T-20 World Cup : ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ସ୍କ୍ୱାର୍ଡ ଘୋଷଣା, ମିଚେଲ ମାର୍ସ ଅଧିନାୟକ, ସ୍ମିଥ୍‌ ବାଦ୍‌

ମେଲ୍‌ବର୍ଣ୍ଣ ୦୧।୦୫ : ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଆଫଗାନିସ୍ତାନ ପରେ ଏବେ ଅଷ୍ଟ୍ରେଲିଆ ଦଳ ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଘୋଷଣା କରିଛନ୍ତି ଦଳ । ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ଏହି ଦଳରେ ଅନେକ ଚକିତ କଲା ଭଲି ନାଁ ରହିଛି । ଏହାସହିତ ଦଳର ବରିଷ୍ଠ ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ  ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ମିଳିନାହିଁ । ମିଚେଲ ମାର୍ଶଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୪ । ଏଥିପାଇଁ ସବୁ କ୍ରିକେଟ୍‌ ବୋର୍ଡ ନିଜ ନିଜ ଦଳ ଘୋଷଣା କରୁଛନ୍ତି । ଏହିକ୍ରମରେ ପ୍ରଥମ ନ୍ୟୁଜିଲାଣ୍ଡ, ପରେ ଦକ୍ଷିଣ ଆଫ୍ରିକା, ପରେ ଭାରତ ଏବଂ ଆଫଗାନିସ୍ତାନ ନିଜ ନିଜର ଦଳ ଘୋଷଣା କରିଛନ୍ତି । ଆଉ ମେ ପହିଲା ଦିନ ଅଷ୍ଟ୍ରେଲିଆ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଥିବା ବେଳେ ଅନୁଭବି କ୍ରିକେଟ୍‌ରଙ୍କୁ ଦିଆଯାଇଛି ବାଦ୍‌ । ଯେପରି କି ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌, ପେସର୍‌ ଜେସନ୍‌ ବେହରେନ୍‌ଡ୍ରଫ୍‌, ଅଲ୍‌ରାଉଣ୍ଡର ମେଟ ସର୍ଟଙ୍କ ବାଦ୍‌ ଦିଆଯାଇଛି । ସେହିପରି କଙ୍ଗାରୁ ଟିମ୍‌କୁ ଫେରିଛନ୍ତି ବାମହାତୀ ସ୍ପିନର ଆଷ୍ଟନ ଆଗର । ୨୦୨୨ରେ ଅଷ୍ଟ୍ରେଲିଆ ମାଟିରେ ଗତ ଟି-୨୦ ବିଶ୍ୱକପ୍‌ରେ ଏହି ଫର୍ମାଟରୁ ବାଦ୍‌ ପଡିଥିଲେ । ତାପରେ ବି ବୋର୍ଡ ତାଙ୍କ ଉପରେ ଭରସା କରିଛି । ଏହାବା

T-20 World Cup : ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ସ୍କ୍ୱାର୍ଡ ଘୋଷଣା, ମିଚେଲ ମାର୍ସ ଅଧିନାୟକ, ସ୍ମିଥ୍‌ ବାଦ୍‌

ମେଲ୍‌ବର୍ଣ୍ଣ ୦୧।୦୫ : ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଆଫଗାନିସ୍ତାନ ପରେ ଏବେ ଅଷ୍ଟ୍ରେଲିଆ ଦଳ ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଘୋଷଣା କରିଛନ୍ତି ଦଳ । ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ଏହି ଦଳରେ ଅନେକ ଚକିତ କଲା ଭଲି ନାଁ ରହିଛି । ଏହାସହିତ ଦଳର ବରିଷ୍ଠ ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ  ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ମିଳିନାହିଁ । ମିଚେଲ ମାର୍ଶଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । 

ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୪ । ଏଥିପାଇଁ ସବୁ କ୍ରିକେଟ୍‌ ବୋର୍ଡ ନିଜ ନିଜ ଦଳ ଘୋଷଣା କରୁଛନ୍ତି । ଏହିକ୍ରମରେ ପ୍ରଥମ ନ୍ୟୁଜିଲାଣ୍ଡ, ପରେ ଦକ୍ଷିଣ ଆଫ୍ରିକା, ପରେ ଭାରତ ଏବଂ ଆଫଗାନିସ୍ତାନ ନିଜ ନିଜର ଦଳ ଘୋଷଣା କରିଛନ୍ତି । ଆଉ ମେ ପହିଲା ଦିନ ଅଷ୍ଟ୍ରେଲିଆ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଥିବା ବେଳେ ଅନୁଭବି କ୍ରିକେଟ୍‌ରଙ୍କୁ ଦିଆଯାଇଛି ବାଦ୍‌ । ଯେପରି କି ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌, ପେସର୍‌ ଜେସନ୍‌ ବେହରେନ୍‌ଡ୍ରଫ୍‌, ଅଲ୍‌ରାଉଣ୍ଡର ମେଟ ସର୍ଟଙ୍କ ବାଦ୍‌ ଦିଆଯାଇଛି । 

