Video: ଆଉଟ୍ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…
ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍ର ମୁହଁ ଏବଂ ବ୍ୟାଟ୍ ଉଭୟର ଉଚିତ ଜବାବ ଦେଇଛନ୍ତି। ହେଲେ ଏବେ ଜଣେ ଅମ୍ପାୟାର ତାଙ୍କ ଟାର୍ଗେଟକୁ ଆସିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ତାଙ୍କ ଆଉଟ୍ ହେବାକୁ ନେଇ ବିବାଦ ହୋଇଥିଲା। କୋହଲି ନିଷ୍ପତ୍ତିକୁ ନେଇ ରାଗରେ ଗରଗର ହୋଇଥିଲେ। କଥା କଟାକଟି ପରେ ସେ ପ୍ୟାଭିଲିୟନକୁ ନିରାଶ ହୋଇ ଫେରିଥିଲେ। ସମସ୍ତେ ଏହି କଥା […] The post Video: ଆଉଟ୍ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍ର ମୁହଁ ଏବଂ ବ୍ୟାଟ୍ ଉଭୟର ଉଚିତ ଜବାବ ଦେଇଛନ୍ତି। ହେଲେ ଏବେ ଜଣେ ଅମ୍ପାୟାର ତାଙ୍କ ଟାର୍ଗେଟକୁ ଆସିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ତାଙ୍କ ଆଉଟ୍ ହେବାକୁ ନେଇ ବିବାଦ ହୋଇଥିଲା। କୋହଲି ନିଷ୍ପତ୍ତିକୁ ନେଇ ରାଗରେ ଗରଗର ହୋଇଥିଲେ। କଥା କଟାକଟି ପରେ ସେ ପ୍ୟାଭିଲିୟନକୁ ନିରାଶ ହୋଇ ଫେରିଥିଲେ। ସମସ୍ତେ ଏହି କଥା ଭୁଲି ଯାଇଥିଲେ ହେଁ କୋହଲି ଏହାକୁ ଭୁଲିପାରି ନ ଥିଲେ। ମ୍ୟାଚ୍ ପରେ ସେ ଅମ୍ପାୟାରଙ୍କଠାରୁ ପ୍ରତିଶୋଧ ନେଇଛନ୍ତି।
କୋହଲିଙ୍କ ଆଉଟ୍କୁ ଅନେକ ବିଶେଷଜ୍ଞ ଠିକ୍ ବୋଲି କହୁଥିବା ବେଳେ ଅନେକ ଭୁଲ୍ ବୋଲି କହୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବିରାଟ ତାଙ୍କଠାରୁ ପ୍ରତିଶୋଧ ନେଉଥିବା ସ୍ପଷ୍ଟ ହୋଇଛି। କାରଣ ମ୍ୟାଚ୍ ପରେ ସମସ୍ତ ଖେଳାଳି ପରସ୍ପର ସହ ହାତ ମିଳାଇଥାନ୍ତି। ଭିଡିଓରେ ବିରାଟ କୋଲକାତା ଖେଳାଳିଙ୍କ ସହ ହାତ ମିଳାଇଥିଲେ ହେଁ ଅମ୍ପାୟାର ଆସିବା ପରେ କିଛି କହୁଥିବା ନଜର ଆସୁଛି। ଅମ୍ପାୟାର ରୋହନ ପଣ୍ଡିତଙ୍କୁ ସେ ଅଣଦେଖା କରି ହାତ ମିଳାଉନାହାନ୍ତି। ଏହାପରେ ସେ ଆଗକୁ ଯାଇ ଅନ୍ୟ ଖେଳାଳିଙ୍କୁ ହାତ ମିଳାଉଥାନ୍ତି।
ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ କୋହଲି ବଡ଼ ପ୍ରତିଶୋଧ ନେଇଥିବା କୁହାଯାଉଛି।ଗତ ସିଜନରେ ମଧ୍ୟ ଲକ୍ଷ୍ନୌ ଖେଳାଳି ନବୀନ ଉଲ ହକ୍ ଏବଂ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା କରି ବିବାଦରେ ରହିଥିଲେ ବିରାଟ।
अंपायर के साथ ये क्या किया कोहली ने….
pic.twitter.com/o3b4LGozH6
— Priyaranjankr (@prkjourno) April 23, 2024
The post Video: ଆଉଟ୍ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି… appeared first on Dharitri Odia News.