UPIରୁ ଉଠାଇପାରିବେ ପିଏଫ୍‌ ଟଙ୍କା, ବାଲାନ୍ସ ବି ଚେକ୍ କରିପାରିବେ

ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ସରକାର ଦ୍ରୁତ ଗତିରେ ଡିଜିଟାଲ ଆଡ଼କୁ ଗତି କରୁଛନ୍ତି। ୟୁପିଆଇ ଏହାର ଏକ ଜୀବନ୍ତ ଉଦାହରଣ। ଯାହା କେବଳ ଭାରତରେ ସଫଳ ହୋଇଛି ତାହା ନୁହେଁ, ବରଂ ବିଶ୍ୱର ଅନେକ ଦେଶ ଏହାକୁ ଗ୍ରହଣ କରିଛନ୍ତି। ଏହି ସଫଳତା ପରେ ବର୍ତ୍ତମାନ ୟୁପିଆଇକୁ ଇପିଏଫ୍‌ଓ ସହ ଯୋଡ଼ିବାକୁ ଉଦ୍ୟମ ଚାଲିଛି। ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ। ଫଳରେ ଗ୍ରାହକ ୟୁପିଆଇ ମଧ୍ୟମରେ ନିଜର ପିଏଫ୍‌ ଉଠାଇ ପାରିବେ। ଏଥିରେ ସମୟ ବଞ୍ଚିବା ସହିତ ଇପିଏଫ୍‌ଓର ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦାଓରା କହିଛନ୍ତି।ମେ ମାସ ଶେଷ ସୁଦ୍ଧା ୟୁପିଆଇରେ ପିଏଫ୍‌ ଟଙ୍କା ଉଠାଇପାରିବେ ଉପଭୋକ୍ତା। ମାତ୍ର କେଇ ଘଣ୍ଟାରେ ସମ୍ପୂର୍ଣ୍ଣ ହେବ କ୍ଲେମ୍ ପ୍ରୋସେସିଂ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ମେ’ ଶେଷ ସୁଦ୍ଧା କ୍ଲେମ୍‌ ପ୍ରୋସେସିଂ ପାଇଁ ୟୁପିଆଇ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଅର୍ଥାତ୍‌ ୟୁପିଆଇ ଜରିଆରେ ସମ୍ଭବ ହେବ ପିଏଫ୍‌ ଉଠାଣ। ଶ୍ରମ ଏବଂ ନିଯୁକ୍ତି ସଚିବ ସୁମିତା ଦାଓରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏ ବ୍ୟବସ୍ଥା ମାଧ୍ୟମରେ ଟ୍ରାଞ୍ଜାକ୍‌ସନ ସମୟ କମିବା ସହ ଇପିଏଫ୍‌ଓର ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରମ ସଚିବ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ନ୍ୟାସ୍‌ନାଲ ପେମେଣ୍ଟ୍‌ସ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ)ର ସୁପାରିସ୍‌କୁ ମଞ୍ଜୁରି ଦେଇଛି ଶ୍ରମ ଏବଂ ନିଯୁକ୍ତ

UPIରୁ ଉଠାଇପାରିବେ ପିଏଫ୍‌ ଟଙ୍କା, ବାଲାନ୍ସ ବି ଚେକ୍ କରିପାରିବେ

ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ସରକାର ଦ୍ରୁତ ଗତିରେ ଡିଜିଟାଲ ଆଡ଼କୁ ଗତି କରୁଛନ୍ତି। ୟୁପିଆଇ ଏହାର ଏକ ଜୀବନ୍ତ ଉଦାହରଣ। ଯାହା କେବଳ ଭାରତରେ ସଫଳ ହୋଇଛି ତାହା ନୁହେଁବରଂ ବିଶ୍ୱର ଅନେକ ଦେଶ ଏହାକୁ ଗ୍ରହଣ କରିଛନ୍ତି। ଏହି ସଫଳତା ପରେ ବର୍ତ୍ତମାନ ୟୁପିଆଇକୁ ଇପିଏଫ୍‌ଓ ସହ ଯୋଡ଼ିବାକୁ ଉଦ୍ୟମ ଚାଲିଛି। ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ। ଫଳରେ ଗ୍ରାହକ ୟୁପିଆଇ ମଧ୍ୟମରେ ନିଜର ପିଏଫ୍‌ ଉଠାଇ ପାରିବେ। ଏଥିରେ ସମୟ ବଞ୍ଚିବା ସହିତ ଇପିଏଫ୍‌ଓର ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦାଓରା କହିଛନ୍ତି।

