Teaser Release: ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ଫିଲ୍ମ ‘ଯୋଦ୍ଧା’ର ଟିଜର; ଏହିଦିନ ହେବ ରିଲିଜ୍

ଦୀର୍ଘ ଦିନ ଧରି ମୁକ୍ତିଲାଭ ଅପେକ୍ଷା କରିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର। ଏହି ଫିଲ୍ମର ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପରଦାରେ ନିଜର ଆକ୍ସନ ଦେଖେଇବାକୁ ପ୍ରସ୍ତୁତ।

କରଣ ଜୋହର ସୋସିଆଲ ମିଡିଆ ଆକାଉଣ୍ଟରେ ‘ଯୋଦ୍ଧା’ର ଟିଜର ରିଲିଜ କରିଛନ୍ତି। ଏଥିରୁ ଜଣାଯାଉଛି ଯେ ଫିଲ୍ମ ପୂରା ଫାଇଟ୍‌ରେ ଭରପୂର। ତେବେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ ତାଙ୍କର ୱେବ୍ ସିରିଜ୍ ‘ଦି ପୋଲିସ୍ ଅଫିସରକୁ ମନେପକାଇ ଦିଏ।

ଅଧିକ ପଢ଼ନ୍ତୁ: ଆସିଲା ରୋହିତ ଶେଟ୍ଟୀଙ୍କ ପୋଲିସ୍ ସିରିଜ୍‌ର ଟିଜର୍; ଆକ୍ସନ ପ୍ୟାକ୍‌ରେ ଭରପୂର

‘ଯୋଦ୍ଧା’ର ଟିଜର ଏକ ବିମାନ ଅପହରଣରୁ ଆରମ୍ଭ ହୁଏ। ଏହା ପରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଆକ୍ସନ୍ ଷ୍ଟାଇଲ୍‌ରେ ନଜର ଆସନ୍ତି। ଗୋଟିଏ ମିନିଟ୍‌ର ଟିଜରରେ ସେ ଅନେକ ସ୍ଥାନରେ ତାଙ୍କର ଚମତ୍କାର ଆକ୍ସନ କରୁଥିବା ନଜର ଆସିଛନ୍ତି।

‘ଯୋଦ୍ଧା’ର ଟିଜର ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକଙ୍କ ସହ ସିଦ୍ଧାର୍ଥ ମଲହୋତ୍ରାଙ୍କ ପ୍ରଶଂସକମାନେ ଟିଜର୍‌କୁ ବହୁତ ପସନ୍ଦ କରୁଛନ୍ତି। ସେମାନେ ମନ୍ତବ୍ୟ ଦେଇ ଫିଲ୍ମର ଟିଜରକୁ ଖୁବ୍ ପ୍ରଶଂସା କରୁଛନ୍ତି।

‘ଯୋଦ୍ଧା’ରେ ସିଦ୍ଧାର୍ଥ ମଲହୋତ୍ରା, ଦିଶା ପଟାନି ଏବଂ ରାଶି ଖାନ୍ନାଙ୍କୁ ଦେଖିବାକୁ ମିଳିବ। ସାଗର ଅମ୍ବରେ ଏବଂ ପୁଷ୍କର ଓଝା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ସୂଚନାଯୋଗ୍ୟ ଯେ ‘ଯୋଦ୍ଧା’ର ପ୍ରଥମ ରିଲିଜ୍ ତାରିଖ ୭ ଜୁଲାଇ ୨୦୨୩ ଥିଲା। ଏହା ପରେ, ଫିଲ୍ମର ରିଲିଜ୍ ତାରିଖ ୧୫ ସେପ୍ଟେମ୍ବର ୨୦୨୩ କୁ ପରିବର୍ତ୍ତନ କରାଯାଇଥିଲା।

A post shared by Karan Johar (@karanjohar)

ଏହି ରିଲିଜ୍ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଥିଲା। ନିକଟରେ କରଣ ଜୋହର କହିଥିଲେ ଯେ ଏହି ଚଳଚ୍ଚିତ୍ର ମେରୀ ଖ୍ରୀଷ୍ଟମାସ ସହିତ ୦୮ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବ। କିନ୍ତୁ ବର୍ତ୍ତମାନ ଏହି ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଚଳଚ୍ଚିତ୍ର ୧୫ ମାର୍ଚ୍ଚ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।