RI, ARI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ବାତିଲ୍

ପ୍ରିଲିମ ପରୀକ୍ଷାକୁ ବାତିଲ କରାଯିବା ସହିତ ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍‌ ପରୀକ୍ଷା ବି ବାତିଲ କରାଯାଇଛି।

RI, ARI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ବାତିଲ୍

ଆରଆଇ,ଏଆରଆଇ, ଅମିନ, ଆଇସିଡିଏସ୍‌ ଓ ଏସ୍‌ଏଫଏସ ପ୍ରିଲିମ୍‌ ପରୀକ୍ଷା ବାତିଲ୍ କରିଛନ୍ତି OSSSC। ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

ପ୍ରିଲିମ ପରୀକ୍ଷାକୁ ବାତିଲ କରାଯିବା ସହିତ ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍‌ ପରୀକ୍ଷା ବି ବାତିଲ କରାଯାଇଛି। ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ। କିନ୍ତୁ ଆଶାୟୀଙ୍କୁ ଆଉ ସାନି ଆବେଦନ କରିବାକୁ ପଡ଼ିବନି। ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ।

ପ୍ରିଲିମ୍‌ ପରୀକ୍ଷାରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍‌ କରାଯାଇଥିଲା। ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ହାଇକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା। ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍‌ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍‌ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା। ଶେଷରେ ଏହାକୁ ବାତିଲ କରାଯାଇଛି।