Video: ଇଦ୍ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି
ଇସଲାମାବାଦ୍,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ତ୍ରୀ ଶନାୟାରାଙ୍କ ସହିତ ନଜର ଆସିଛନ୍ତି। ଭିଡିଓରେ ଆକ୍ରମ ଏକ ଆକର୍ଷଣୀୟ କଥା ମଧ୍ୟ ପ୍ରକାଶ କରିଛନ୍ତି। ଏହି ଗୋଟିଏ ଭିଡିଓ ପାଇଁ ୩୬ଟି ଟେକ ନିଆଯାଇଥିଲା। ଯାହାଦ୍ୱାରା ଆକ୍ରମ ବିରକ୍ତ ହୋଇଯାଇଥିଲେ। ଆକ୍ରମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓଟି ଶେୟାର କରିଛନ୍ତି। […] The post Video: ଇଦ୍ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି appeared first on Dharitri Odia News.
ଇସଲାମାବାଦ୍,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ତ୍ରୀ ଶନାୟାରାଙ୍କ ସହିତ ନଜର ଆସିଛନ୍ତି। ଭିଡିଓରେ ଆକ୍ରମ ଏକ ଆକର୍ଷଣୀୟ କଥା ମଧ୍ୟ ପ୍ରକାଶ କରିଛନ୍ତି। ଏହି ଗୋଟିଏ ଭିଡିଓ ପାଇଁ ୩୬ଟି ଟେକ ନିଆଯାଇଥିଲା। ଯାହାଦ୍ୱାରା ଆକ୍ରମ ବିରକ୍ତ ହୋଇଯାଇଥିଲେ।
ଆକ୍ରମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓଟି ଶେୟାର କରିଛନ୍ତି। ଆକ୍ରମ ଏବଂ ଶନାୟାରା କହିଛନ୍ତି,ଆଜି ଇଦ ପାଳନ କରୁଥିବା ସମସ୍ତଙ୍କୁ, ଅଷ୍ଟ୍ରେଲିଆର ମେଲବୋର୍ନରୁ ଇଦ ମୁବାରକ। ମୋର ଶୁଭେଚ୍ଛା, ପ୍ରାର୍ଥନା। ଏହା ଆମର ୩୬ତମ ଟେକ୍। ମୁଁ ଭୁଲ କରିଥିଲି କାରଣ ମାଡାମ ଭାବିଥିଲେ ଲାଇଟ୍ ଠିକ ନାହିଁ।
ଆକ୍ରମ ୩୦ ବର୍ଷ ବୟସରେ ହୁମା ନାମକ ଜଣେ ଝିଅକୁ ବିବାହ କରିଥିଲେ। ଉଭୟ ୧୯୯୫ ମସିହାରେ ବିବାହ କରିଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇଗଲେ ଏବଂ ୨୦୦୯ରେ ସେ ଦୁନିଆକୁ ବିଦାୟ ଦେଲେ। ଏହା ପରେ ୨୦୧୧ରେ, ଆକ୍ରମ କମେଣ୍ଟ୍ରି ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସେ ସମାଜସେବୀ ଶନାୟରାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଲା।
୨୦୧୩ ମସିହାରେ ଆକ୍ରମ ଶନାୟରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ବୟସ ମଧ୍ୟରେ ୧୭ ବର୍ଷର ପାର୍ଥକ୍ୟ ଅଛି। ବିବାହବେଳେ ଆକ୍ରମଙ୍କର ବୟସ ୪୭ ବର୍ଷ ଥିବାବେଳେ ଶନାୟରାଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା। ବିବାହର ଗୋଟିଏ ବର୍ଷ ପରେ, ସେମାନଙ୍କ ଔରସରେ ଏକ ଝିଅ ଜନ୍ମ ହେଲା। ଦୁହେଁ ତାଙ୍କର ନାମ ଆଏଲା ରଖିଛନ୍ତି।
ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଆକ୍ରମଙ୍କର ଏକ ଚମତ୍କାର ଅନ୍ତର୍ଜାତୀୟ କ୍ୟାରିଅର ରହିଛି। ସେ ପାକିସ୍ତାନ ପାଇଁ ୧୦୪ଟି ଟେଷ୍ଟ ଏବଂ ୩୫୬ଟି ଦିନିକିଆ ଖେଳିଛନ୍ତି। ଆକ୍ରମ ଟେଷ୍ଟରେ ୪୧୪ ଏବଂ ଦିନିକିଆରେ ୫୦୨ ଉଇକେଟ ନେଇଛନ୍ତି। ସେ ଟେଷ୍ଟରେ ୨୮୯୮ ଏବଂ ଦିନିକିଆରେ ୩୭୧୭ ରନ ମଧ୍ୟ କରିଛନ୍ତି।
Eid Mubarak from the Akram’s. All the love
pic.twitter.com/rOcxN0nXmJ
— Wasim Akram (@wasimakramlive) March 31, 2025
The post Video: ଇଦ୍ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି appeared first on Dharitri Odia News.