USରୁ ବାହାର କରିଦେବା ପାଇଁ ଧମକରେ ଟ୍ରମ୍ପଙ୍କୁ ମସ୍କଙ୍କ ଜବାବ, ଜାଣନ୍ତୁ କହିଛନ୍ତି କ’ଣ?

କାଲିଫର୍ଣ୍ଣିୟା ୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସ୍ଲା ଏବଂ ସ୍ପେସ-ଏକ୍ସ ମାଲିକ ଏଲନ ମସ୍କଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଲୋକଙ୍କ ଆଶା ବିପରୀତ ଏଥର ମସ୍କ ସଞ୍ଜମତା ଅବଲମ୍ବନ କରି ମାତ୍ର ୧୪ଟି ବାକ୍ୟରେ ନିଜର ବକ୍ତବ୍ୟ ରଖିଛନ୍ତି। ଲୋକେ ଭାବୁଥିଲେ ମସ୍କ ଏଥର ଟ୍ରମ୍ପଙ୍କୁ ନେଇ କିଛି ଚମକାଇବା ଭଳି ବୟାନ ଦେବେ, କାରଣ ମସ୍କଙ୍କୁ ନେଇ ଟ୍ରମ୍ପ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ହେଲେ ମସ୍କ ସେପରି କିଛି କରି ନାହାନ୍ତି।ଟ୍ରମ୍ପ କହିଥିଲେ ଯେ ଯଦି ଦରକାର ପଡେ ତାଙ୍କୁ ଡିପୋର୍ଟ କରାଯିବ, ଅର୍ଥାତ ମସ୍କଙ୍କୁ ଆମେରିକାରୁ ବାହାର କରିଦିଆଯିବ। ତେବେ ଏଲନ ମସ୍କ ଆମେରିକାର ଜଣେ ବୈଧ ନାଗରିକ। ଏଣୁ ସେ ରାଷ୍ଟ୍ରପତିଙ୍କ ବୟାନର ମପାଚୁପା ଅନ୍ଦାଜରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି ‘ଇଛା ହେଉଛି ପାଲଟା ଆକ୍ରମଣ କରିବାକୁ। ବହୁତ ମନେ ହେଉଛି, ହେଲେ ଏବେ ନିଜକୁ ରୋକୁଛି’। ମସ୍କଙ୍କ ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ହଜାର ହାଜର ୟୁଜର ଏହି ପୋଷ୍ଟକୁ ରିପୋଷ୍ଟ ଓ ଲାଇକ୍ କରିଛନ୍ତି। REPORTER: "Are you going to deport Elon Musk?"TRUMP: "We'll have to take a look. We might have to put DOGE on Elon. You know what DOGE is? The monster that might have to go back and eat Elon. Wouldn’t that be t

USରୁ ବାହାର କରିଦେବା ପାଇଁ ଧମକରେ ଟ୍ରମ୍ପଙ୍କୁ ମସ୍କଙ୍କ ଜବାବ, ଜାଣନ୍ତୁ କହିଛନ୍ତି କ’ଣ?

କାଲିଫର୍ଣ୍ଣିୟା ୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସ୍ଲା ଏବଂ ସ୍ପେସ-ଏକ୍ସ ମାଲିକ ଏଲନ ମସ୍କଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଲୋକଙ୍କ ଆଶା ବିପରୀତ ଏଥର ମସ୍କ ସଞ୍ଜମତା ଅବଲମ୍ବନ କରି ମାତ୍ର ୧୪ଟି ବାକ୍ୟରେ ନିଜର ବକ୍ତବ୍ୟ ରଖିଛନ୍ତି। ଲୋକେ ଭାବୁଥିଲେ ମସ୍କ ଏଥର ଟ୍ରମ୍ପଙ୍କୁ ନେଇ କିଛି ଚମକାଇବା ଭଳି ବୟାନ ଦେବେ, କାରଣ ମସ୍କଙ୍କୁ ନେଇ ଟ୍ରମ୍ପ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ହେଲେ ମସ୍କ ସେପରି କିଛି କରି ନାହାନ୍ତି।

