VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ…

କୁଲୁ,୨୮।୨: ହିମାଚଳ ପ୍ରଦେଶର କୁଲୁ ଜିଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଡ୍ରେନ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ଅନେକ ଯାନବାହନ ଭାସିଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରିପୋର୍ଟ ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଶାସ୍ତ୍ରୀ ନଗରର ଡ୍ରେନଗୁଡିକ ଉଛୁଳି ପଡି ରାସ୍ତାଗୁଡ଼ିକ କିଛି ସମୟ ମଧ୍ୟରେ ପାଣିରେ ବୁଡ଼ିଯାଇଛି। ପାଣିର ପ୍ରବଳ ପ୍ରବାହ ଯୋଗୁ ଅନେକ […] The post VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ… appeared first on Dharitri Odia News.

VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ…

କୁଲୁ,୨୮।୨: ହିମାଚଳ ପ୍ରଦେଶର କୁଲୁ ଜିଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଡ୍ରେନ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ଅନେକ ଯାନବାହନ ଭାସିଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ରିପୋର୍ଟ ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଶାସ୍ତ୍ରୀ ନଗରର ଡ୍ରେନଗୁଡିକ ଉଛୁଳି ପଡି ରାସ୍ତାଗୁଡ଼ିକ କିଛି ସମୟ ମଧ୍ୟରେ ପାଣିରେ ବୁଡ଼ିଯାଇଛି। ପାଣିର ପ୍ରବଳ ପ୍ରବାହ ଯୋଗୁ ଅନେକ ଗାଡ଼ି ଭାସିଯାଇଛି । ଭାଇରାଲ ଭିଡିଓରେ ଯାନବାହାନଗୁଡ଼ିକ ଭାସୁଥିବାର ଦେଖିବାକୁ ମିଳୁଛି। ଲୋକମାନେ ସୁରକ୍ଷିତ ସ୍ଥାନକୁ ଦୌଡୁଛନ୍ତି ଏବଂ ଚାରିଆଡ଼େ ଏକ ଅରାଜକତା ପରିବେଶ ସୃଷ୍ଟି ହୋଇଛି।

ପ୍ରବଳ ବର୍ଷା ଏବଂ ଜଳବନ୍ଦୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି। ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ଲୋକମାନଙ୍କୁ ନଦୀ ଏବଂ ନାଳ ନିକଟକୁ ନ ଯିବାକୁ ସତର୍କ କରାଇଛି।

ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷାର ସତର୍କତା ଜାରି କରିଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିପାରେ। କୁଲୁ, ମନାଲି ଏବଂ ଆଖପାଖ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ସମ୍ଭାବନା ରହିଛି।

The post VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ… appeared first on Dharitri Odia News.