Tim Cookଙ୍କ ବଡ଼ ଘୋଷଣା, ଏହି ଦିନ ଭାରତରେ ଲଞ୍ଚ ହେବ iPhone 16 ସିରିଜ୍

ନୂଆଦିଲ୍ଲୀ ୨୭।୦୮: ଅପେକ୍ଷାର ହେଲା ଅନ୍ତ । ଶେଷରେ Apple  କମ୍ପାନୀ ପକ୍ଷରୁ ଭାରତରେ iPhone 16 ସିରିଜ୍‌ ଫୋନ୍‌ ଲଞ୍ଚ ନେଇ ତାରିଖର ହୋଇଛି ଘୋଷଣା । ଏହି ଘୋଷଣା ଅନୁସାରେ ସେପ୍ଟେମ୍ବର ୯ ତାରିଖରେ  ଏକ ମେଗା ଇଭେଣ୍ଟରେ ଆୟୋଜନ କରାଯିବ । ଯାହା ଉପରେ ପୁରା ଦୁନିଆର ନଜର ରହିବ । ଘୋଷଣା ହୋଇଥିବା ଲଞ୍ଚ ଡେଟ୍‌ ଅନୁସାରେ, ଏହି ଦିନ iPhone 16, iPhone 16 Plus, iPhone 16 Pro, iPhone 16 Pro Max ଲଞ୍ଚ ହେବା ସହ କିଛି ଘଣ୍ଟା ମଧ୍ୟ ବଜାରକୁ ଆସିବ । ଲଞ୍ଚ ହେବାକୁ ଥିବା ଘଣ୍ଟାର ସିରିଜ୍‌ ମଧ୍ୟରେ Watch Series 10, Watch Ultra 3, Watch SE 3, AirPods Max 2 ଏବଂ Airpods 4 ମଧ୍ୟ ସାମିଲ ଅଛି । ସେପଟେ ଅଫିସିଆଲ୍‌ ଇଭେଣ୍ଟରେ ଲଞ୍ଚ ପୂର୍ବରୁ iPhone 16 ସିରିଜ୍‌ର ଦାମ୍‌ ଲିକ୍‌ ହୋଇଯାଇଛି । iPhone 16 ର ଦାମ୍‌ $799 (ଭାରତରେ ୬୭,୧୦୦ ଟଙ୍କା), iPhone 16 Plus $ 899 (ଭାରତରେ ୭୫,୫୦୦ ଟଙ୍କା), iPhone 16 Pro $1099 (ଭାରତରେ ୯୨,୩୦୦ ଟଙ୍କା), iPhone 16 Pro Max $1199 (ଭାରତରେ ୧,୦୦,୭୦୦ ଟଙ୍କା) ହେବ ବୋଲି ଅନୁମାନ କରାଯାଉଛି । ତେବେ Apple ପକ୍ଷରୁ ଏହି ମେଗା ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ କରାଯିବ । ଯେଉଁମାନେ ଅନଲାଇନ୍ ଦେଖିବାକୁ ଚାହୁଁଛନ୍ତିସେମାନେ ଏହି ଲାଇଭଷ୍ଟ୍ରିମ୍‌ରେ ଭାଗ ନେଇପାରିବେ । ଭାରତରେ iPhone 16ର ଲଞ୍ଚ ଇଭେଣ୍ଟ ରାତି ୧୦ ଟା ୩୦ରେ ଆରମ୍ଭ ହେବାକୁ ସ

Tim Cookଙ୍କ ବଡ଼ ଘୋଷଣା, ଏହି ଦିନ ଭାରତରେ ଲଞ୍ଚ ହେବ iPhone 16 ସିରିଜ୍

ନୂଆଦିଲ୍ଲୀ ୨୭।୦୮: ଅପେକ୍ଷାର ହେଲା ଅନ୍ତ । ଶେଷରେ Apple  କମ୍ପାନୀ ପକ୍ଷରୁ ଭାରତରେ iPhone 16 ସିରିଜ୍‌ ଫୋନ୍‌ ଲଞ୍ଚ ନେଇ ତାରିଖର ହୋଇଛି ଘୋଷଣା । ଏହି ଘୋଷଣା ଅନୁସାରେ ସେପ୍ଟେମ୍ବର ୯ ତାରିଖରେ  ଏକ ମେଗା ଇଭେଣ୍ଟରେ ଆୟୋଜନ କରାଯିବ । ଯାହା ଉପରେ ପୁରା ଦୁନିଆର ନଜର ରହିବ । 

ଘୋଷଣା ହୋଇଥିବା ଲଞ୍ଚ ଡେଟ୍‌ ଅନୁସାରେ, ଏହି ଦିନ iPhone 16, iPhone 16 Plus, iPhone 16 Pro, iPhone 16 Pro Max ଲଞ୍ଚ ହେବା ସହ କିଛି ଘଣ୍ଟା ମଧ୍ୟ ବଜାରକୁ ଆସିବ । ଲଞ୍ଚ ହେବାକୁ ଥିବା ଘଣ୍ଟାର ସିରିଜ୍‌ ମଧ୍ୟରେ Watch Series 10, Watch Ultra 3, Watch SE 3, AirPods Max 2 ଏବଂ Airpods 4 ମଧ୍ୟ ସାମିଲ ଅଛି । 

ସେପଟେ ଅଫିସିଆଲ୍‌ ଇଭେଣ୍ଟରେ ଲଞ୍ଚ ପୂର୍ବରୁ iPhone 16 ସିରିଜ୍‌ର ଦାମ୍‌ ଲିକ୍‌ ହୋଇଯାଇଛି । iPhone 16 ର ଦାମ୍‌ $799 (ଭାରତରେ ୬୭,୧୦୦ ଟଙ୍କା), iPhone 16 Plus $ 899 (ଭାରତରେ ୭୫,୫୦୦ ଟଙ୍କା), iPhone 16 Pro $1099 (ଭାରତରେ ୯୨,୩୦୦ ଟଙ୍କା), iPhone 16 Pro Max $1199 (ଭାରତରେ ୧,୦୦,୭୦୦ ଟଙ୍କା) ହେବ ବୋଲି ଅନୁମାନ କରାଯାଉଛି । 

ତେବେ Apple ପକ୍ଷରୁ ଏହି ମେଗା ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ କରାଯିବ । ଯେଉଁମାନେ ଅନଲାଇନ୍ ଦେଖିବାକୁ ଚାହୁଁଛନ୍ତିସେମାନେ ଏହି ଲାଇଭଷ୍ଟ୍ରିମ୍‌ରେ ଭାଗ ନେଇପାରିବେ । ଭାରତରେ iPhone 16ର ଲଞ୍ଚ ଇଭେଣ୍ଟ ରାତି ୧୦ ଟା ୩୦ରେ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି । Appleର ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହି ଲଞ୍ଚ ଇଭେଣ୍ଟର ଲାଇଭ୍‌ ଷ୍ଟ୍ରିମ୍‌ ହେବ ।