Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ..
ଫେବଆରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍ଅପ୍ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ […] The post Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ.. appeared first on Dharitri Odia News.
ଫେବଆରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍ଅପ୍ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ ପଛ ଥାଏ ଅନେକ ଉପହାର ଥିବା ଦିବସମାନ। ବର୍ତ୍ତମାନ ସମୟକୁ ଯଦି ଦେଖାଯାଏ ତେବେ ପ୍ରେମିକାପ୍ରେମିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଛି । କେବଳ ତାହା ନୁହେଁ ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ତିକ୍ତତା ଆସିବା ଦ୍ୱାରା ଏହି ସମ୍ପର୍କ ଦିନ କେତେଟାରେ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାରୁ ଦୂରେଇ ରହି ନିଜ ସମ୍ପର୍କକୁ ମଜଭୁତ କରିବା ନିମନ୍ତେ ଜାଣନ୍ତୁ କିଛି ଟିପ୍ସ।
– ପ୍ରଥମତଃ ସାଥୀଙ୍କ ପସନ୍ଦ ନାପସନ୍ଦ ଜାଣି ରଖନ୍ତୁ। ଆପଣଙ୍କର ଯେଉଁ ସ୍ବଭାବ ସାଥୀଙ୍କୁ ବ୍ୟଥିତ କରିଥାଏ ସେଥିରୁ ନିବୃତ୍ତ ରୁହନ୍ତୁ।
– ଅନ୍ୟ କାହା ଉପରେ ଥିବା ରାଗକୁ ସାଥୀଙ୍କ ଉପରେ ଦେଖାନ୍ତୁ ନାହିଁ।
– କୌଣସି ଛୋଟ କଥାକୁ ନେଇ ଅଧିକ ଯୁକ୍ତି କରନ୍ତୁ ନାହିଁ। ସାଥୀ ବିରକ୍ତି ଅନୁଭବ କରୁଥିଲେ ଗୋଟିଏ କଥାକୁ ବାରମ୍ବାର ଦୋହରାନ୍ତୁ ନାହିଁ।
– ସ୍ବାଧୀନତାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ସାଥୀଙ୍କ କୌଣସି ଗୁଣ ଆପଣଙ୍କୁ ଖରାପ ଲାଗୁଥାଏ ତେବେ ନମ୍ରତାର ସହ ସେ ବିଷୟରେ ସହ ଆଲୋଚନା କରନ୍ତୁ।
– କିଛିି ବି ସମସ୍ୟା ଆସିଲେ ମଧ୍ୟ ସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ। ସାଥୀଙ୍କ ସହ କଥାବାର୍ତ୍ତା ହେଉଥିଲେ ଯେକୌଣସି ସମସ୍ୟା ସହଜରେ ସମାଧାନ ହୋଇପାରେ।
The post Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ.. appeared first on Dharitri Odia News.