Stock Market Crash Today: ଭାରତୀୟ ସେୟାର ମାର୍କେଟରେ ଝଡ଼; ଦିନକରେ ଖସିଲା ୧୪୦୦ ପଏଣ୍ଟ୍...

ଆଜି ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିନ ୧୧ଟା ୧୫ ସୁଦ୍ଧା ବିଏସଇ ସୂଚକାଙ୍କରେ ୧୪୩୩ ଦଶମିକ ୬୧ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୨୯୦ରେ ପହଞ୍ଚିଥିଲା।

Stock Market Crash Today: ଭାରତୀୟ ସେୟାର ମାର୍କେଟରେ ଝଡ଼; ଦିନକରେ ଖସିଲା ୧୪୦୦ ପଏଣ୍ଟ୍...

ଆମେରିକା ନିର୍ବାଚନ ପୂର୍ବରୁ ଭାରତୀୟ ଷ୍ଟକ୍ ମାର୍କେଟରେ ଝଡ଼। ଦିନକରେ ବିଏସଇ ସେନସେକ୍ସ ଖସିଲା ୧୪ ପଏଣ୍ଟ। ଆଜି ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିନ ୧୧ଟା ୧୫ ସୁଦ୍ଧା ବିଏସଇ ସୂଚକାଙ୍କରେ ୧୪୩୩ ଦଶମିକ ୬୧ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୨୯୦ରେ ପହଞ୍ଚିଥିଲା। ଯାହା ଫଳରେ ନିବେଶକଙ୍କ ୮ ଲକ୍ଷ କୋଟି କ୍ଷତି ହୋଇଥିବା କୁହାଯାଉଛି। 

ସେପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫଟି ବି ଧରାଶାୟୀ ହୋଇଛି । ଗୋଟିଏ ସମୟରେ ନିଫ୍ଟି 450ରୁ ଅଧିକ ପଏଣ୍ଟ ଖସି 24 ହଜାର ତଳେ ଟ୍ରେଡ୍ କରୁଥିଲା । ଆଜି ରିଲାଏନ୍ସ, ଇନଫୋସିସ, ଆଇସିଆଇସିଆଇ ଓ ଏଚଡିଏଫସି ଭଳି ବଡ଼ ବଡ଼ କମ୍ପାନୀରେ ଷ୍ଟକ୍ ପ୍ରାଇସରେ ବଡ଼ ହ୍ରାସ ଦେଖାଇଦେଇଛି ।

ଅଧିକ ପଢ଼ନ୍ତୁ: ଷ୍ଟକ୍ ମାର୍କେଟକୁ ବଡ଼ ଝଟକା; ମାର୍କେଟ୍ ଖୋଲିବା ବେଳେ କ୍ରାସ୍...

ବିଗତ କିଛିଦିନ ଧରି ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନେ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ଷ୍ଟକ୍ ମାର୍କଟରେ ଲଗାତାର ଅସ୍ଥିରତା ଦେଖା ଦେଇଛି। କେବଳ ଗତ ଅକ୍ଟୋବର ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ- ଏଫପିଆଇମାନେ ପ୍ରାୟ 94 ହଜାର କୋଟି ଟଙ୍କାରୁ ଅଧିକ ରାଶି ଉଠାଇ ନେବାରୁ ବଜାରରେ ହ୍ରାସର ଧାରା ଜାରି ରହିଛି।

ତାସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବି ଅନିଶ୍ଚିତତା ରହିଛି । କିଏ ଜିତିବ, କହି ହେଉନାହିଁ। ଟ୍ରମ୍ପ ଜିତିଲେ କିଛି ଦିନ ମାର୍କେଟ ଉପରକୁ ଉଠିପାରେ, ତା ପରେ ଖସିବ । ସେହିପରି କମଳା ହାରିସ୍ ଜିତିଲେ ମାର୍କେଟରେ ଏହାର ଭଲ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି । ଏସବୁର କାରଣରରୁ ଭାରତୀୟ ମାର୍କେଟ କ୍ରାସ୍ ହୋଇଛି ।

ଏପଟେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ନେତା ବାଛିବାକୁ କାଲି ଭୋଟ୍ ଦେବ ଆମେରିକା। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ଏଥର ହେବାକୁ ଯାଉଛି କଡ଼ା ମୁକାବିଲା।  ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍ ପ୍ରାର୍ଥୀ କମଳା ଓ ରିପବ୍ଲିକାନ୍ ପାର୍ଟିର ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଭିତରେ ଆଡଭାନ୍ସ ଭୋଟିଂରେ ଭାଗ ନେଲେଣି ସାଢ଼େ 7 ଲକ୍ଷ ମତଦାତା । ୪୮ ଘଣ୍ଟା ପରେ ହ୍ବାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ। ଏହା ପରେ ମଧ୍ୟ ଜଣାପଡ଼ିବ ଭାରତୀୟ ସେୟାର ମାର୍କେଟରେ କଣ ଅବସ୍ଥା ରହିଛି ।