SOSA ପ୍ରତିରକ୍ଷା ବୁଝାମଣା ଉପରେ ଭାରତ ଏବଂ ଆମେରିକା କଲେ ହସ୍ତାକ୍ଷର, ଜାଣନ୍ତୁ ଏହା କ’ଣ
ନୂଆଦିଲ୍ଲୀ: ଭାରତ ଏବଂ ଆମରେିକା ଏକ ନୂଆ ପ୍ରତିରକ୍ଷା ବୁଝାମଣା ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପରର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଉପକରଣ ଯୋଗାଣ କରିବେ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୁଝାମଣାକୁ ବୈଶ୍ୱିକ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ମଜଭୁତ ଶକ୍ତି ବୋଲି କହିଛନ୍ତି । ରାଜନାଥ ସିଂହ ୱାଶିଂଟନ ଡିସିରେ ଆମେରିକୀୟ ପ୍ରତିପକ୍ଷ ଲୟଡ୍ ଅଷ୍ଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, ଉଦ୍ୟୋଗିକ ସହଯୋଗ, କ୍ଷେତ୍ରୀୟ ସୁରକ୍ଷା ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ପ୍ରଙ୍ଗସରେ ବ୍ୟାପକ ଚର୍ଚ୍ଚା କରିଛନ୍ତି ।ରାଜନାଥ ସିଂହଙ୍କ ଆମେରିକା ଗସ୍ତରେ ସିକ୍ୟୁରିଟି ଅଫ୍ ସପ୍ଲାଇ ଆରେଞ୍ଜମେଣ୍ଟ (SOSA) ଉପରେ ହସ୍ତାକ୍ଷର କରାଯାଇଛି । ଏହି ଅବସରରେ ଉଭୟ ଦେଶ ଟେକ୍ନୋଲଜି ଟ୍ରାନ୍ସଫର ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସୈନ୍ୟ ସହଯୋଗ ବଢାଇବା ପରି ଅନେକ ଦିଗରେ ଆଲୋଚନା କରିଥିଲେ । ଅଧିକାରୀଙ୍କ ଅନୁସାରେ, ଏସ୍ଓଏସ୍ଏ ବୁଝାମଣା ଉପରେ ଆମେରିକାର ପ୍ରିନ୍ସିପାଲ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍ ଡିଫେନ୍ସ ବିକେ ରାମଦାସ ଏବଂ ଭାରତ ପାଇଁ ବରିଷ୍ଠ ସଚିବ ଏବଂ ମହାନିର୍ଦ୍ଦେଶକ (ଅଧିଗ୍ରହଣ) ସମୀର କୁମାର ହସ୍ତକ୍ଷାର କରିଥିଲେ ।ଆମେରିକାର ୧୭ ଦେଶ ଏବଂ BAE, SAAB ଏବଂ ଥେଲ୍ସ ସମେତ ଅନେକ ବୈଶ୍ୱିକ ପ୍ରତିରକ୍ଷା କମ
ନୂଆଦିଲ୍ଲୀ: ଭାରତ ଏବଂ ଆମରେିକା ଏକ ନୂଆ ପ୍ରତିରକ୍ଷା ବୁଝାମଣା ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପରର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଉପକରଣ ଯୋଗାଣ କରିବେ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୁଝାମଣାକୁ ବୈଶ୍ୱିକ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ମଜଭୁତ ଶକ୍ତି ବୋଲି କହିଛନ୍ତି । ରାଜନାଥ ସିଂହ ୱାଶିଂଟନ ଡିସିରେ ଆମେରିକୀୟ ପ୍ରତିପକ୍ଷ ଲୟଡ୍ ଅଷ୍ଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, ଉଦ୍ୟୋଗିକ ସହଯୋଗ, କ୍ଷେତ୍ରୀୟ ସୁରକ୍ଷା ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ପ୍ରଙ୍ଗସରେ ବ୍ୟାପକ ଚର୍ଚ୍ଚା କରିଛନ୍ତି ।
ରାଜନାଥ ସିଂହଙ୍କ ଆମେରିକା ଗସ୍ତରେ ସିକ୍ୟୁରିଟି ଅଫ୍ ସପ୍ଲାଇ ଆରେଞ୍ଜମେଣ୍ଟ (SOSA) ଉପରେ ହସ୍ତାକ୍ଷର କରାଯାଇଛି । ଏହି ଅବସରରେ ଉଭୟ ଦେଶ ଟେକ୍ନୋଲଜି ଟ୍ରାନ୍ସଫର ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସୈନ୍ୟ ସହଯୋଗ ବଢାଇବା ପରି ଅନେକ ଦିଗରେ ଆଲୋଚନା କରିଥିଲେ । ଅଧିକାରୀଙ୍କ ଅନୁସାରେ, ଏସ୍ଓଏସ୍ଏ ବୁଝାମଣା ଉପରେ ଆମେରିକାର ପ୍ରିନ୍ସିପାଲ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍ ଡିଫେନ୍ସ ବିକେ ରାମଦାସ ଏବଂ ଭାରତ ପାଇଁ ବରିଷ୍ଠ ସଚିବ ଏବଂ ମହାନିର୍ଦ୍ଦେଶକ (ଅଧିଗ୍ରହଣ) ସମୀର କୁମାର ହସ୍ତକ୍ଷାର କରିଥିଲେ ।
ଆମେରିକାର ୧୭ ଦେଶ ଏବଂ BAE, SAAB ଏବଂ ଥେଲ୍ସ ସମେତ ଅନେକ ବୈଶ୍ୱିକ ପ୍ରତିରକ୍ଷା କମ୍ପାନି ସହ ବୁଝାମଣା ରହିଛି । ଭାରତ ଏବଂ ଆମେରିକା ଆଉ ଏକ ବୁଝାମଣା-ରେସିପ୍ରୋକଲ ଡିଫେନ୍ସ ପ୍ରୋକ୍ୟୋରମେଣ୍ଟ ଏଗ୍ରିମେଣ୍ଟ (RDP) ଉପରେ ମଧ୍ୟ କଥାବର୍ତ୍ତା ଜାରି ରଖିଛନ୍ତି । ଏହା ଭାରତୀୟ ନିର୍ମାତା ପାଇଁ ଆମେରିକୀୟ ପ୍ରତିରକ୍ଷା କ୍ଷେତ୍ରର ବଡ଼ ବଡ଼ କମ୍ପାନି ସହ କାମ କରିବାର ସୁଯୋଗ ମିଳିବ । RDPକୁ ଚୂଡ଼ାନ୍ତ ରୂପ ଦିଆଯିବା ପରେ, ଭାରତ ସେହି ୨୬ ଦେଶରେ ସାମିଲ ହେବ ଯେଉଁମାନଙ୍କ ପାଖରେ DFARS ମାନ୍ୟତା ରହିଛି । ଏହି ଦେଶଗୁଡ଼ିକ ହିଁ ଆମେରିକୀୟ ସୈନ୍ୟ ଅର୍ଡର ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଇବାକୁ ଯୋଗ୍ୟ । ଏହି ବୁଝାମଣା ବିନିର୍ମାଣ କ୍ଷେତ୍ର ପାଇଁ ବଡ଼ ଦ୍ୱାରା ଖୋଲିବ ।