Technology: ଘରେ ବସି ଆଧାର କାର୍ଡ ମାଗଣାରେ ଅପଡେଟ୍ କରନ୍ତୁ ; ୧୪ ସେପ୍ଟେମ୍ବର ଶେଷ ତାରିଖ

ଚଳିତ ବର୍ଷ ଜୁନ୍ ମାସରେ ସରକାର ଆଧାର ଅପଡେଟ୍ ପାଇଁ ଶେଷ ତାରିଖକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ ବର୍ତ୍ତମାନ ଏହି ତାରିଖ ପାଖେଇ ଆସୁଛି। ପୁରୁଣା ଆଧାରକୁ କିପରି ଅପ୍‌ଡେଟ୍ କରିବେ ଏହାର ପଦ୍ଧତି ବିଷୟରେ ଜାଣିବା ଜରୁରୀ। ଆସନ୍ତୁ ଜାଣିବା…

Technology: ଘରେ ବସି ଆଧାର କାର୍ଡ ମାଗଣାରେ ଅପଡେଟ୍ କରନ୍ତୁ ; ୧୪ ସେପ୍ଟେମ୍ବର ଶେଷ ତାରିଖ

ଆଧାର କାର୍ଡରେ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ନେଇ ପୁଣି ସୁଯୋଗ ମିଳିଛି। ଏହା ହେଉଛି ଚତୁର୍ଥ ଥର ଯେତେବେଳେ ଲୋକମାନେ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବାର ସୁଯୋଗ ପାଇଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ସରକାର ଆଧାର ଅପଡେଟ୍ ପାଇଁ ଶେଷ ତାରିଖକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ ବର୍ତ୍ତମାନ ଏହି ତାରିଖ ପାଖେଇ ଆସୁଛି।

ସେପ୍ଟେମ୍ବର ୧୪ ହେବାକୁ ଏକ ମାସରୁ କମ୍ ସମୟ ବାକି ଅଛି। ଯଦି ଆପଣଙ୍କର ମଧ୍ୟ ୧୦ ବର୍ଷର ପୁରୁଣା ଆଧାର କାର୍ଡ ଅଛି ଏବଂ ଏହି ଅବଧି ମଧ୍ୟରେ ଏହା ଥରେ ବି ଅପଡେଟ୍ ହୋଇନାହିଁ, ତେବେ ଏହିପରି ଆଧାରକୁ ଅପଡେଟ୍ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଆପଣ ଆଧାର କାର୍ଡକୁ ଯଥାଶୀଘ୍ର ଅପଡେଟ୍ କରିବାନେବା ଭଲ ହେବ। ଘରେ ବସି ମଧ୍ୟ ମୋବାଇଲ୍ ମାଧ୍ୟମରେ ଆପଣ ଆଧାର ଅପଡେଟ୍ କରିପାରିବେ।

ତେବେ ପୁରୁଣା ଆଧାରକୁ କିପରି ଅପ୍‌ଡେଟ୍ କରିବେ ଏହାର ପଦ୍ଧତି ବିଷୟରେ ଜାଣିବା ଜରୁରୀ। ଆସନ୍ତୁ ଜାଣିବା…

ଆଧାର କାର୍ଡ ଅପଡେଟ୍ କରିବାକୁ, UIDAI X ରେ ଏକ ପୋଷ୍ଟ କରି ଲୋକଙ୍କୁ ଜଣେଇଦେଇଛି ଯେ ଅପଡେଟ୍ କରିବାର ଶେଷ ତାରିଖ ହେଉଛି ୧୪ ସେପ୍ଟେମ୍ବର। ଏହାପୂର୍ବରୁ, ଆପଣଙ୍କର ଆଧାର ଅପଡେଟ୍ କରନ୍ତୁ।

ଆଧାର ଅପଡେଟ୍ ପାଇଁ ଆପଣଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଦରକାର। ପ୍ରଥମ ପରିଚୟ ପତ୍ର ଏବଂ ଦ୍ୱିତୀୟ ଠିକଣା ପ୍ରମାଣପତ୍ର। ସାଧାରଣତଃ, ଆଧାର ଅପଡେଟ୍ ପାଇଁ ଆଧାର କେନ୍ଦ୍ରରେ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଏ, କିନ୍ତୁ UIDAI ଅନୁଯାୟୀ ଏହି ସେବା ସେପ୍ଟେମ୍ବ ୧୪ ପର୍ଯ୍ୟନ୍ତ ମାଗଣା ଅଟେ। ଆପଣ ପରିଚୟ ପତ୍ର ପାଇଁ ପ୍ୟାନ କାର୍ଡ ଏବଂ ଠିକଣା ପାଇଁ ଭୋଟର କାର୍ଡ ଦେଇପାରିବେ।

free online document upload ସେପ୍ଟେମ୍ବ ୧୪ ପର୍ଯ୍ୟନ୍ତ ମାଗଣା

ମୋବାଇଲ୍ କିମ୍ବା ଲାପଟପ୍‌ରୁ UIDAI ୱେବସାଇଟ୍‌କୁ ଯାଆନ୍ତୁ। ଏହା ପରେ ଆଧାର ଅପ୍‌ଡେଟ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆଧାର ନମ୍ବର ଏଣ୍ଟ୍ରୀ କରି OTP ମାଧ୍ୟମରେ ଲଗ୍ଇନ୍ କରନ୍ତୁ। ଏହା ପରେ ଡକ୍ୟୁମେଣ୍ଟ୍ ଅପଡେଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଯାଞ୍ଚ କରନ୍ତୁ।

Aadhaar Upadateଆଧାର କାର୍ଡ ମାଗଣାରେ ଅପଡେଟ୍

ବର୍ତ୍ତମାନ ନିମ୍ନ ଡ୍ରପ୍ ଲିଷ୍ଟ୍‌ରୁ ପରିଚୟ ପତ୍ର ଏବଂ ଆଡ୍ରେସ୍ ପ୍ରୁଫ୍ ସ୍କାନ୍ କପି ଅପଲୋଡ୍ କରନ୍ତୁ। ବର୍ତ୍ତମାନ Submit ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣ୍ ଏକ ରିକ୍ୟୁଏଷ୍ଟ୍ ନମ୍ବର ପାଇବ ଏବଂ ଫର୍ମ ଦାଖଲ ହୋଇଯିବ। ଆପଣ ଏହି ରିକ୍ୟୁଏଷ୍ଟ୍ ନମ୍ବରରୁ ଅପଡେଟ୍‌ର ସ୍ଥିତି ଯାଞ୍ଚ କରିବାକୁ ସକ୍ଷମ ହେବେ। କିଛି ଦିନ ପରେ ଆପଣଙ୍କ୍ ଆଧାର ଅପଡେଟ୍ ହୋଇଯିବ।