Trading App Scam: ଟ୍ରେଡିଂ ଆପ୍ ନାଁରେ ଫେକ୍ ବିଜ୍ଞାପନକୁ ସାବଧାନ,ରାଉରକେଲାରୁ ଧରାପଡିଲେ ୯ ଜଣ

ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି।

Trading App Scam: ଟ୍ରେଡିଂ ଆପ୍ ନାଁରେ ଫେକ୍ ବିଜ୍ଞାପନକୁ ସାବଧାନ,ରାଉରକେଲାରୁ ଧରାପଡିଲେ ୯ ଜଣ
Array