RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ । କହିଲେ, ଜନସଂଖ୍ୟା କମିବା ଏବେ ଚିନ୍ତାର ବିଷୟ ।
କନକ ବ୍ୟୁରୋ: ଜନସଂଖ୍ୟା ନୀତି ନେଇ RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ । କମ୍ ଜନସଖ୍ୟା ବୃଦ୍ଧି ସମାଜକୁ ଧ୍ୱଂସ ଆଡକୁ ନେଇଯିବ ବୋଲି କହିଛନ୍ତି । ପରିବାରର ଗୁରୁତ୍ବ ଉପରେ ଆଲୋକପାତ କରି କହିଛନ୍ତି, ଯଦି ଜନସଂଖ୍ୟା ବୃଦ୍ଧି ହାର ୨.୧ ତଳକୁ ଖସିଯାଏ ତେବେ ସମାଜ ଧ୍ୱଂସ ଆଡକୁ ଯିବ । ଭାଗବତ ରବିବାର ନାଗପୁରରେ RSSର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପରିବାର ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପ୍ରତ୍ୟେକ ପରିବାର ଦେଶର ଏକ ୟୁନିଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ଜନସଂଖ୍ୟା କମିବା ଏବେ ଚିନ୍ତାର ବିଷୟ ପାଲଟିଛି । RSS ମୁଖ୍ୟ କହିଛନ୍ତି ଯେ ୧୯୯୮ କିମ୍ୱା ୨୦୦୨ରେ ସ୍ଥିର ହୋଇଥିବା ଜନସଖ୍ୟା ନୀତିରେ କୁହାଯାଇଛି ଯେ ଜନସଂଖ୍ୟା ବୃଦ୍ଧି ହାର ୨.୧ରୁ କମ୍ ହେବା ଉଚିତ ନୁହେଁ । ସେ ଆହୁରି କହିଛନ୍ତି, ସମ୍ପ୍ରଦାୟ ମଧ୍ୟରେ ଜନସଂଖ୍ୟା ଅସନ୍ତୁଳନ ଭୌଗୋଲିକ ସୀମାକୁ ପ୍ରଭାବିତ କରିପାରେ ଏବଂ ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ । ଦେଶରେ ସମ୍ପ୍ରଦାୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।