US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର ନାଗରିକତ୍ୱ ପାଇଛନ୍ତି। ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ ଦ୍ୱାରା ୨୦୨୩ ବାର୍ଷିକ ରିପୋର୍ଟରେ କୁହାଯାଇଛି ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮.୭ ଲକ୍ଷ ବିଦେଶୀ ନାଗରିକ ଆମେରିକାର ନାଗରିକ ହୋଇଛନ୍ତି। ଯେଉଁଥିରୁ ୧.୧ ଲକ୍ଷରୁ […] The post US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା… appeared first on Dharitri Odia News.

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର ନାଗରିକତ୍ୱ ପାଇଛନ୍ତି।

ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ ଦ୍ୱାରା ୨୦୨୩ ବାର୍ଷିକ ରିପୋର୍ଟରେ କୁହାଯାଇଛି ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮.୭ ଲକ୍ଷ ବିଦେଶୀ ନାଗରିକ ଆମେରିକାର ନାଗରିକ ହୋଇଛନ୍ତି। ଯେଉଁଥିରୁ ୧.୧ ଲକ୍ଷରୁ ଅଧିକ ମେକ୍ସିକୋ ନାଗରିକ ଆମେରିକାର ନାଗରିକତ୍ୱ ପାଇଛନ୍ତି। ଏହା ପରେ ଭାରତୀୟଙ୍କ ସଂଖ୍ୟା ରହିଛି। ମୋଟ ୫୯,୧୦୦ ଭାରତୀୟ ଆମେରିକାର ନାଗରିକତ୍ୱ ପାଇଛନ୍ତି।

ଏହା ବ୍ୟତୀତ ଫିଲିପାଇନ୍ସର ନାଗରିକମାନେ ତୃତୀୟ ସ୍ଥାନରେ ଅଛନ୍ତି। ଫିଲିପାଇନ୍ସର ପ୍ରାୟ ୪୪,୮୦୦ ନାଗରିକ ଏବଂ ଡୋମିନିକାନ ରିପବ୍ଲିକର ୩୫,୨୦୦ ନାଗରିକଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନ କରାଯାଇଛି। ଏହି ଆବେଦନକାରୀମାନେ ଆମେରିକାର ନାଗରିକତ୍ୱ ପାଇବାକୁ ଯୋଗ୍ୟ ହେବା ପାଇଁ ଇମିଗ୍ରେଶନ ଆଣ୍ଡ ନ୍ୟାସନାଲିଟି ଆକ୍ଟରେ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିଛନ୍ତି।

The post US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା… appeared first on Dharitri Odia News.