UGC-NET ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ
UGC-NET ପରୀକ୍ଷା ସ୍ଥଗିତ ରଖିଲା ଏନଟିଏ । ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ତେବେ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ […] The post UGC-NET ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ appeared first on KNews Odisha.

UGC-NET ପରୀକ୍ଷା ସ୍ଥଗିତ ରଖିଲା ଏନଟିଏ । ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ତେବେ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ।
ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ ହୋଇପାରିବେ । ଡିସେମ୍ବର ଅଧିବେଶନ ପାଇଁ ୟୁଜିସି ନେଟ୍ ପରୀକ୍ଷା ପାଇଁ ସମସ୍ତ ତାରିଖ ପାଇଁ ଏନଟିଏ ଆଡମିଟ୍ କାର୍ଡ ଜାରି କରିଥିବା ଏନଟିଏ କହିଛି ।
ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଭୁଲନ୍ତୁ ନାହିଁ:
UGC NET ଆଡମିଟ୍ କାର୍ଡଗୁଡିକ ରିଲିଜ୍ ହୋଇସାରିଛି। ୧୬ ଜାନୁଆରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ଏହିପରି କରନ୍ତୁ: ଆଡମିଟ୍ କାର୍ଡ ଡାଉନଲୋଡ୍:
-ସର୍ବପ୍ରଥମେ UGC NET ugcnet.nta.ac.in ର ଅଫିସିଆଲ୍ ୱେବସାଇଟ୍ ଯାଆନ୍ତୁ।
-ମେନ୍ ପେଜରେ ଥିବା ‘ଆଡମିଟ୍ କାର୍ଡ ଡାଉନଲୋଡ୍’ ଲିଙ୍କରେ କ୍ଲିକ୍ କରନ୍ତୁ।
-ଆପଣଙ୍କର ଲଗଇନ୍ ସୂଚନା ଦିଅନ୍ତୁ।
-ସ୍କ୍ରିନରେ ଆଡମିଟ୍ କାର୍ଡ ଦେଖିବାକୁ ମିଳିବ।
-ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାକୁ ସୁରକ୍ଷିତ ରଖନ୍ତୁ।
ପରବର୍ତ୍ତୀ ପଦକ୍ଷେପ ଏବଂ ପ୍ରସ୍ତୁତି:
ପରୀକ୍ଷା ସ୍ଥଗିତ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରାର୍ଥୀମାନଙ୍କୁ ଭଲ ଭାବରେ ରିଭିଜନ୍ କରିବାକୁ ଏବଂ ପରୀକ୍ଷା ଢାଞ୍ଚାକୁ ବୁଝିବା ପାଇଁ ମକ୍ ଟେଷ୍ଟ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି।
Also Read: ପ୍ରକାଶ ପାଇଲା ଓଷ୍ଟେଟ ପରୀକ୍ଷା ତାରିଖ, ଜାନୁଆରୀ ୧୭ରେ ଆରମ୍ଭ
The post UGC-NET ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ appeared first on KNews Odisha.