Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍ ଦେଲେ ସରକାର
ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତା ପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ […] The post Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍ ଦେଲେ ସରକାର appeared first on Dharitri Odia News.
ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତା ପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ । ଅର୍ଥାତ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ।
Subhadra Scheme: ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ।
ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
Subhadra Scheme:ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୁଧବାର କହିଛନ୍ତି,‘ଆମର ସୌଭାଗ୍ୟ। ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉଦ୍ଧର୍ବ ଛୁଇଁଛି। ଏଣିକି ସୁଭଦ୍ରା ଯୋଜନା ହେବ ଡୋର ଟୁ ଡୋର ସର୍ଭେ । ବଞ୍ଚିତ ହିତାଧିକାରୀ ଖୋଜିବାକୁ ସରକରା ପ୍ରୟାସ କରିବେ। ମାର୍ଚ୍ଚ ୩୧ ଯାଏଁ ଆବେଦନ ବନ୍ଦ କରି ସର୍ଭେ ହେବ। ଏଯାଏଁ ସୁଭଦ୍ରାରେ ୧କୋଟି ୮ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି’।
ପ୍ରଭାତୀ ଆହୁରି କହିଛନ୍ତି, କୋଟିଏ ମହିଳା ଏବେ ଗୋଟିଏ କଥା କହିବେ। ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି ସଂଖ୍ୟା । ମାର୍ଚ୍ଚ ୮ ତାରିଖରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯିବ । ଆଉ ଏହା ଏକାବେଳେ ସମସ୍ତଙ୍କ ଖାତାକୁ ଯିବ । ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।
The post Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍ ଦେଲେ ସରକାର appeared first on Dharitri Odia News.