USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି। ୭ଟି ପ୍ରକଳ୍ପ ପାଇଁ ଏହି ପାଣ୍ଠି ମିଳିଛି। କିନ୍ତୁ ଭୋଟରଙ୍କ ମତଦାନ ବଢାଇବାକୁ ପାଣ୍ଠି ମିଳିନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି ସେଗୁଡ଼ିକ ମଧ୍ୟରେ କୃଷି , ଖାଦ୍ୟ ସୁରକ୍ଷା, ସ୍ଥାୟୀ ଜଙ୍ଗଲ […] The post USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ appeared first on Dharitri Odia News.

USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି। ୭ଟି ପ୍ରକଳ୍ପ ପାଇଁ ଏହି ପାଣ୍ଠି ମିଳିଛି। କିନ୍ତୁ ଭୋଟରଙ୍କ ମତଦାନ ବଢାଇବାକୁ ପାଣ୍ଠି ମିଳିନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି ସେଗୁଡ଼ିକ ମଧ୍ୟରେ କୃଷି , ଖାଦ୍ୟ ସୁରକ୍ଷା, ସ୍ଥାୟୀ ଜଙ୍ଗଲ ଏବଂ ସୱଚ୍ଛତା ପାଇଁ ସହଭାଗୀତା, ନବୀକରଣୀୟ ଶକ୍ତିର ବାଣିଜ୍ୟୀକରଣ ଏବଂ ନବସୃଜନ ପାଇଁ ସହଭାଗୀତା, ସୱାସ୍ଥ୍ୟ ପ୍ରକଳ୍ପ ପାଇଁ ଚୁକ୍ତିନାମା, ବିପର୍ଯ୍ୟୟ ପରିଚାଳନା, ଶକ୍ତି କ୍ଷେତ୍ରରେ ନବସୃଜନ ସହିତ ଜଡିତ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ପିଟିଆଇର ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ବ୍ୟାପାର ବିଭାଗ 2023-24 ରେ USAID ପାଣ୍ଠି ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପାଣ୍ଠି ପାଇଥିବା ସାତଟି ପ୍ରକଳ୍ପ ମଧ୍ୟରୁ କୌଣସିଟି ର୍ନିବାଚନ କିମ୍ବା ଭୋଟ ପ୍ରତିଶତ ବୃଦ୍ଧି ସହିତ ଜଡିତ ନଥିଲା। ରିପୋର୍ଟରେ କୁହାଯାଇଛି ଯେ ଭାରତ ୧୯୫୧ ମସିହାରୁ ଆମେରିକାଠାରୁ ସାହାଯ୍ୟ ପାଇବା ଆରମ୍ଭ କରିଥିଲା।

ଏପର୍ଯ୍ୟନ୍ତ, ଭାରତ 555ଟି ପ୍ରକଳ୍ପ ପାଇଁ USAID ଠାରୁ 1700 କୋଟି ଟଙ୍କାର ଆର୍ଥିକ ସହାୟତା ପାଇସାରିଛି। ଭାରତରେ ଭୋଟରଙ୍କ ମତଦାନ ବୃଦ୍ଧି କରିବା ପାଇଁ USAID ମାଧ୍ୟମରେ 21 ନିୟୁତ ଡଲାର ଖର୍ଚ୍ଚ କରିବା ପଛରେ ବାଇଡେନ ପ୍ରଶାସନର ଉଦ୍ଦେଶ୍ୟ ଉପରେ ଆମେରିକା ରାଷ୍ଟ୍ରପତି Trump ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଥିଲେ, ‘ଭାରତରେ ଭୋଟ ଦେବା ପାଇଁ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର କଣ ଆବଶ୍ୟକତା ଥିଲା? ମୁଁ ଭାବୁଛି ସେମାନେ ଅନ୍ୟ କାହାକୁ ର୍ନିବାଚିତ କରିବାକୁ ଚେଷ୍ଟା କରୁଥିଲେ। ଆମକୁ ଭାରତ ସରକାରଙ୍କୁ କହିବାକୁ ପଡିବ… ଏହା ଏକ ବଡ଼ ସଫଳତା।’

ଭାରତରେ ର୍ନିବାଚନକୁ ପ୍ରଭାବିତ କରିବା ପାଇଁ କୋଟି କୋଟି ଡଲାର ପାଣ୍ଠି ଯୋଗାଣ ନେଇ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ଦାବିକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚିନ୍ତାଜନକ ବୋଲି କହିଛନ୍ତି।

The post USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ appeared first on Dharitri Odia News.