Supreme Court On Thug Life: ଫିଲ୍ମ ରିଲିଜ୍ ହେବାକୁ କେହି ଅଟକାଇପାରିବେ ନାହିଁ, ଲୋକ ଦେଖିବେ ନଦେଖିବେ ସେମାନଙ୍କ ଇଚ୍ଛା
ସୁପ୍ରିମକୋର୍ଟ କହିଛନ୍ତି, କିଛି ଆନ୍ଦୋଳନକାରୀଙ୍କ ଧମକରେ ଆଇନକୁ ପଣବନ୍ଦୀ କରି ରଖାଯାଇପାରିବ ନାହିଁ । ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି, ଥିଏଟରରେ କଣ ରିଲିଜ୍ ହେବ, ତାହା ଗୁଣ୍ଡା ଗୋଷ୍ଠୀଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଯଦି କେହି କିଛି ମନ୍ତବ୍ୟ ରଖିଛନ୍ତି, ତାହାକୁ ଆଉ ଏକ ମନ୍ତବ୍ୟ ଜରିଆରେ କାଉଣ୍ଟର କର । ଆମେ ଥିଏଟର ଜାଳିଦେବୁ ବୋଲି କହିପାରିବ ନାହିଁ ।