State Budget : ଜାଣନ୍ତୁ ବଜେଟ୍ରେ କେଉଁ ବିଭାଗକୁ କେତେ ଆବଣ୍ଟନ
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଅଭିଭାଷଣରେ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ।କେଉଁ ବିଭାଗକୁ କେତେ ?ଗୃହ ବିଭାଗକୁ ୧୦୭୫୯.୯୦ କୋଟି ଟଙ୍କାସାଧାରଣ ପ୍ରଶାସନ ଏବଂ ପିଜି ବିଭାଗକୁ ୭୪୦.୭୫ କୋଟି ଟଙ୍କାରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ (ରାଜସ୍ୱ) ପାଇଁ ୧୯୧୩.୨୮ କୋଟି ଟଙ୍କାଆଇନ ବିଭାଗକୁ ୧୦୫୯.୪୪ କୋଟି ଟଙ୍କାଅର୍ଥ ବିଭାଗକୁ ୬୩୫୧୧.୯୧ କୋଟି ଟଙ୍କାବାଣିଜ୍ୟ ମନ୍ତ୍ରଣାଳୟ ପାଇଁ ୩୦୮.୮୧ କୋଟି ଟଙ୍କାପୂର୍ତ୍ତ ବିଭାଗ ପାଇଁ ୧୨୦୦୦ କୋଟି ଟଙ୍କାଓଡ଼ିଶା ବିଧାନସଭା ପାଇଁ ୧୪୪.୬୨ କୋଟି ଟଙ୍କାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭ କୋଟି ଟଙ୍କାବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କାଏସସି/ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ପାଇଁ ୬୪୩୬.୧୦ କୋଟି ଟଙ୍କାସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୨୨୭୪୧.୨୧ କୋଟି ଟଙ୍କାଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ୯୯୭୩.୫୭ କୋଟି ଟଙ୍କାଶ୍ରମ ମ
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଅଭିଭାଷଣରେ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ।
କେଉଁ ବିଭାଗକୁ କେତେ ?
- ଗୃହ ବିଭାଗକୁ ୧୦୭୫୯.୯୦ କୋଟି ଟଙ୍କା
- ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗକୁ ୭୪୦.୭୫ କୋଟି ଟଙ୍କା
- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ (ରାଜସ୍ୱ) ପାଇଁ ୧୯୧୩.୨୮ କୋଟି ଟଙ୍କା
- ଆଇନ ବିଭାଗକୁ ୧୦୫୯.୪୪ କୋଟି ଟଙ୍କା
- ଅର୍ଥ ବିଭାଗକୁ ୬୩୫୧୧.୯୧ କୋଟି ଟଙ୍କା
- ବାଣିଜ୍ୟ ମନ୍ତ୍ରଣାଳୟ ପାଇଁ ୩୦୮.୮୧ କୋଟି ଟଙ୍କା
- ପୂର୍ତ୍ତ ବିଭାଗ ପାଇଁ ୧୨୦୦୦ କୋଟି ଟଙ୍କା
- ଓଡ଼ିଶା ବିଧାନସଭା ପାଇଁ ୧୪୪.୬୨ କୋଟି ଟଙ୍କା
- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭ କୋଟି ଟଙ୍କା
- ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା
- ଏସସି/ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ପାଇଁ ୬୪୩୬.୧୦ କୋଟି ଟଙ୍କା
- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୨୨୭୪୧.୨୧ କୋଟି ଟଙ୍କା
- ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ୯୯୭୩.୫୭ କୋଟି ଟଙ୍କା
- ଶ୍ରମ ମନ୍ତ୍ରଣାଳୟ ପାଇଁ ୩୭୩.୨୨ କୋଟି ଟଙ୍କା
- କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପାଇଁ ୧୩୧୯.୭୯ କୋଟି ଟଙ୍କା
- ଯୋଜନା ଏବଂ କ୍ରିୟାନ୍ୱୟନ ବିଭାଗ ପାଇଁ ୨୮୦୮.୨୨ କୋଟି ଟଙ୍କା
- ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପାଇଁ ୨୮୪୫୧.୩୧ କୋଟି ଟଙ୍କା
- ଶିଳ୍ପ ବିଭାଗ ପାଇଁ ୮୦୮.୧୫ କୋଟି ଟଙ୍କା
- ଜଳ ସମ୍ପଦ ବିଭାଗ ପାଇଁ ୧୪୮୯୪.୨୧ କୋଟି ଟଙ୍କା
- ପରିବହନ ବିଭାଗ ପାଇଁ ୩୭୯୪.୮୮ କୋଟି ଟଙ୍କ
- ଜଙ୍ଗଲ ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ୧୪୯୧.୪୯ କୋଟି ଟଙ୍କା
- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୧୪୭୦୦.୭୧ କୋଟି ଟଙ୍କା
- ଇସ୍ପାତ ଏବଂ ଖଣି ବିଭାଗ ପାଇଁ ୪୦୪.୩୯ କୋଟି ଟଙ୍କା
- ସୂଚନା ଏବଂ ଲୋକ ସମ୍ପର୍କ ପାଇଁ ୧୬୦.୭୦ କୋଟି ଟଙ୍କା
- ଅବକାରୀ ବିଭାଗ ପାଇଁ ୨୪୪.୯୯ କୋଟି ଟଙ୍କା
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ୩୫୩.୨୨ କୋଟି ଟଙ୍କା
- ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦୦୨୦.୧୨ କୋଟି ଟଙ୍କା
- ସଂସଦୀୟ ବ୍ୟାପାର ପାଇଁ ୭୪.୭୧ କୋଟି ଟଙ୍କା
- ଶକ୍ତି ବିଭାଗ ପାଇଁ ୩୯୬୨.୩୩ କୋଟି ଟଙ୍କା
- ହସ୍ତତନ୍ତ ଓ ବୟନ ବିଭାଗ ପାଇଁ ୨୬୬.୫୮ କୋଟି ଟଙ୍କା
- ପର୍ଯ୍ୟଟନ ବିଭାଗ ପାଇଁ ୮୨୦.୦୮ କୋଟି ଟଙ୍କା
- ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ପାଇଁ ୧୯୦୯.୧୨ କୋଟି ଟଙ୍କା
- ସମବାୟ ବିଭାଗ ପାଇଁ ୨୨୭୬.୬ କୋଟି ଟଙ୍କା
- ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ୧୧.୦୪ କୋଟି ଟଙ୍କା
- ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପାଇଁ ୧୫୨୨୨.୮୫ କୋଟି ଟଙ୍କା
- ଇ ଆଣ୍ଡ ଆଇଟି ବିଭାଗ ପାଇଁ ୬୮୮.୮୩ କୋଟି ଟଙ୍କା
- ଉଚ୍ଚ ଶିକ୍ଷା ବିଭାଗ ପାଇଁ ୩୬୫୫.୮୩ କୋଟି ଟଙ୍କା
- ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ପାଇଁ ୧୭୮୪.୫୪ କୋଟି ଟଙ୍କା
- ଏମ୍ଏସ୍ଏମ୍ଇ ବିଭାଗ ପାଇଁ ୭୫୮.୮୬ କୋଟି ଟଙ୍କା
- ସମାଜିକ ସୁରକ୍ଷା ଏବଂ ସଶକ୍ତ କରଣ ବିଭାଗ ପାଇଁ ୯୧୨୦.୬୬ କୋଟି ଟଙ୍କା
- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (ବିପର୍ଯ୍ୟୟ ପରିଚାଳନା) ପାଇଁ ୪୦୪୯.୮୫ କୋଟି ଟଙ୍କା
- ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ପାଇଁ ୪୮୧.୮୩ କୋଟି ଟଙ୍କା
- ମିଶନ ଶକ୍ତି ବିଭାଗ ପାଇଁ ୨୭୭୪.୭୩ କୋଟି ଟଙ୍କା