Toilet ଯାଇଥିଲେ ଯୁବକ, ପାଇଖାନା ଭିତରୁ ବାହାରିଲା ବିଷଧର ସାପ: ଆଉ ତା’ପରେ…

ଓଡ଼ିଶା ଭାସ୍କର: ସାପକୁ ଦେଖିଲେ ସମସ୍ତଙ୍କ ମନରେ ଭୟ ଦେଖାଦିଏ । କିନ୍ତୁ ଥରେ ଭାବନ୍ତୁ, ଜଣେ ବ୍ୟକ୍ତିଙ୍କ ଟଏଲେଟ ଭିତରୁ ଯଦି ଏକ ସାପ ବାହାରେ… ଭାବିଲେ ବି କଥାଟି ଡର ଲାଗୁଛି । କିନ୍ତୁ ଏଭଳି ଏକ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ । ଏହି ଘଟଣାକୁ ନେଇ ସାରା ପରିବାରରେ ଭୟର ବାତାବରଣ ଖେଳିଯାଇଛି । ଜଣେ ବ୍ୟକ୍ତି ଟଏଲେଟ୍ ଯାଇଥିବା ବେଳେ ଟଏଲେଟ ସିଟ୍ ଭିତରୁ ଗୋଟିଏ ସାପ ବାହାରି […]

Toilet ଯାଇଥିଲେ ଯୁବକ, ପାଇଖାନା ଭିତରୁ ବାହାରିଲା ବିଷଧର ସାପ: ଆଉ ତା’ପରେ…

ଓଡ଼ିଶା ଭାସ୍କର: ସାପକୁ ଦେଖିଲେ ସମସ୍ତଙ୍କ ମନରେ ଭୟ ଦେଖାଦିଏ । କିନ୍ତୁ ଥରେ ଭାବନ୍ତୁ, ଜଣେ ବ୍ୟକ୍ତିଙ୍କ ଟଏଲେଟ ଭିତରୁ ଯଦି ଏକ ସାପ ବାହାରେ… ଭାବିଲେ ବି କଥାଟି ଡର ଲାଗୁଛି । କିନ୍ତୁ ଏଭଳି ଏକ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ । ଏହି ଘଟଣାକୁ ନେଇ ସାରା ପରିବାରରେ ଭୟର ବାତାବରଣ ଖେଳିଯାଇଛି । ଜଣେ ବ୍ୟକ୍ତି ଟଏଲେଟ୍ ଯାଇଥିବା ବେଳେ ଟଏଲେଟ ସିଟ୍ ଭିତରୁ ଗୋଟିଏ ସାପ ବାହାରି ଆସିଥିଲା । ଯାହାକୁ ଦେଖି ବ୍ୟକ୍ତି ଜଣକ ଭୟରେ ଦୌଡ଼ି ଚାଲି ଆସିଛନ୍ତି ।

ସୂଚନା ଅନୁସାରେ, ଏହି ବ୍ୟକ୍ତିଙ୍କ ଘର ଏକ କ୍ଷେତରେ ନିର୍ମାଣ କରାଯାଇଛି । ତେବେ ସାରା ଜମିରେ ପାଣି ଭରି ରହିଥିବାରୁ ସାପ ଘରେ ପଶି ଯାଇଛି । ଏ ନେଇ ପରିବାରର ସଦସ୍ୟ ମହେଶ କହିଛନ୍ତି ଯେ, ତାଙ୍କ ଘରେ ଏକାସାଙ୍ଗରେ ଦୁଇଟି କୋବ୍ରା ବାହାରିଛି। ବର୍ତ୍ତମାନ ତାଙ୍କ ଘରର ଶୌଚାଳୟରେ ମଧ୍ୟ ଏକ ସାପ ଦେଖିବାକୁ ମିଳିଛି । ଆଜି ସକାଳେ କେହି ଶୌଚାଳୟକୁ ଯାଇଥିଲେ। ସେ ଟଏଲେଟରେ ବସିବା ମାତ୍ରେ ହଠାତ୍ ସେଠାରୁ ଉଠି ଆସିଥିଲେ । ଏହାପରେ ଟଏଲେଟ ଭିତରୁ ଏକ ବିଷଧର ସାପ ମୁଣ୍ଡ ଟେକି ଚାହିଁ ରହିଥିବା ସେ ଦେଖିଥିଲେ । ସାପକୁ ଦେଖି ଭୟରେ ଶୌଚାଳୟ ଭିତରୁ ଧାଇଁ ଆସିବା ସହ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।

ଏହା ପରେ ସାପ ଉଦ୍ଧାରକାରୀ ଦଳକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଉଦ୍ଧାରକାରୀ ଦଳ କିଛି ସମୟ ପରେ ସାପକୁ କାବୁ କରି ପ୍ରାଣୀ ଉଦ୍ୟାନରେ ଛାଡିଛନ୍ତି। ଏହାପରେ ମଧ୍ୟ ପୀଡିତାଙ୍କ ପରିବାର ଖୁବ ଭୟଭୀତ ରହିଛନ୍ତି। ଅନ୍ୟପକ୍ଷରେ ଜଙ୍ଗଲ ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ପରିବାର ଚାଷଜମି ଭିତରେ ନିର୍ମିତ ହୋଇଛି। ବର୍ଷା ଋତୁରେ ସବୁଆଡ଼େ ଜଳବନ୍ଦୀ ହୋଇଯିବାରୁ ସାପ ପାଣିରୁ ରକ୍ଷା ପାଇବା ପାଇଁ ଘର ଭିତରକୁ ପଶି ଆସିଛନ୍ତି। ନିକଟସ୍ଥ ଅନ୍ୟ ଘରୁ ମଧ୍ୟ ସାପ ବାହାରୁଥିବା ଖବର ରହିଛି।