ଟ୍ରମ୍ପ କହିଥିଲେ ଯେ ଯଦି ଦରକାର ପଡେ ତାଙ୍କୁ ଡିପୋର୍ଟ କରାଯିବ, ଅର୍ଥାତ ମସ୍କଙ୍କୁ ଆମେରିକାରୁ ବାହାର କରିଦିଆଯିବ। ତେବେ ଏଲନ ମସ୍କ ଆମେରିକାର ଜଣେ ବୈଧ ନାଗରିକ। ଏଣୁ ସେ ରାଷ୍ଟ୍ରପତିଙ୍କ ବୟାନର ମପାଚୁପା ଅନ୍ଦାଜରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି ‘ଇଛା ହେଉଛି ପାଲଟା ଆକ୍ରମଣ କରିବାକୁ। ବହୁତ ମନେ ହେଉଛି, ହେଲେ ଏବେ ନିଜକୁ ରୋକୁଛି’। ମସ୍କଙ୍କ ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ହଜାର ହାଜର ୟୁଜର ଏହି ପୋଷ୍ଟକୁ ରିପୋଷ୍ଟ ଓ ଲାଇକ୍ କରିଛନ୍ତି। 


ମସ୍କଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କ ବିପକ୍ଷରେ ମସ୍କ ଖୋଲାଖୋଲି ସାମ୍ନାକୁ ଆସିବା ଦରକାର କି? ନେଇ ନେଟିଜେନ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ତେବେ ମସ୍କ ବର୍ତ୍ତମାନ ପରିପ୍ରେକ୍ଷୀରେ ନିଜକୁ ଚୁପ ରଖିଛନ୍ତି। ହେଲେ ମସ୍କଙ୍କ ଶବ୍ଦରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଏହି ମାମଲା ଏହିଠାରେ ସମାପ୍ତ ହେଉ ନାହିଁ। ଆଗାମୀ ଦିନରେ ଏହି ବିବାଦ ଆହୁରି ରୋମାଞ୍ଚକ ମୋଡ ନେଇ ପାରେ। 


ତେବେ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦର ମୁଖ୍ୟ କାରଣ ହେଉଛି ରାଷ୍ଟ୍ରପତିଙ୍କ ସେହି ବିଧେୟକ, ଯାହାକୁ ମସ୍କ ୩ ଦିନ ପୂର୍ବରୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ। ମସ୍କ କହିଥିଲେ ରିପବ୍ଲିକାନ ସିନେଟର ଯେଉଁ ଆଇନକୁ ଗୃହୀତ କରିବାକୁ ସଂଘର୍ଷ କରୁଛନ୍ତି ତାହା ଯୋଗୁ ଦେଶରେ ନିଯୁକ୍ତି ସମାପ୍ତ ହୋଇଯିବ ଓ ଉଠି ଆସୁଥିବା ଉଦ୍ୟୋଗ ଠପ ପଡିଯିବ। ସ୍ପେସ୍ ଏକ୍ସ କମ୍ପାନୀ ମୁଖ୍ୟ ମସ୍କ ଶନିବାର ଏକ୍ସରେ ଏକ ପୋଷ୍ଟ କରିଥିଲେ ଯେ ଏହି ବିଧେୟକ ‘ରିପବ୍ଲିକାନ ପାର୍ଟି ଲାଗି ରାଜନୈତିକ ଆତ୍ମହତ୍ୟା’ ସହ ସମାନ ହେବ। 

ଉପରୋକ୍ତ ପୋଷ୍ଟର ଘଣ୍ଟାକ ପରେ ମସ୍କ ଆଉ ଏକ ପୋଷ୍ଟ କରିଥିଲେ ଓ ଉଲ୍ଲେଖ କରିଥିଲେ ଯଦି ଏହି ବିଧେକ ଗୃହୀତ ହୋଇଗଲା ତେବେ ସେ ଏକ ନୂଆ ରାଜନୈତିକ ଦଳ ଗଢିବେ। ସେ ଲେଖିଥିଲେ ଯେ ‘ଯଦି ଏହି ପାଗଳାମୀ ଭରା ବିଧେୟକ ଗୃହୀତ ହୋଇଯାଏ, ଏହାର ପରଦିନ ‘ଆମେରିକା ପାର୍ଟି’ର ଗଠନ ହୋଇଯିବ। ଆମ ଦେଶକୁ ରିପବ୍ଲିକାନ-ଡେମୋକ୍ରାଟିକ ପାର୍ଟିର ଆଉ ଏକ ବିକଳ୍ପର ଆବଶ୍ୟକତା ରହିଛି, ଯାହା ଦ୍ୱାରା ଲୋକଙ୍କ ନିକଟରେ ବାସ୍ତବରେ ଏକ ଅୱାଜ ଥିବ’। ହେଲେ ବିଧେୟକ ଏବେ କୌଣସି ପ୍ରକାର ସିନେଟରେ ଗୃହୀତ ହୋଇଯାଇଛି।