Sambhal Violence: ୧୬ଟି ସାଂପ୍ରଦାୟିକ ଦଙ୍ଗାରେ ଲହୁଲୁହାଣ ସମ୍ଭଲ: କେବେ ଶୁଖିବ ଲୁହ ?
୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।