ସେହିପରି କଙ୍ଗାରୁ ଟିମ୍‌କୁ ଫେରିଛନ୍ତି ବାମହାତୀ ସ୍ପିନର ଆଷ୍ଟନ ଆଗର । ୨୦୨୨ରେ ଅଷ୍ଟ୍ରେଲିଆ ମାଟିରେ ଗତ ଟି-୨୦ ବିଶ୍ୱକପ୍‌ରେ ଏହି ଫର୍ମାଟରୁ ବାଦ୍‌ ପଡିଥିଲେ । ତାପରେ ବି ବୋର୍ଡ ତାଙ୍କ ଉପରେ ଭରସା କରିଛି । ଏହାବାଦ୍‌ ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମାକ୍ସଓ୍ୱେଲ୍‌,  ଟିମ୍‌ ଡେଭିଡ୍‌ ଏବଂ କ୍ୟାମେରୁନ ଗ୍ରୀନଙ୍କ ପରିଦୁର୍ଦ୍ଦଶ ବ୍ୟାଟର ଏବଂ ଅଲ୍‌ରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଛି ।  ମିଚେଲ୍‌ ମାର୍ସଙ୍କୁ ଏହି ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଗାମୀ ଦିନରେ ଅଷ୍ଟ୍ରେଲିଆ ଟି-୨୦ ଟିମ୍‌ର ନିୟମିତ କ୍ୟାପଟେନ ଭାବେ ମିଚେଲ୍‌ ମାର୍ସଙ୍କୁ ଦେଖିବାକୁ ମିଳିବ । ମାର୍ସ ଗତ ୧୨ ମାସ ହେଲା ଅଷ୍ଟ୍ରେଲିଆ ଟି-୨୦ ଟିମ୍‌ର ଅନ୍ତରୀଣ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ଫୁଲ୍‌ଟାଇମ୍‌ ଅଧିନାୟକ ଭାବେ ମିଚେଲ୍ ମାର୍ସଙ୍କୁ ଏହା ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ । 

ଅଧିନାୟକ ପଦ ମିଳିବା ପରେ ମାର୍ସ କହିଛନ୍ତି ଯେ, ନିଜ ଦେଶ ପାଇଁ ଖେଳିବା ଏକ ସମ୍ମାନର ଅଧିକାର । ଏହାସହିତ ବିଶ୍ୱକପ୍‌ରେ ଟିମ୍‌ର ଅଧିନାୟକ ଦାୟିତ୍ୱ ନେବା ଆହୁରି ବଡ଼ କଥା । ଚଳିତ ଟୁର୍ଣ୍ଣାମେଣ୍ଟରେ ଆମ ଟିମ୍‌ ନିଶ୍ଚିତ ଭାବେ ଭଲ କରିବ ବୋଲି ଦୃଢ ଭରସା ରହିଛି । 

୧୫ ଜଣିଆ ଅଷ୍ଟ୍ରେଲିଆ ଟିମ୍‌- ମିଚେଲ୍‌ ମାର୍ସ (ଅଧିନାୟକ), ଆଷ୍ଟନ ଏଗର, ପ୍ୟାଟ୍‌ କମିନ୍ସ, ଟିମ୍‌ ଡେଭିଡ୍‌, ନାଥନ ଏଲିସ, କ୍ୟାମେରୁନ୍‌ ଗ୍ରୀନ୍‌, ଜୋଶ ହେଜଲହୁଡ୍‌, ଟ୍ରାଭିସ୍‌ ହେଡ୍‌, ଜୋଶ୍‌ ଇଙ୍ଗିସ୍‌, ଗ୍ଲେନ୍‌ ମାକ୍ସଓ୍ୱେଲ୍‌, ମିଚେଲ୍‌ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ମ୍ୟାଥୁ ଓ୍ୱେଡ୍‌, ଡେଭିଡ୍‌ ଓ୍ୱାର୍ଣ୍ଣର, ଆଡମ ଜାମ୍ପା,  

ସୂଚନାଯୋଗ୍ୟ ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଯାଉଛି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ । ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ଯାହା ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୨୦ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରଥମ ମ୍ୟାଚ୍‌ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ । ଏହାପରେ ଜୁନ୍‌ ୨୬ ଏବଂ ୨୭ ତାରିଖରେ ଦୁଇ ସେମି ମୁକାବିଲା ଖେଳାଯିବ ।