Vastu: ଆପଣଙ୍କ ଭୂମିରେ ଉଈହୁଙ୍କା ଅଛି କି...ଗୃହ ନିର୍ମାଣ ପୂର୍ବରୁ ମାନନ୍ତୁ ଏହି ନିୟମ
ଯେଉଁ ସ୍ଥାନରେ ଭୂମିରେ ଘାସ କିମ୍ବା ଗଛଲତା ଟିଏ ନଥାଏ ବା ଉଠୁ ନଥାଏ ଏବଂ ଉଈହୁଙ୍କା, ସାପ ହୁଙ୍କା ଆଦି ଥାଏ କେବେବି ସେହି ସ୍ଥାନରେ ଗୃହ ନିର୍ମାଣ କରିବା କଥା ନୁହେଁ । ଯଦି ଗୃହ ନିର୍ମାଣ କରିବାକୁ ପଡ଼େ, ତେବେ ସେହି ସ୍ଥାନର ମାଟିକୁ ୬ ଫୁଟ୍ ଖୋଳି ସେହି ମାଟିକୁ ଅନେକ ଦୂରରେ ଫୋପାଡ଼ି ଦେବେ ଏବଂ ସେହି ସ୍ଥାନରେ ଭଲ ମାଟି କିମ୍ବା ବାଲି ଫିଲିଙ୍ଗ କରିଦେବେ ଏବଂ କିଛି ଦିନ ପରେ ଏହି ସ୍ଥାନକୁ ବାସ୍ତୁଶାସ୍ତ୍ର ମତରେ ଶୋଧନ କରି ଗୃହନିର୍ମାଣ କରିବେ ।