Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ ଫଲୋଅର୍ସ ବଢ଼ାଇବା ସହଜ ନୁହେଁ। ଏଥିଲାଗି ଭଲ କଣ୍ଟେଣ୍ଟର ଆବଶ୍ୟକତା ରହିଛି। ଏସବୁ ମଧ୍ୟରେ ଅନେକ ଲୋକପ୍ରିୟ ବ୍ଲଗରଙ୍କ ମଧ୍ୟରେ ନୂଆ ଏଣ୍ଟ୍ରି କରି ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଜଣେ ବ୍ୟକ୍ତି। ସେ ନିଜକୁ ପ୍ରଥମ ହିନ୍ଦୁ ବ୍ଲଗର ଭାବେ ପରିଚିତ କରାଇଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ […] The post Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି… appeared first on Dharitri Odia News.

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ ଫଲୋଅର୍ସ ବଢ଼ାଇବା ସହଜ ନୁହେଁ। ଏଥିଲାଗି ଭଲ କଣ୍ଟେଣ୍ଟର ଆବଶ୍ୟକତା ରହିଛି। ଏସବୁ ମଧ୍ୟରେ ଅନେକ ଲୋକପ୍ରିୟ ବ୍ଲଗରଙ୍କ ମଧ୍ୟରେ ନୂଆ ଏଣ୍ଟ୍ରି କରି ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଜଣେ ବ୍ୟକ୍ତି। ସେ ନିଜକୁ ପ୍ରଥମ ହିନ୍ଦୁ ବ୍ଲଗର ଭାବେ ପରିଚିତ କରାଇଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ କେବଳ ଯେ ପାକିସ୍ତାନ ତାହା ନୁହେଁ ଭାରତରେ ମଧ୍ୟ ବେଶ ପସନ୍ଦ କରାଯାଉଛି। ସେ ନିଜର ବ୍ଲଗ୍‌ର ଆରମ୍ଭ ‘ଜୟ ଶ୍ରୀରାମ’ ସହ ଆରମ୍ଭ କରିଥାନ୍ତି। ତାଙ୍କ ପରିବାର ମଧ୍ୟ ସମାନ ନାରା ଦେଇଥାନ୍ତି। ବିଲରେ ଶ୍ରମିକ ହୋଇ ସେ ନିଜର ସହ ପରିବାରର ପ୍ରତିପୋଷଣ କରିଥାନ୍ତି।

ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗରର ନାମ ‘କୃଷ୍ଣନ କୁମାର’। ଭିଡିଓରେ ସେ ନିଜ ବିଷୟରେ କହିବା ସହ ଭାରତବାସୀ ତାଙ୍କ ଭାଇ ବୋଲି କହୁଛନ୍ତି। ଏପରିକି ଭାରତୀୟ ଭାଇଭଉଣୀମାନେ ଯଦି ତାଙ୍କ ଚ୍ୟାନେଲକୁ ସବ୍‌ସ୍କ୍ରାଇବ କରନ୍ତି ସେ ଋଣିରହିବେ ବୋଲି କହିଛନ୍ତି। ସେ ସମସ୍ତଙ୍କୁ ନିଜ ପରିବାର ସହ ମିଶାଉଛନ୍ତି।

ପରେ କୃଷ୍ଣନ କୁହନ୍ତି ଯେ ପାକିସ୍ତାନରେ ୨୦୦ ଟଙ୍କା ଅଟା କିଲୋ ହୋଇଯାଇଛି। ସବୁ ଦରଦାମ ଏତେ ମହଙ୍ଗା ହୋଇଛି ଯେ ସେ କିଛି ବି କରିପାରିବେ ନାହିଁ। ସେ ଭାରତ ଲୋକଙ୍କୁ ଅପିଲ କରିଛନ୍ତି ଯେ ସେ ଜାଣନ୍ତି ଭାରତୀୟମାନେ ହିନ୍ଦୁଙ୍କ ସହାୟତା କରିଥାନ୍ତି। ଏଣୁ ତାଙ୍କ ଚ୍ୟାନେଲଙ୍କୁ ସମସ୍ତେ ସବ୍‌ସ୍କ୍ରାଇବ୍‌ କରନ୍ତୁ। ଭିଡିଓଟିକୁ @Modified_Hindu9 ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି।

The post Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି… appeared first on Dharitri Odia News.