(Video) Live ମ୍ୟାଚରେ ଖେଳାଳିଙ୍କ ଉପରେ ଖସିଲା ବିଜୁଳି… ପଡ଼ିଆ ଭିତରେ ଆଖି ବୁଜିଲେ ଖେଳାଳି
ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଏବେ ସାମନାକୁ ଆସିଛି । ଏକ ମ୍ୟାଚ୍ ଲାଇଭ୍ ଚାଲୁଥିବା ସମୟରେ ଅଚାନକ ଜଣେ ଖେଳାଳିଙ୍କ ଉପରେ ବିଜୁଳି ଖସି ପଡ଼ିଛି । ଯାହା ଫଳରେ ଖେଳାଳି ଜଣକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଘଟଣା ପରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ଇଣ୍ଡୋନେସିଆରେ ହେଉଥିବା ଏକ ଫୁଟବଲ ମ୍ୟାଚ ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । […]

ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଏବେ ସାମନାକୁ ଆସିଛି । ଏକ ମ୍ୟାଚ୍ ଲାଇଭ୍ ଚାଲୁଥିବା ସମୟରେ ଅଚାନକ ଜଣେ ଖେଳାଳିଙ୍କ ଉପରେ ବିଜୁଳି ଖସି ପଡ଼ିଛି । ଯାହା ଫଳରେ ଖେଳାଳି ଜଣକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଘଟଣା ପରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ଇଣ୍ଡୋନେସିଆରେ ହେଉଥିବା ଏକ ଫୁଟବଲ ମ୍ୟାଚ ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଇଣ୍ଡୋନେସିଆରେ ଏଫସି ବେନଡୁଙ୍ଗ ଏବଂ ଏଫବିଆଇ ଶୁବେଙ୍ଗ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା । ଇଣ୍ଡୋନେସିଆ ୱେଷ୍ଟ ଜାଭାର ସିଲିଭାଙ୍ଗୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏଠାରେ ଏକ ଭୟାନକ ଘଟଣା ଘଟିଯାଇଛି । ଖରାପ ପାଣିପାଗରେ ଖେଳା ଯାଉଥିବା ଏହି ମ୍ୟାଚ ମଝିରେ ଜଣେ ଖେଳାଳିଙ୍କ ଉପରେ ଅଚାନକ ବିଜୁଳି ଖସି ପଡ଼ିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଇଛି ଯେ, ମ୍ୟାଚରେ ସମସ୍ତ ଖେଳାଳି ପ୍ରସ୍ତୁତ ହୋଇ ଖେଳ ଜାରି ରଖିଛନ୍ତି ।
ଏହି ସମୟରେ ପଡ଼ିଆର ଗୋଟିଏ ପାଖରେ ଥିବା ଜଣେ ଖେଳାଳିଙ୍କ ଉପରେ ଅଚାନକ ବଜ୍ରପାତ ହୋଇଛି । ଭିଡିଓରେ ଖେଳାଳିଙ୍କ ଉପରେ ବିଜୁଳି ଖସୁଥିବାର ଦୃଶ୍ୟ ମଧ୍ୟ ସ୍ପଷ୍ଟ ଦେଖାଯାଇଛି । ହଠାତ୍ ଆକାଶମାର୍ଗରୁ ଏକ ନିଆଁ ଆସି ସିଧା ଖେଳାଳିଙ୍କ ଉପରେ ପଡ଼ିଥିଲା । ତେବେ କେହି କିଛି ବୁଝିବା ପୂର୍ବରୁ ବଜ୍ରପାତ ପରେ ଖେଳାଳି ଜଣକ ସଙ୍ଗେ ସଙ୍ଗେ ପଡ଼ିଆରେ ହିଁ ଟଳି ପଡ଼ିଥିଲେ । ବଜ୍ରପାତର ଭୟାନକ ଶବ୍ଦରେ ନିକଟରେ ଥିବା ଖେଳାଳି ମଧ୍ୟ ତଳେ ପଡ଼ି ଯାଇଥିଲେ । ତେବେ ସେ କିଛି ସମୟ ମଧ୍ୟରେ ଉଠି ଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ଉଠିପାରି ନାହାନ୍ତି ।
A tragic incident occurred at stadium in Indonesia
Read More