UNSCରେ ପ୍ରମାଣ ରଖିବ ଭାରତ, ଖୋଲିବ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ମୁଖା

ନୂଆଦିଲ୍ଲୀ: ଭାରତ ଆତଙ୍କବାଦୀ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ‘ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ଏବେ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବାକୁ ଅଣ୍ଟା ଭିଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଖୁବ୍‌ଶୀଘ୍ର ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ର ୧୨୬୭ ସେକ୍ସନ କମିଟି ସାମ୍‌ନାରେ ତାଜା ପ୍ରମାଣ ଦେବ, ଯେଉଁଥିରେ ପାକିସ୍ତାନର ଆତଙ୍କବାଦ ସହ ସମ୍ପର୍କ ଥିବା ସ୍ପଷ୍ଟ ଜଣାପଡ଼ୁଛି।ଟିଆରଏଫ୍‌ ଉପରେ ଲାଗିବ ଅଙ୍କୁଶ ?ସୂଚନାଥାଉକି, ଭାରତ ପାକିସ୍ତାନ ଉପରେ ଆତଙ୍କୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଲଗାଇଛି। ବିଶେଷ କରି ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)କୁ ନେଇ। କାରଣ ଲସ୍କର-ଏ-ତୋଏବାର ଏହି ଶାଖା ସଂଗଠନ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପାଇଁ ନିଜକୁ ଦୁଇ ଦୁଇ ଥର ଦାୟୀ କରିଛି। ହେଲେ ଏସବୁ ସତ୍ତ୍ବେବି ପାକିସ୍ତାନ, ୟୁଏନଏସସିର ସେହି ବୟାନରେ ଟିଆରଏଫ୍‌ର ନାଁ ଯୋଡ଼ିବାକୁ ବିରୋଧ କରିଛିା । ଯେଉଁଥିରେ ଆକ୍ରମଣର ନିନ୍ଦା କରାଯାଇଛି। ଏମିତିରେ ଭାରତ ଏହାକୁ ପାକିସ୍ତାନ ଆତଙ୍କୀଙ୍କୁ ରାଜନୈତିକ ସୁରକ୍ଷା ଦେଉଥିବାର ଷଡ଼ଯନ୍ତ୍ର ଭାବରେ ଦେଖୁଛି। ଆଉ ଭାରତ ୟୁଏନଏସସିର ୧୨୬୭ ସେକ୍ସନ କମିଟିରୁ ଟିଆରଏଫ୍‌କୁ ବୈଶ୍ବିକ ଆତଙ୍କୀ ସଂଗଠନ ଘୋଷିତ କରିବାର ଦାବି କରିବ। ଯେପରି ତା’ ଉପରେ ଯାତ୍ରା ପ୍ରତିବନ୍ଧକ ଏବଂ ଆର୍ଥିକ

UNSCରେ ପ୍ରମାଣ ରଖିବ ଭାରତ, ଖୋଲିବ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ମୁଖା

ନୂଆଦିଲ୍ଲୀ: ଭାରତ ଆତଙ୍କବାଦୀ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ‘ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ଏବେ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବାକୁ ଅଣ୍ଟା ଭିଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଖୁବ୍‌ଶୀଘ୍ର ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ର ୧୨୬୭ ସେକ୍ସନ କମିଟି ସାମ୍‌ନାରେ ତାଜା ପ୍ରମାଣ ଦେବ, ଯେଉଁଥିରେ ପାକିସ୍ତାନର ଆତଙ୍କବାଦ ସହ ସମ୍ପର୍କ ଥିବା ସ୍ପଷ୍ଟ ଜଣାପଡ଼ୁଛି।

ଟିଆରଏଫ୍‌ ଉପରେ ଲାଗିବ ଅଙ୍କୁଶ ?

ସୂଚନାଥାଉକି, ଭାରତ ପାକିସ୍ତାନ ଉପରେ ଆତଙ୍କୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଲଗାଇଛି। ବିଶେଷ କରି ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)କୁ ନେଇ। କାରଣ ଲସ୍କର-ଏ-ତୋଏବାର ଏହି ଶାଖା ସଂଗଠନ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପାଇଁ ନିଜକୁ ଦୁଇ ଦୁଇ ଥର ଦାୟୀ କରିଛି। ହେଲେ ଏସବୁ ସତ୍ତ୍ବେବି ପାକିସ୍ତାନ, ୟୁଏନଏସସିର ସେହି ବୟାନରେ ଟିଆରଏଫ୍‌ର ନାଁ ଯୋଡ଼ିବାକୁ ବିରୋଧ କରିଛିା । ଯେଉଁଥିରେ ଆକ୍ରମଣର ନିନ୍ଦା କରାଯାଇଛି। 

ଏମିତିରେ ଭାରତ ଏହାକୁ ପାକିସ୍ତାନ ଆତଙ୍କୀଙ୍କୁ ରାଜନୈତିକ ସୁରକ୍ଷା ଦେଉଥିବାର ଷଡ଼ଯନ୍ତ୍ର ଭାବରେ ଦେଖୁଛି। ଆଉ ଭାରତ ୟୁଏନଏସସିର ୧୨୬୭ ସେକ୍ସନ କମିଟିରୁ ଟିଆରଏଫ୍‌କୁ ବୈଶ୍ବିକ ଆତଙ୍କୀ ସଂଗଠନ ଘୋଷିତ କରିବାର ଦାବି କରିବ। ଯେପରି ତା’ ଉପରେ ଯାତ୍ରା ପ୍ରତିବନ୍ଧକ ଏବଂ ଆର୍ଥିକ ପ୍ରତିବନ୍ଧକ ଲଗାଯାଇପାରିବ।