Ullu ଓ ALTT ସମେତ ୨୫ ଓଟିଟି ପ୍ଲାଟଫର୍ମକୁ ବ୍ୟାନ କଲେ ସରକାର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କହିବା କଥା ଯେ ଏହି ସବୁ ପ୍ଲାଟଫର୍ମରେ ନିୟମିତ ଆପତ୍ତିଜନ ଭିଡିଓ ପୋଷ୍ଟ କରାଯାଉଥିଲା। ଏହାକୁ ଅଧିକାରୀମାନେ ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟ ଭାବେ ବିବେଚନା କରିଛନ୍ତି।

Ullu ଓ ALTT ସମେତ ୨୫ ଓଟିଟି ପ୍ଲାଟଫର୍ମକୁ ବ୍ୟାନ କଲେ ସରକାର

ଅଶ୍ଳୀଳ ଭିଡିଓ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ ଶଟ୍ସ ଭଳି ୨୫ଟି ଓଟିଟି ପ୍ଲାଟଫର୍ମକୁ ଭାରତରେ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ପ୍ଲାଟଫର୍ମ ଗୁଡ଼ିକରେ ଅତ୍ୟନ୍ତ ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ରିଲିଜ କରାଯାଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କହିବା କଥା ଯେ ଏହି ସବୁ ପ୍ଲାଟଫର୍ମରେ ନିୟମିତ ଆପତ୍ତିଜନ ଭିଡିଓ ପୋଷ୍ଟ କରାଯାଉଥିଲା। ଏହାକୁ ଅଧିକାରୀମାନେ ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟ ଭାବେ ବିବେଚନା କରିଛନ୍ତି। ଏଭଳି ଅଶ୍ଳୀଳ ଭିଡିଓ ପୋଷ୍ଟ କରି କମ୍ପାନୀଗୁଡ଼ିକ ଦେଶରେ ପ୍ରଚଳିତ ଆଇଟି ନିୟମ ଓ ଅନ୍ୟ ପ୍ରଚଳିତ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି। ଏରୋଟିକ ୱେବ ସିରିଜ ନାଁରେ ଆପ୍ସ ଗୁଡ଼ିକରେ ଅଶ୍ଳୀଳ ଭିଡିଓର ପ୍ରଚାର ପ୍ରସାର କରାଯାଉଥିବା ଏକାଧିକ ଅଭିଯୋଗ ମନ୍ତ୍ରଣାଳୟ ପାଖରେ ପହଞ୍ଚିଥିଲା।

ବାରମ୍ବାର ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ଇଣ୍ଟରନେଟ ସବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ Ullu ଓ ALTT ସମେତ ୨୫ଟି ଓଟିଟି ପ୍ଲାଟଫର୍ମକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ପାଖରେ ବିଶେଷ କରି ନାବାଳକ/ନାବାଳିକାଙ୍କ ପାଖରେ ଯେମିତି ସହଜରେ ପର୍ଣ୍ଣଗ୍ରାଫି ବିଷୟବସ୍ତୁ ପହଞ୍ଚି ନ ପାରିବ, ତା’କୁ ଦୃଷ୍ଟିରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ବ୍ୟାନ ହୋଇଥିବା ଓଟିଟି ଆପ୍‌

ALTT

ULLU

Big Shots App

Jalva App

Wow Entertainment

Look Entertainment

Hitprime

Feneo

ShowX

Sol Talkies

Kangan App

Bull App

Adda TV

HotX VIP

Desiflix

Boomex

Navarasa Lite

Gulab App

Fugi

Mojflix

Hulchul App

MoodX

NeonX VIP

Triflicks

କାହିଁକି ବ୍ୟାନ କରାଗଲା?

ମନ୍ତ୍ରଣାଳୟ ଏହି ସବୁ ଆପ୍‌ଗୁଡ଼ିକ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ ୨୦୦୦ର ଧାରା ୬୭ ଓ ୬୭ଏ, ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୪ ଓ ମହିଳାଙ୍କୁ ଆପତ୍ତିଜନକ ଭାବେ ଉପସ୍ଥାପନ କରିବା ନିରୋଧ ଆଇନ ୧୯୬୮ର ଧାରା ୪ ଅନୁସାରେ ବ୍ୟାନ କରିଛନ୍ତି। ଏହି ସବୁ ଧାରାରେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଓ ପ୍ରସାର ଉପରେ ରୋକ ଲଗାଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ମାସରେ ସରକାର ୧୯ଟି ୱେବସାଇଟ, ୧୦ଟି ଆପ୍ସ ଓ ୧୮ଟି ଓଟିଟି ପ୍ଲାଟଫର୍ମର ୫୭ଟି ସୋଶାଲ ମିଡିଆ ଆକ୍ଟକୁ ବ୍ୟାନ କରିଥିଲେ। ଏଥିରେ ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ପୋଷ୍ଟ କରାଯାଉଥିଲା।