VerSe Innovationରେ ଛଟେଇ, ଚାକିରୀରୁ ବାହାରିବେ ୩୫୦ କର୍ମଚାରୀ, AI ଉପରେ ଦିଆଯାଉଛି ଗୁରୁତ୍ୱ

ନୂଆଦିଲ୍ଲୀ ୧୭।୫: ଦେଶର ବଡ଼ ଡିଜିଟାଲ କମ୍ପାନୀଙ୍କ ମଧ୍ୟରେ ଗଣାଯାଉଥିବା ତଥା ଜୋସ ଓ ଡେଲିହଣ୍ଟ ଭଳି ପ୍ଲାଟଫର୍ମର ଚଳାଉତିବା ‘ଭର୍ସ ଇନୋଭେସନ’ କର୍ମଚାରୀ ଛଟେଇ କରିବ। ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀ ପାଖାପାଖି ୩୫୦ ଜଣ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିପାରେ। କମ୍ପାନୀର କହିବା କଥା ହେଉଛି ଏହି ନିଷ୍ପତ୍ତି ଏକ ବ୍ୟାପକ ପୁନର୍ଗଠନ ପ୍ରକ୍ରିୟାରେ କରାଯିବ, ଯାହାର ଉଦ୍ଦେଶ୍ୟ ପ୍ରଫିଟେବେଲିଟି ବଢାଇବା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଉପରେ ଫୋକସ କେନ୍ଦ୍ରିତ କରିବା। ଏହା ପୂର୍ବରୁ କମ୍ପାନୀ ମେ ୧୦ ତାରିଖରେ ଜାରି ଏକ ବୟାନରେ କହିଥିଲା ଯେ ସେ ଏକ ରଣନୈତିକ ପରିବର୍ତ୍ତନ ଦେଇ ଗତି କରୁଛି, ଯାହା ଦ୍ୱାରା ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ନିଜକୁ ଅଧିକ ସକ୍ଷମ, କେନ୍ଦ୍ରିତ ଓ ନମନୀୟ କରିପାରିବ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଏଆଇରେ ନିବେଶ ବଢାଇବା ଓ ଅପରେସନକୁ ଶରଳ କରିବା, କମ୍ପାନୀ ରଣନୀତିକୁ ଲଙ୍ଗଟର୍ମ ଲକ୍ଷ୍ୟ ଅନୁରୂପ କରିବା। ଏହି କର୍ମଚାରୀ ଛଟେଇ ସେହି ପ୍ରୟାସର ଅଂଶବିଶେଷ ଯାହା ଦ୍ୱାରା କମ୍ପାନୀ ମାନୁଆଲ କାର୍ଯ୍ୟ ପ୍ରଣାଳୀକୁ ଅଟୋମେଟିକ କରିବ। ଭର୍ସର ଆର୍ଥିକ ରିପୋର୍ଟ ଅନୁସାରେ ୨୦୨୪ ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ୱ ଆୟ ୧୦୨୯ କୋଟି ଟଙ୍କା ଥିଲା। ତେବେ ଏହାର ପୂର୍ବବର୍ଷ ଏହି ରାଜସ୍ୱ ପରିମାଣ ୧୧୦୪ କୋଟି ଟଙ୍କା ଥିଲା। ତେବେ କମ୍ପାନୀର ନେଟ୍ ଲସ୍ ୧୯୦୯ କୋଟି ଟଙ୍କାରୁ ହ୍ରାସ ହୋଇ ୮

VerSe Innovationରେ ଛଟେଇ, ଚାକିରୀରୁ ବାହାରିବେ ୩୫୦ କର୍ମଚାରୀ, AI ଉପରେ ଦିଆଯାଉଛି ଗୁରୁତ୍ୱ

ନୂଆଦିଲ୍ଲୀ ୧୭।୫: ଦେଶର ବଡ଼ ଡିଜିଟାଲ କମ୍ପାନୀଙ୍କ ମଧ୍ୟରେ ଗଣାଯାଉଥିବା ତଥା ଜୋସ ଓ ଡେଲିହଣ୍ଟ ଭଳି ପ୍ଲାଟଫର୍ମର ଚଳାଉତିବା ‘ଭର୍ସ ଇନୋଭେସନ’ କର୍ମଚାରୀ ଛଟେଇ କରିବ। ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀ ପାଖାପାଖି ୩୫୦ ଜଣ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିପାରେ। କମ୍ପାନୀର କହିବା କଥା ହେଉଛି ଏହି ନିଷ୍ପତ୍ତି ଏକ ବ୍ୟାପକ ପୁନର୍ଗଠନ ପ୍ରକ୍ରିୟାରେ କରାଯିବ, ଯାହାର ଉଦ୍ଦେଶ୍ୟ ପ୍ରଫିଟେବେଲିଟି ବଢାଇବା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଉପରେ ଫୋକସ କେନ୍ଦ୍ରିତ କରିବା। 

ଏହା ପୂର୍ବରୁ କମ୍ପାନୀ ମେ ୧୦ ତାରିଖରେ ଜାରି ଏକ ବୟାନରେ କହିଥିଲା ଯେ ସେ ଏକ ରଣନୈତିକ ପରିବର୍ତ୍ତନ ଦେଇ ଗତି କରୁଛି, ଯାହା ଦ୍ୱାରା ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ନିଜକୁ ଅଧିକ ସକ୍ଷମ, କେନ୍ଦ୍ରିତ ଓ ନମନୀୟ କରିପାରିବ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଏଆଇରେ ନିବେଶ ବଢାଇବା ଓ ଅପରେସନକୁ ଶରଳ କରିବା, କମ୍ପାନୀ ରଣନୀତିକୁ ଲଙ୍ଗଟର୍ମ ଲକ୍ଷ୍ୟ ଅନୁରୂପ କରିବା। ଏହି କର୍ମଚାରୀ ଛଟେଇ ସେହି ପ୍ରୟାସର ଅଂଶବିଶେଷ ଯାହା ଦ୍ୱାରା କମ୍ପାନୀ ମାନୁଆଲ କାର୍ଯ୍ୟ ପ୍ରଣାଳୀକୁ ଅଟୋମେଟିକ କରିବ। 

ଭର୍ସର ଆର୍ଥିକ ରିପୋର୍ଟ ଅନୁସାରେ ୨୦୨୪ ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ୱ ଆୟ ୧୦୨୯ କୋଟି ଟଙ୍କା ଥିଲା। ତେବେ ଏହାର ପୂର୍ବବର୍ଷ ଏହି ରାଜସ୍ୱ ପରିମାଣ ୧୧୦୪ କୋଟି ଟଙ୍କା ଥିଲା। ତେବେ କମ୍ପାନୀର ନେଟ୍ ଲସ୍ ୧୯୦୯ କୋଟି ଟଙ୍କାରୁ ହ୍ରାସ ହୋଇ ୮୮୯ କୋଟି ଟଙ୍କାକୁ ପହଞ୍ଚିଛି। ଏଥିରୁ କମ୍ପାନୀ କମ କ୍ଷତିରେ ଥିବା ଜଣା ପଡିଛି। କମ୍ପାନୀ ଆଶା କରୁଛି ୨୦୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ପରିମାଣ ୭୫ ପ୍ରତିଶତରୁ ଅଧିକ ହାରରେ ବଢିବ। ଯାହା ଭାରତର ଡିଜିଟାଲ ଆଡ ସେକ୍ଟରର ଆନୁମାନିକ ଗ୍ରୋଥର ୧୦ରୁ ୧୫ ପ୍ରତିଶତରୁ ବି ଅଧିକ।