Saiyaara: ବକ୍ସଅଫିସରେ ସୁନାମୀ ଆଣିଛି ସୈୟାରା, ସୋମବାର ହେବ ଅସଲ ପରୀକ୍ଷା
'ସୈୟାରା' ଦ୍ୱିତୀୟ ଦିନରେ ଘରୋଇ ବକ୍ସ ଅଫିସରେ ୨୪.୫ କୋଟି ଟଙ୍କା ରୋଜଗାର କରିଛି। ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଏହାର ଆୟ ପ୍ରାୟ ୧୬.୬ ପ୍ରତିଶତ ବୃଦ୍ଧି ପାଇଛି। ଦୁଇ ଦିନରେ ଫିଲ୍ମର ମୋଟ ଆୟ ୪୫.୫ କୋଟି ଟଙ୍କା ହୋଇଛି।