US ପରେ ଏବେ ଡ୍ରାଗନର ଚିନ୍ତା ବଢାଇଲା EU , ନୂଆ ଟ୍ୟାକ୍ସ ପ୍ଲାନରେ ବିଚଳିତ ଚୀନ
ନୂଆଦିଲ୍ଲୀ : ଦୁନିଆର ଦୁଇ ଆର୍ଥିକ ମହାଶକ୍ତିଶାଳୀ ଆମେରିକା ଓ ଚୀନ ମଧ୍ୟରେ ଗତ ଅନେକ ମାସରୁ ଟ୍ରେଡ୍ ୱାର ଆରମ୍ଭ ହୋଇଛି। ଆମେରକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତର ରେସିପ୍ରୋକାଲ ଟ୍ୟାକ୍ସ ଲଗାଇଛନ୍ତି , ଏହାର ଜବାବରେ ଚୀନ ମଧ୍ୟ ଆମେରିକୀୟ ଆମଦାନୀ ସାମଗ୍ରୀ ଉପରେ ସମାନ (ଟିକସ ) ଟାକ୍ସ ଲାଗୁ କରିଛି। ହେଲେ ବର୍ତ୍ତମାନ ଦୁଇ ଦେଶ ଏହାକୁ ୯୦ଦିନ ପାଇଁ ରୋକ୍ ଲଗେଇଛନ୍ତି ଏବଂ ବାଣିଜ୍ୟକୁ ସୁଗମ କରିବା ପାଇଁ କଥାବାର୍ତ୍ତା କରୁଛନ୍ତି , କିନ୍ତୁ ଏହି ଟ୍ରେଡ୍ୱାରରେ ଚୀନର ଖେଳନା ଶିଳ୍ପ ଧ୍ୱଂସର ଦ୍ୱାରଦେଶରେ ପହଞ୍ଚି ଯାଇଛି। ସେଠାରେ ଅନେକ କାରଖାନା ବନ୍ଦ ହୋଇ ସାରିଛି। ଅନେକ କର୍ମଚାରୀଙ୍କ ଛଟେଇ କରି ଦିଆ ଯାଇଥିବା ବେଳେ କିଛି କମ୍ପାନୀ ଗୁଡ଼ିକରେ ଦରମା ସଙ୍କଟରେ ପଡ଼ି ଯାଇଛି। ଏହି ମଧ୍ୟରେ , ଏବେ ୟୁରୋପୀୟ ସଂଘ (ଇୟୁ) ଚୀନ ପାଇଁ ନୂଆ ସମସ୍ୟା ଠିଆ କରି ଦେଇଛି। ଇୟୁ ଚୀନରୁ ଆସୁଥିବା ପ୍ରତି ଛୋଟ ଛୋଟ ପାର୍ସଲ ଉପରେ ହ୍ୟାଣ୍ଡଲିଙ୍ଗ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରଖିଛି। ଏଥିରେ ଚାଇନା ଇ-କମର୍ସ ମାର୍କେଟ୍କୁ ବଡ଼ କ୍ଷତି ହୋଇପାରେ। ଇୟୁର ଏହି ପ୍ରସ୍ତାବରେ ଚୀନ ପୂରା ଚିନ୍ତାରେ ପଡ଼ି ଯାଇଛି। ଚୀନ ୟୁରୋପୀୟ ସଂଘ ସହ ବାଣିଜ୍ୟ କାରବାର ପାଇଁ ନିରପେକ୍ଷ କ୍ଷେତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛି। ଚାଇନା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ ଏକ ପ୍ରେସ୍ କନଫରେନ୍ସର କହିଛନ୍ତି ,