ମେ ମାସ ଶେଷ ସୁଦ୍ଧା ୟୁପିଆଇରେ ପିଏଫ୍‌ ଟଙ୍କା ଉଠାଇପାରିବେ ଉପଭୋକ୍ତା। ମାତ୍ର କେଇ ଘଣ୍ଟାରେ ସମ୍ପୂର୍ଣ୍ଣ ହେବ କ୍ଲେମ୍ ପ୍ରୋସେସିଂ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ମେ’ ଶେଷ ସୁଦ୍ଧା କ୍ଲେମ୍‌ ପ୍ରୋସେସିଂ ପାଇଁ ୟୁପିଆଇ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଅର୍ଥାତ୍‌ ୟୁପିଆଇ ଜରିଆରେ ସମ୍ଭବ ହେବ ପିଏଫ୍‌ ଉଠାଣ। ଶ୍ରମ ଏବଂ ନିଯୁକ୍ତି ସଚିବ ସୁମିତା ଦାଓରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। 

ଏ ବ୍ୟବସ୍ଥା ମାଧ୍ୟମରେ ଟ୍ରାଞ୍ଜାକ୍‌ସନ ସମୟ କମିବା ସହ ଇପିଏଫ୍‌ଓର ଦକ୍ଷତା ବୃଦ୍ଧି ପାଇବ ବୋଲି ଶ୍ରମ ସଚିବ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ନ୍ୟାସ୍‌ନାଲ ପେମେଣ୍ଟ୍‌ସ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ)ର ସୁପାରିସ୍‌କୁ ମଞ୍ଜୁରି ଦେଇଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ। 

ପଢନ୍ତୁ- ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, ARPU ବଢାଇବା ଲକ୍ଷରେ କମ୍ପାନୀ: ସେଣ୍ଟ୍ରମ ରିପୋର୍ଟ

ଏନେଇ ସୁମିତା ଦାଓରା କହିଛନ୍ତି ଯେ, ଇପିଏଫ୍‌ଓ ସଦସ୍ୟମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠିକୁ ଆକ୍‌ସେସ୍ କରିବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖିବେ । ସିଧାସଳଖ ୟୁପିଆଇରେ ସେମାନେ ନିଜ ପିଏଫ୍‌ ଖାତା ବାଲାନ୍ସ ଚେକ୍‌ କରିପାରିବେ। ଏକ ଅଟୋମେଟେଡ୍‌ ସିଷ୍ଟମ୍‌ ଜରିଆରେ ତତ୍କାଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ ଏବଂ ଟ୍ରାନ୍ସଫର ପାଇଁ ନିଜର ପସନ୍ଦର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବାଛି ପାରିବେ ବୋଲି ସୁମିତା କହିଛନ୍ତି। 

ସେହିପରି ପିଏଫ୍‌ ଉଠାଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ୧୨୦ରୁ ଉର୍ଦ୍ଧ୍ୱ ଡାଟାବେସ୍‌କୁ ଏକତ୍ରିତ କରାଯାଇଛି। କ୍ଲେମ୍‌ ପ୍ରୋସେସିଂ ସମୟ ୩ ଦିନକୁ କମିଛି। ୯୫% କ୍ଲେମ୍‌ ଏବେ ଅଟୋମେଟେଡ୍‌ ହୋଇଥିବାବେଳେ ପ୍ରକ୍ରିୟାକୁ ଆହୁରି ସରଳ କରିବା ପାଇଁ ବ୍ୟବସ୍ଥା ହେଉଛି।

ପଢନ୍ତୁ- ଭୁବନେଶ୍ୱରରେ ଘର କିଣିବା ମହଙ୍ଗା: ଲକ୍ଷ ନୁହେଁ କୋଟିର ବେପାର