VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ

ଜମ୍ମୁ,୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଏହି ସମୟରେ, କୁଲଗାମ ଜିଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ନାଳକୁ ଡେଇଁ ପଡ଼ି ବୁଡ଼ି ମୃତ୍ୟୁବରଣ କରିଥିଲେ। ଏ ସମ୍ପର୍କରେ ପ୍ରସାରିତ ଏକ ଭିଡିଓରେ ଯୁବକ ଜଣକ ନାଳକୁ ଡେଇଁପଡ଼ିଥିବା ଦେଖାଯାଉଛି। ପୋଲିସ ତାଙ୍କୁ ଆତଙ୍କବାଦୀଙ୍କ ସହଯୋଗୀ ବୋଲି କହୁଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି […] The post VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ appeared first on Dharitri Odia News.

VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ

ଜମ୍ମୁ,୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଏହି ସମୟରେ, କୁଲଗାମ ଜିଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ନାଳକୁ ଡେଇଁ ପଡ଼ି ବୁଡ଼ି ମୃତ୍ୟୁବରଣ କରିଥିଲେ। ଏ ସମ୍ପର୍କରେ ପ୍ରସାରିତ ଏକ ଭିଡିଓରେ ଯୁବକ ଜଣକ ନାଳକୁ ଡେଇଁପଡ଼ିଥିବା ଦେଖାଯାଉଛି। ପୋଲିସ ତାଙ୍କୁ ଆତଙ୍କବାଦୀଙ୍କ ସହଯୋଗୀ ବୋଲି କହୁଛି।
ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଏବଂ ଏନସି ସାଂସଦ ଆଗା ରୁହୁଲ୍ଲା ମେହଦି ଏବଂ ଜମ୍ମୁ କଶ୍ମୀର ସରକାରଙ୍କ ମନ୍ତ୍ରୀ ସକିନା ଇଟୁ ଏହି ମାମଲାକୁ ସନ୍ଦେହଜନକ ବୋଲି କହିଛନ୍ତି ଏବଂ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇମତିଆଜଙ୍କ ମୃତ୍ୟୁରେ ଦୁର୍ନିତୀର ଗମ୍ଭୀର ଅଭିଯୋଗ ରହିଛି, ତେଣୁ ଏହାର ତଦନ୍ତ କରାଯିବା ଉଚିତ।
୨୩ ବର୍ଷୀୟ ଇମତିଆଜ ଅହମ୍ମଦ ମାଗ୍ରେ ଆହରବଲ ଅଞ୍ଚଳର ବାସିନ୍ଦା ଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଶନିବାର ଟାଙ୍ଗିମାର୍ଗ ଅଞ୍ଚଳରୁ ପଚରାଉଚରା ପାଇଁ ନିଆଯାଇଥିଲା ଏବଂ ପଚରାଉଚରା ସମୟରେ ସେ ଆତଙ୍କବାଦୀଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବସ୍ଥା କରିଥିବା ସ୍ବୀକାର କରିଛନ୍ତି।
ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ପଚରାଉଚରା ଆଧାରରେ ତାଙ୍କୁ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ନିଆଯାଉଥିଲା। ରବିବାର ସକାଳେ, ପୋଲିସ ଏବଂ ସେନାର ଏକ ମିଳିତ ଦଳ ତାଙ୍କୁ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆଡ୍ଡା ଆଡକୁ ନେଇ ଯାଉଥିଲେ। ଅଧିକାରୀଙ୍କ ଅନୁଯାୟୀ, ସେ ହାଜତରୁ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ଭଇଁଷା ନଦୀକୁ ଡେଇଁ ପଡ଼ିଥିଲେ କିନ୍ତୁ ପାଣିର ସ୍ରୋତରେ ସେ ଭାସି ଯାଇଥିଲେ।

The post VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ appeared first on Dharitri Odia News.