SCBରେ ଅଭାବନୀୟ ଘଟଣା, ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ

କଟକ ୨୯।୦୮:  ଏସସିବିରେ ଅଭାବନୀୟ ଘଟଣା। ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ। ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଆଜି ଜନ୍ମ ନେଇଥିବା  ଶିଶୁ। ପ୍ରାଥମିକ ସ୍ତରରୁ ଏହି ଶିଶୁର  ଓଜନ ଦେଢ଼ କେଜି ଜଣାପଡିଛି।  ଏହାସହ ୭ ମାସର ପ୍ରି ମ୍ୟାଚୁଅର ବେବି ବୋଲି ସୂଚନା ମିଳିଛି। ଖବର ଅନୁଯାୟୀ, ଗୁରୁବାର ସକାଳୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ରେଣୁକା ପରିଡା ବୋଲି ଜଣେ କର୍ମଚାରୀ ଏହି ଶିଶୁକୁ ଦେଖିଲା ପରେ ତାଙ୍କୁ ଉଦ୍ଧାର କରି ସ୍ତ୍ରୀ ଓ ପ୍ରସୂତି ବିଭାଗର SNCUରେ ଭର୍ତି କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ସେ ତାଙ୍କର ପରିବାର ସଦସ୍ୟ ହେପାଟୋଲୋଜି ବିଭାଗରେ ଆଡ଼ମିସନ ହୋଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ। ହେଲେ ଦେଖିବା ବେଳକୁ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାହାକୁ ଉଦ୍ଧାର କରିବା ସମୟରେ ପେଡ଼ିଆଟିକ ବିଭାଗର କର୍ମଚାରୀ ଉକ୍ତ ନବଜାତ ଶିଶୁକୁ ଉଦ୍ଧାରକାରୀ ଟିମ ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସ୍ଥାନାନ୍ତରିତ କରିଥିଲେ। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି।

SCBରେ ଅଭାବନୀୟ ଘଟଣା, ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ

କଟକ ୨୯।୦୮:  ଏସସିବିରେ ଅଭାବନୀୟ ଘଟଣା। ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ। ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଆଜି ଜନ୍ମ ନେଇଥିବା  ଶିଶୁ। ପ୍ରାଥମିକ ସ୍ତରରୁ ଏହି ଶିଶୁର  ଓଜନ ଦେଢ଼ କେଜି ଜଣାପଡିଛି।  ଏହାସହ ୭ ମାସର ପ୍ରି ମ୍ୟାଚୁଅର ବେବି ବୋଲି ସୂଚନା ମିଳିଛି। 

ଖବର ଅନୁଯାୟୀ, ଗୁରୁବାର ସକାଳୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ରେଣୁକା ପରିଡା ବୋଲି ଜଣେ କର୍ମଚାରୀ ଏହି ଶିଶୁକୁ ଦେଖିଲା ପରେ ତାଙ୍କୁ ଉଦ୍ଧାର କରି ସ୍ତ୍ରୀ ଓ ପ୍ରସୂତି ବିଭାଗର SNCUରେ ଭର୍ତି କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ସେ ତାଙ୍କର ପରିବାର ସଦସ୍ୟ ହେପାଟୋଲୋଜି ବିଭାଗରେ ଆଡ଼ମିସନ ହୋଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ। ହେଲେ ଦେଖିବା ବେଳକୁ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାହାକୁ ଉଦ୍ଧାର କରିବା ସମୟରେ ପେଡ଼ିଆଟିକ ବିଭାଗର କର୍ମଚାରୀ ଉକ୍ତ ନବଜାତ ଶିଶୁକୁ ଉଦ୍ଧାରକାରୀ ଟିମ ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସ୍ଥାନାନ୍ତରିତ କରିଥିଲେ। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି।