Trump Supports Putin; ୟୁକ୍ରେନକୁ ସୈନ୍ୟ ସହାୟତା ବନ୍ଦ ପରେ ଋଷ୍କୁ ଉପହାର ଦେବାକୁ ପ୍ରସ୍ତୁତି
ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ହାଇଡ୍ରାମା ପରେ ଋଷ୍ ପ୍ରତି ଆମେରିକାର ବଢ଼ୁଛି ନରମ ମନୋଭାବ । ମସ୍କୋ ସହିତ ସମ୍ପର୍କ ବଢ଼ିବାରେ ଲାଗିଛି ଓ୍ବାଶିଂଟନ ।ୟୁକ୍ରେନ ଯୁଦ୍ଧ ବେଳେ ଋଷ୍ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଯାଉଛି ଆମେରିକା । ଟ୍ରମ୍ପ ସରକାରରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ହ୍ବାଇଟ୍ ହାଉସର ଗୃହ ଓ ଅର୍ଥ ବିଭାଗ ଏହାକୁ ନେଇ ଏକ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରୁଛି । ଏଥିରେ ଋଷ୍ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ହଟାଇବା ପାଇଁ ତାଲିକା ପ୍ରସ୍ତୁତି କରାଯାଉଛି । ଆଗାମୀ ଦିନରେ ଆମେରିକା ସରକାର ଋଷ୍ ସହିତ ଆଲୋଚନା କରିବେ । ମସ୍କୋ ସହିତ ସମ୍ପର୍କ ସୁଧାରିବାକୁ ଡୋନାଲ୍ଡ ଟ୍ରମ୍ପ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି ।ସୂଚନା ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତତର୍କ ପରେ ଋଷ୍ ଅରବପତିଙ୍କ ସହିତ ଋଷ୍ କମ୍ପାନିମାନଙ୍କ ଉପରେ ୟୁଏସଏ ଲଗାଇଖିବା ପ୍ରତିବନ୍ଧକ ହଟାଇବାକୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ୟୁକ୍ରେନକୁ ମିଳୁଥିବା ସୈନ୍ୟ ସହୟତା ବନ୍ଦ କରିଛିଆମେରିକା । ସୂଚନା ମୁତାବକ, ଋଷ୍ ହେଉଛି ବିଶ୍ବର ଏକ ନମ୍ବର ତୈଳ ଉତ୍ପାଦକ ଦେଶ । ଯଦି ଋଷ୍ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଲେ, ବିଶ୍ବ ବଜାରରେ ଉପରମୁହାଁ ହେଉଥିବା ତୈଳ ଦର ଧୀରେ ଧୀରେ କମିବାର ସମ୍ଭାବନା ରହିଛି । ଗତବର୍ଷ ବାଇଡେନ ସରକାର ଥିବା କ୍ରେମଲିନ୍ କହିଥି
ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ହାଇଡ୍ରାମା ପରେ ଋଷ୍ ପ୍ରତି ଆମେରିକାର ବଢ଼ୁଛି ନରମ ମନୋଭାବ । ମସ୍କୋ ସହିତ ସମ୍ପର୍କ ବଢ଼ିବାରେ ଲାଗିଛି ଓ୍ବାଶିଂଟନ ।
ୟୁକ୍ରେନ ଯୁଦ୍ଧ ବେଳେ ଋଷ୍ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଯାଉଛି ଆମେରିକା । ଟ୍ରମ୍ପ ସରକାରରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ହ୍ବାଇଟ୍ ହାଉସର ଗୃହ ଓ ଅର୍ଥ ବିଭାଗ ଏହାକୁ ନେଇ ଏକ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରୁଛି । ଏଥିରେ ଋଷ୍ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ହଟାଇବା ପାଇଁ ତାଲିକା ପ୍ରସ୍ତୁତି କରାଯାଉଛି । ଆଗାମୀ ଦିନରେ ଆମେରିକା ସରକାର ଋଷ୍ ସହିତ ଆଲୋଚନା କରିବେ । ମସ୍କୋ ସହିତ ସମ୍ପର୍କ ସୁଧାରିବାକୁ ଡୋନାଲ୍ଡ ଟ୍ରମ୍ପ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତତର୍କ ପରେ ଋଷ୍ ଅରବପତିଙ୍କ ସହିତ ଋଷ୍ କମ୍ପାନିମାନଙ୍କ ଉପରେ ୟୁଏସଏ ଲଗାଇଖିବା ପ୍ରତିବନ୍ଧକ ହଟାଇବାକୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ୟୁକ୍ରେନକୁ ମିଳୁଥିବା ସୈନ୍ୟ ସହୟତା ବନ୍ଦ କରିଛିଆମେରିକା । ସୂଚନା ମୁତାବକ, ଋଷ୍ ହେଉଛି ବିଶ୍ବର ଏକ ନମ୍ବର ତୈଳ ଉତ୍ପାଦକ ଦେଶ । ଯଦି ଋଷ୍ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଲେ, ବିଶ୍ବ ବଜାରରେ ଉପରମୁହାଁ ହେଉଥିବା ତୈଳ ଦର ଧୀରେ ଧୀରେ କମିବାର ସମ୍ଭାବନା ରହିଛି ।
ଗତବର୍ଷ ବାଇଡେନ ସରକାର ଥିବା କ୍ରେମଲିନ୍ କହିଥିଲେ, ଆମେରିକା ଓ ଋଷର ସମ୍ପର୍କ ଖରାପ ବୋଲି କହିଥିଲେ । ବାଇଡେନ ସରକାର ଋଷ୍ ବିରୋଧରେ ୟୁକ୍ରେନକୁ ଲଢ଼େଇ ପାଇଁ ସୈନ୍ୟ ସହାୟତା ପଠାଉଥିଲେ । ଏହା ସହିତ ପୁଟିନ ସରକାର ଉପରେ କଡ଼ା ପ୍ରତିବନ୍ଧକ ଲଗାଇଥିଲେ ।
ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆମେରିକା ଗସ୍ତରେ ଯାଇଥିଲେ । ସେଠାରେ ହ୍ବାଇଟ୍ ହାଉସର ଓଭାଲ ଅଫିସରେ ଯୁଦ୍ଧବିରତି ନେଇ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ଦୁଇ ଦେଶର ଟପ୍ ନେତାଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହା ପରେ ୟୁକ୍ରେନ ରାଷ୍ଟ୍ରପତି ସିଧା ବ୍ରିଟେନରେ ପହଞ୍ଚିଥିଲେ । ଇଂଲଣ୍ଡ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଖୋଲାଖୋଲି ଭାବେ ଜେଲେନସ୍କିଙ୍କୁ ସମର୍ଥନ କରିଥିଲେ । ଏହାଛଡ଼ା ୟୁରୋପୀୟ ନେତାଙ୍କ ସହିତ ମଧ୍ୟ ବୈଠକ ହୋଇଥିଲା । ଏଥିରେ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହୋଇଛି । ...