Relationship: ଆପଣଙ୍କ ପାର୍ଟନର୍ ଦୂରରେ ରହୁଛନ୍ତି କି… ସଂପର୍କକୁ ଦୃଢ କରିବା ପାଇଁ କ’ଣ କରିବେ
କାମ ହେତୁ ଅନେକ ଥର ପ୍ରେମୀ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ଏହି ୫ଟି ଟିପ୍ସକୁ ପାଳନ କରନ୍ତୁ।
କାମ ହେତୁ ଅନେକ ଥର ପ୍ରେମୀ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। ଆମେ ସାଧାରଣତଃ ଏହାକୁ ଏକ ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପ୍ ଭାବରେ ଜାଣୁ। ଧୀରେ ଧୀରେ ଏହି ପ୍ରକାର ସମ୍ପର୍କ ସାଧାରଣ ହେବାରେ ଲାଗିଛି। ଲୋକମାନେ ସେମାନଙ୍କର ସ୍ୱପ୍ନ ଏବଂ କ୍ୟାରିୟର୍ ହାସଲ କରିବା ପାଇଁ ପରସ୍ପରଠାରୁ ଦୂରରେ ରହିବା ଆରମ୍ଭ କରନ୍ତି। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ।
ଅନେକ ଥର, ଆପଣଙ୍କ ପାର୍ଟନର୍ ବ୍ୟସ୍ତ ଥିବାରୁ କଲ୍ କରିବାରେ ସକ୍ଷମ ନ ହେବା ମଧ୍ୟ ସନ୍ଦେହ ଏବଂ ଝଗଡା ହେବାର କାରଣ ହୋଇଯାଏ। ଏପରି ପରିସ୍ଥିତିରେ, ଅନ୍ୟ ପାର୍ଟନର୍ ବୁଝିବା ଉଚିତ ଯେ ସେ କିଛି କାମରେ ବ୍ୟସ୍ତ ଥାଇପାରନ୍ତି। ଅନାବଶ୍ୟକ ସନ୍ଦେହ ଏବଂ ପ୍ରଶ୍ନ ପଚାରିବା ଦ୍ୱାରା ଧୀରେ ଧୀରେ ପ୍ରେମ ଧିରେ ଧିରେ କମେ ଏବଂ ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପ୍ରେ ବାସ୍ତବ ଦୂରତା ଆସିଯାଏ।
ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ସମ୍ପର୍କକୁ ଠିକ ଭାବେ ପରିଚାଳନା କରିବା ଉଚିତ। ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତୁ ଆପଣ ଏକ ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପକୁ ଭଲ ଭାବରେ ବଜାୟ ରଖିବାରେ ସକ୍ଷମ ହେବେ ଏବଂ ପ୍ରେମ ଏବଂ ବିଶ୍ୱାସ ମଧ୍ୟ ଏଥିରେ ଅକ୍ଷୁଣ୍ଣ ରହିବ।
ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପ୍ ପାଇଁ ୫ଟି ଟିପ୍ସ:
ସମୟ ପାଇଲେ ବାର୍ତ୍ତାଳାପ:
ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପ୍ ପରିଚାଳନା କରିବା ସହଜ ନୁହେଁ। ମାସ ମାସ ଧରି ସାକ୍ଷାତ ହୋଇ ନ ଥିବାରୁ ଲୋକମାନେ ପରସ୍ପରକୁ ମିସ୍ କରିବା ଆରମ୍ଭ କରନ୍ତି। ସମ୍ପର୍କର ସମନ୍ୱୟ ଖରାପ ହୁଏ, ଯେଉଁ କାରଣରୁ ସମ୍ପର୍କ ବିଗିଡିବାରେ ଲାଗେ। ଏପରି ସଂପର୍କରେ, ଆପଣ ପ୍ରତ୍ୟେକ ଦିନ ପରସ୍ପର ସହିତ କଥାବାର୍ତ୍ତା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଘଣ୍ଟା ଘଣ୍ଟା କଥା ହେବ ଜରୁରୀ ନୁହେଁ। ଫୋନ୍ କଲ୍, ଭିଡିଓ କଲ୍ ମଧ୍ୟ କରିପାରିବେ। ଆପଣ ଦିନସାରା ବ୍ୟସ୍ତ ରହିପାରନ୍ତି, କିନ୍ତୁ ଘରକୁ ଆସିବା ପରେ ଆପଣଙ୍କ ପାର୍ଟନର୍ଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଏହା ଆପଣଙ୍କୁ ପରସ୍ପରର ନିକଟତର କରିବ।
ଅଯଥା ପ୍ରଶ୍ନ କରନ୍ତୁ ନାହିଁ:
ଯଦିବି କଲ୍ କରୁଛନ୍ତି, ଅଭିଯୋଗ କରନ୍ତୁ ନାହିଁ ଗତକାଲି କାହିଁକି କଲ୍ କଲ ନାହିଁ? କାହା ସହିତ ଏବଂ କେଉଁଠାରେ ବ୍ୟସ୍ତ ଥିଲ? ଏଭଳି ଅଯଥା ପ୍ରଶ୍ନ କରନ୍ତୁ ନାହିଁ। ଏହିପରି କଥା ଅନ୍ୟ ଜଣକୁ ବିରକ୍ତ କରିପାରେ। ଏହା ସମ୍ଭବ ଯେ ସେ କାମରେ ଏତେ ବ୍ୟସ୍ତ ଥାଇପାରନ୍ତି ଯେ ସେ କଲ୍ କରିବାକୁ ସମୟ ପାଇ ନଥିବେ। ଏହିପରି ଛୋଟ ଛୋଟ କଥାକୁ ନେଇ ଝଗଡା କି ଯୁକ୍ତି କରନ୍ତୁ ନାହିଁ।
ପ୍ରତି ମାସରେ ସାକ୍ଷାତ:
ଯଦି ଆପଣ ଅନ୍ୟ ସହରରେ ରହୁଛନ୍ତି ଏବଂ ମାସ ମାସ ଧରି ପରସ୍ପରକୁ ଭେଟି ପାରୁ ନାହାନ୍ତି ତେବେ ଏହା ଭାବନାକୁ ହ୍ରାସ କରିପାରେ। ପରସ୍ପରକୁ ଘନିଷ୍ଠ ଅନୁଭବ କରିବାକୁ ମଧ୍ୟ ସମୟ ଦେବା ଜରୁରୀ ଅଟେ। ଯଦି ଆପଣ ଅଧିକ ଦୂରରେ ରହୁ ନାହାନ୍ତି, ତେବେ ନିଶ୍ଚିତ ଭାବରେ ପ୍ରତି ମାସରେ ସାକ୍ଷାତ କରିବାକୁ ଚେଷ୍ଟା କରନ୍ତୁ।
ପରସ୍ପରଙ୍କୁ ସମୟ ଦେବା:
ଯେତେବେଳେ କାମରୁ ଘରକୁ ଫେରୁଛନ୍ତି, ପରସ୍ପର ସହିତ ସମୟ ବିତାଇବା ପାଇଁ କୌଣସି ଏକ ଅନଲାଇନ୍ ଖେଳ ଖେଳନ୍ତୁ। ଏକାଠି କୌଣସି ଏକ ରୋମାଣ୍ଟିକ୍ ଚଳଚ୍ଚିତ୍ର ଦେଖନ୍ତୁ। କୌଣସି ବହି ପଢନ୍ତୁ ଏବଂ ଏହାକୁ ଆଲୋଚନା କରନ୍ତୁ। ଆପଣଙ୍କର ସମସ୍ତ ଦୈନନ୍ଦିନ ଅନୁଭୂତିକୁ ବାଣ୍ଟନ୍ତୁ। ଏହା ଆପଣଙ୍କ ଭିତରେ ଘନିଷ୍ଠତାର ଭାବନା ବିକାଶ କରିବ।
ସମ୍ପର୍କକୁ ନେଇ ପଜିଟିଭ୍:
ସମ୍ପର୍କକୁ ନେଇ ସବୁବେଳେ ପଜିଟିଭ୍ ରହିବା ଉଚିତ। ଆପଣ ଯେତେ ସନ୍ଦେହ କରିବେ, ଆପଣଙ୍କ ମଧ୍ୟରେ ଦୂରତା ସେତେ ବଢିବ। ଅନ୍ୟର ପରାମର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ସମ୍ପର୍କରେ ତିକ୍ତତା ଆଣିବ। ଯଦି ଆପଣଙ୍କ ମନରେ କୌଣସି ପ୍ରକାରର ସନ୍ଦେହ ଆସେ, ଅନ୍ୟ କାହା ସହିତ ଆଲୋଚନା କରିବା ପରିବର୍ତ୍ତେ, ପାରସ୍ପରିକ ଯୋଗାଯୋଗ ମାଧ୍ୟମରେ ଏସବୁକୁ ଠିକ୍ ରିବାକୁ ଚେଷ୍ଟା କରନ୍ତୁ।