ନୂଆଦିଲ୍ଲୀ : ଦୁନିଆର ଦୁଇ ଆର୍ଥିକ ମହାଶକ୍ତିଶାଳୀ ଆମେରିକା ଓ ଚୀନ ମଧ୍ୟରେ ଗତ ଅନେକ ମାସରୁ ଟ୍ରେଡ୍ ୱାର ଆରମ୍ଭ ହୋଇଛି। ଆମେରକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତର ରେସିପ୍ରୋକାଲ ଟ୍ୟାକ୍ସ ଲଗାଇଛନ୍ତି , ଏହାର ଜବାବରେ ଚୀନ ମଧ୍ୟ ଆମେରିକୀୟ ଆମଦାନୀ ସାମଗ୍ରୀ ଉପରେ ସମାନ (ଟିକସ ) ଟାକ୍ସ ଲାଗୁ କରିଛି। ହେଲେ ବର୍ତ୍ତମାନ ଦୁଇ ଦେଶ ଏହାକୁ ୯୦ଦିନ ପାଇଁ ରୋକ୍ ଲଗେଇଛନ୍ତି ଏବଂ ବାଣିଜ୍ୟକୁ ସୁଗମ କରିବା ପାଇଁ କଥାବାର୍ତ୍ତା କରୁଛନ୍ତି , କିନ୍ତୁ ଏହି ଟ୍ରେଡ୍ୱାରରେ ଚୀନର ଖେଳନା ଶିଳ୍ପ ଧ୍ୱଂସର ଦ୍ୱାରଦେଶରେ ପହଞ୍ଚି ଯାଇଛି। ସେଠାରେ ଅନେକ କାରଖାନା ବନ୍ଦ ହୋଇ ସାରିଛି। ଅନେକ କର୍ମଚାରୀଙ୍କ ଛଟେଇ କରି ଦିଆ ଯାଇଥିବା ବେଳେ କିଛି କମ୍ପାନୀ ଗୁଡ଼ିକରେ ଦରମା ସଙ୍କଟରେ ପଡ଼ି ଯାଇଛି।
ଏହି ମଧ୍ୟରେ , ଏବେ ୟୁରୋପୀୟ ସଂଘ (ଇୟୁ) ଚୀନ ପାଇଁ ନୂଆ ସମସ୍ୟା ଠିଆ କରି ଦେଇଛି। ଇୟୁ ଚୀନରୁ ଆସୁଥିବା ପ୍ରତି ଛୋଟ ଛୋଟ ପାର୍ସଲ ଉପରେ ହ୍ୟାଣ୍ଡଲିଙ୍ଗ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରଖିଛି। ଏଥିରେ ଚାଇନା ଇ-କମର୍ସ ମାର୍କେଟ୍କୁ ବଡ଼ କ୍ଷତି ହୋଇପାରେ। ଇୟୁର ଏହି ପ୍ରସ୍ତାବରେ ଚୀନ ପୂରା ଚିନ୍ତାରେ ପଡ଼ି ଯାଇଛି। ଚୀନ ୟୁରୋପୀୟ ସଂଘ ସହ ବାଣିଜ୍ୟ କାରବାର ପାଇଁ ନିରପେକ୍ଷ କ୍ଷେତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛି। ଚାଇନା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ ଏକ ପ୍ରେସ୍ କନଫରେନ୍ସର କହିଛନ୍ତି , ଚୀନର ବିଶ୍ୱାସ ଯେ, ସମସ୍ତ ପକ୍ଷଙ୍କ ସାଧାରଣ ସ୍ୱାର୍ଥରେ ଏକ ଖୋଲା ଓ ଅନ୍ତର୍ଭୁକ୍ତ ବ୍ୟବସାୟିକ ପରିବେଶ ସୃଷ୍ଟି କରିବା। ଆମେ ଆଶା କରୁଛୁ ଯେ , ୟୁରୋପୀୟ ସଂଘ ଖୋଲା ବଜାର ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବ ଏବଂ ଚୀନ କମ୍ପାନୀଗୁଡ଼ିକ ପାଇଁ ଏକ ନିରପେକ୍ଷ, ପାରଦର୍ଶୀ ଓ ଅଣ-ଭେଦଭାବକାରୀ ବ୍ୟାବସାୟିକ ପରିବେଶ ଉପଲବ୍ଧ କରାଇବ।
ଉଲ୍ଲେଖନୀୟ ଯେ, ୟୁରୋପୀୟ ୟୁନିୟନ ବିଦେଶରୁ ସିଧା ଗ୍ରାହକଙ୍କୁ ପଠାଯାଉ ଥିବା ୧୫୦ ୟୁରୋ ବା ଏଥିରୁ କମ୍ ମୂଲ୍ୟର ଛୋଟ ଛୋଟ ପ୍ୟାକେଜ୍ ଗୁଡ଼ିକ ପାଇଁ ୨ୟୁରୋ ଅର୍ଥାତ୍ ୨.୨୭ ଡଲାର (୧୯୫.୧୫ ଟଙ୍କା) ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରଖିଛି। ଏହା ବ୍ୟତୀତ ୟୁରୋପୀୟ ଗୋଦାମ ଗୁଡ଼ିକରେ ସଂରକ୍ଷଣ ପାଇଁ ପଠାଯିବାକୁ ଥିବା ପାର୍ସଲ ପାଇଁ ପ୍ରତି ପାର୍ସଲ ୫୦ ସେଣ୍ଟର ଶୁଳ୍କ ରଖାଯାଇଛି। ଇୟୁର ବାଣିଜ୍ୟ ପ୍ରମୁଖ ମାରୋସ ସେଫକୋଭିକ୍ ମଙ୍ଗଳବାର ୟୁରୋପୀୟ ସାଂସଦଙ୍କୁ ଏହି ପ୍ଲାନ ବିଷୟରେ ସୂଚନା ଦେଇଛନ୍ତି। ଏହି ଟ୍ୟାକ୍ସରେ ଇୟୁକୁ ପାଖାପାଖି ୩ ବିଲିୟନ ୟୁରୋ (୩.୪ ବିଲିୟନ ଆମେରିକୀୟ ଡଲାର)ର ଆୟ ହେବ।
ସେଫକୋଭିକ ସାଂସଦଙ୍କୁ କହିଛନ୍ତି ଯେ, ଏହି ଆୟର ବ୍ୟବହାର ବଡ଼ ସ୍ତରରେ ପାର୍ସଲର ପରିବହନ ପାଇଁ ସୀମା ଶୁଳ୍କ ଓ ସୁରକ୍ଷା ଯାଞ୍ଚର ପେମେଣ୍ଟକୁ କଭର କରିବା ପାଇଁ କରାଯିବ। ତଥ୍ୟ ଅନୁସାରେ , ୨୦୨୪ରେ ୟୁରୋପୀୟ ସଂଘରେ ପ୍ରବେଶ କରିଥିବା ପାଖାପାଖି ୪.୬ ବିଲିୟନ ଛୋଟ ଛୋଟ ପାର୍ସଲ ମଧ୍ୟରୁ ୯୧ ପ୍ରତିଶତ କେବଳ ଚୀନରୁ ଆସୁ ଥିଲା। ଯଦି ଇୟୁ ନୂଆ ଟ୍ୟାକ୍ସ ପ୍ରସ୍ତାବକୁ ମଞ୍ଜୁରୀ ଦିଏ ତ , ଶିନ୍ ଓ ଟେମୁ ଭଳି ଚାଇନାର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଗୁଡ଼ିକ ଉପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ। ଏହି ଦୁଇ କମ୍ପାନୀର ୟୁରୋପୀୟ ୟୁନିୟନ ଭିତରେ ଅନେକ ବିତରଣ କେନ୍ଦ୍ର ରହିଛି। ଟେମୁ ୟୁରୋପୀୟ ଅର୍ଡରର ପାଖାପାଖି ୮୦ ପ୍ରତିଶତ ମାଲ୍ ସ୍ଥାନୀୟ ୱେୟରହାଉସ୍ରୁ ସପ୍ଲାଇ କରିଥାଏ।