲାଗୁ ହେଲା ।

୧୮୮୨: ଡାକ ସଞ୍ଚୟ ବ୍ୟାଙ୍କ ସିଷ୍ଟମର ଆରମ୍ଭ ।

୧୯୧୨: ଭାରତର ରାଜଧାନୀ କୋଲକତାରୁ ଦିଲ୍ଲୀକୁ ଆନୁଷ୍ଠାନିକ ଭାବରେ ସ୍ଥାନାନ୍ତରିତ କରାଗଲା।

୧୯୩୦: ବିବାହ ପାଇଁ ସର୍ବନିମ୍ନ ବୟସ ଝିଅମାନଙ୍କ ପାଇଁ ୧୪ ବର୍ଷ ଏବଂ ପୁଅମାନଙ୍କ ପାଇଁ ୧୮ ବର୍ଷ ସ୍ଥିର କରାଯାଇଥିଲା |

୧୯୩୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ।

୧୯୩୫: ଭାରତୀୟ ଡାକ ଅର୍ଡର ଆରମ୍ଭ 

୧୯୩୬: ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ।

୧୯୩୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ଜନ୍ମ ।

୧୯୫୪: ସୁବ୍ରତ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।

୧୯୫୬: କମ୍ପାନୀର ଅଧିନିୟମ ଲାଗୁ ହେଲା ।

୧୯୭୩: ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କରେ ବାଘ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

୧୯୭୬: ଟେଲିଭିଜନ୍ ପାଇଁ ଏକ ପୃଥକ ନିଗମ ପ୍ରତିଷ୍ଠା କରାଯାଇଥିଲା। ଯାହାର ନାମ ଦୁରଦର୍ଶନ ଦିଆଗଲା।

୧୯୭୬: ଷ୍ଟିଭ ଜବ୍ସ ଏବଂ ତାଙ୍କ ସାଙ୍ଗମାନେ ଆପଲ୍ କମ୍ପାନୀ ପ୍ରତିଷ୍ଠା କଲେ ।

୧୯୭୮: ଭାରତର ଷଷ୍ଠ ପାଞ୍ଚ ବର୍ଷର ଯୋଜନା ଆରମ୍ଭ ।

୧୯୭୯: ଇରାନ ଇସଲାମିକ୍ ରିପବ୍ଲିକ୍ ପ୍ରତିଷ୍ଠା କଲା ।

୧୯୯୨: ଅଷ୍ଟମ ପାଞ୍ଚ ବର୍ଷ ଯୋଜନା ଆରମ୍ଭ ହୋଇଥିଲା ।

୨୦୦୪: ଗୁଗୁଲ୍ Gmail ସେବା ଘୋଷଣା ହୋଇଥିଲା।

୨୦୧୦: ଦେଶରେ ୧୫ ତମ ଜନଗଣନା କାର୍ଯ୍ୟ ରାଷ୍ଟ୍ରପତି ପ୍ରତୀଭା ସିଂ ପାଟିଲଙ୍କ ସହ ଆରମ୍ଭ ହୋଇଥିଲା।

୨୦୨୧: ଅଭିନେତା ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଥିଲା ।

୨୦୨୨: ୧୯୯୦ ମସିହାରୁ ରାଜ୍ୟସଭାରେ ଶହେ ସଦସ୍ୟ ପାଇବାରେ ବିଜେପି ପ୍ରଥମ ଦଳ ହେବାର ରେକର୍ଡ ସୃଷ୍ଟି କରିଛି।