Tilak Varma Retired Out: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ
ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ ଅଧାରେ ଆଉଟ ହୋଇ ନ ଥିଲେ ମଧ୍ୟ ତିଲକ ବର୍ମାଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଏହାକୁ ନେଇ କ୍ରିକେଟ ପ୍ରେମୀ ପ୍ରଥମେ କିଛି ବୁଝିବାରେ ଅସମର୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରିଟାୟର୍ଡ ଆଉଟ ହୋଇଥିଲେ। ଆଇପିଏଲ ଇତିହାସର ଚତୁର୍ଥ ଖେଳାଳି ଭାବେ ତିଲକ ରିଟାୟର୍ଡ ଆଉଟ ହୋଇଥିଲେ। ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନ, ଅଥର୍ବ ତାଇଡେ ଓ ବି. ସାଇ ସୁଦର୍ଶନ ଏଭଳି ଢଙ୍ଗରେ ଆଉଟ ହୋଇଥିଲେ।